ମୁମ୍ୱାଇ- ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଏଞ୍ଜିୟୋପ୍ଲାଷ୍ଟି ହୋଇଛି। ସୂତ୍ରାନୁସାରେ, ମୁମ୍ୱାଇର ଏକ ହସ୍ପିଟାଲରେ ବୁଧବାର ( ୧୧ ଅକ୍ଟୋବର) ହାର୍ଟରେ ସମସ୍ୟା ଅନୁଭବ ହେବାରୁ ତାଙ୍କର ଏଞ୍ଜିୟୋପ୍ଲାଷ୍ଟି ହୋଇଛି। ୭୬ ବର୍ଷିୟ ଲାଲୁଙ୍କୁ ଦୁଇ ଦିନ ପୂର୍ବେ ମୁମ୍ୱାଇର ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍ରେ ଭର୍ତ୍ତି କରାଯାଇ ଥିଲା।
କୁହାଯାଉଛି ଯେ, ହାର୍ଟରେ ବ୍ଲକେଜ୍ ସମସ୍ୟା ଯୋଗୁଁ ଡାକ୍ତରମାନେ ଏଞ୍ଜିୟୋପ୍ଲାଷ୍ଟିର ପରାମର୍ଶ ଦେଇଥିଲେ , ହେଲେ ଏବେସୁଦ୍ଧା ହସ୍ପିଟାଲ ପକ୍ଷରୁ ଲାଲୁଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଜାରି ହୋଇ ନାହିଁ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରାନୁସାରେ, କହିଛି ଯେ, ଏଞ୍ଜିୟୋପ୍ଲାଷ୍ଟି ପରେ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। ତାଙ୍କୁ ଗୋଟିଏ ବା ଦୁଇ ଦିନ ଭିତରେ ହସ୍ପିଟାଲରୁ ଛୁଟି ମିଳିଯିବ। ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍ର ଡାକ୍ତର ସନ୍ତୋଷ ଡୋରା ଓ ତିଳକ ସୁବର୍ଣ୍ଣ ତାଙ୍କର ସଫଳ ଏଞ୍ଜିୟୋପ୍ଲାଷ୍ଟି କରିଛନ୍ତି। କହି ରଖୁଛୁ କି, ଆରଜେଡି ସୁପ୍ରିମୋ ଗତ ମଙ୍ଗଳବାର ପାଟଣାରୁ ମୁମ୍ୱାଇରେ ପହଞ୍ଚି ଥିଲେ। ଏହି ସମୟରେ ଲାଲୁଙ୍କ ପକ୍ଷରୁ କୁହାଯାଇ ଥିଲା ଯେ, ସେ ରୁଟିନ ସ୍ୱାସ୍ଥ୍ୟ ଚେକଅପ୍ ପାଇଁ ଡାକ୍ତରଙ୍କୁ ଭେଟିବେ।
କହି ରଖୁଛୁ କି , ପାଖାପାଖି ୧୦ବର୍ଷ ପୂର୍ବେ ଏହି ହସ୍ପିଟାଲରେ ଲାଲୁ ଯାଦବଙ୍କ ହାର୍ଟର ଅପରେସନ ହୋଇଥିଲା। ୨୦୧୪ ରେ ତାଙ୍କର ଏରୋଟିକ୍ ଭାଲଭ୍ର ରିପ୍ଲେସମେଣ୍ଟ କରାଯାଇ ଥିଲା। ଏହି ସର୍ଜରୀ ପାଖାପାଖି ୬ଘଣ୍ଟା ଯାଏ ଚାଲଥିଲା। ଏହାପରେ ଲାଲୁ ଯାଦବ ୨୦୧୮ ଓ ୨୦୨୩ରେ ଦୁଇ ଥର ଫଲୋ-ଅପ୍ ପାଇଁ ମୁମ୍ୱାଇ ଯାଇ ଥିଲେ।