ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜଗନ୍ନାଥ ସଡ଼କ ଶୋଚନୀୟ, ରାସ୍ତାରେ ଧାନ ଲଗାଇ କାଦୁଅରେ ବସି ପ୍ରତିବାଦ କଲେ ଲୋକେ

ହରଭଙ୍ଗା, ୦୬/୦୯ : ବହୁ ପୁରାତନ ଜଗନ୍ନାଥ ସଡ଼କ ଏବେ ଶୋଚନୀୟ। ନୂତନ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତାକୁ ଲାଗି ସେତୁ ତଳେ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଛି। ବହୁ ସମୟରେ ବ୍ଲକ ପ୍ରଶାସନ, ନେତା ମନ୍ତ୍ରୀ ଓ ପୂର୍ତ୍ତ ବିଭାଗକୁ ଗୁହାରି କରିବା ସତ୍ତ୍ଵେ ରାସ୍ତା ଅବସ୍ଥା ସୁଧୁରୁନି। ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି। ରାସ୍ତା ମରାମତି କିମ୍ବା ପୁନଃନିର୍ମାଣ ହୋଇ ପାରୁନି।

ଗୋଟିଏ ସପ୍ତାହ ହେଲା ଏହି ସ୍ଥାନରେ ବହୁ ମାଲବାହୀ ଟ୍ରକ୍ ଫସିବା, ଆମ୍ବୁଲାନ୍ସ ଯାଇ ନପରିବା, ଦୁର୍ଘଟଣା ଘଟିବା ଓ ସରକାରୀ ବସ୍ ଫେରିଯିବା ଭଳି ଘଟଣା ଘଟୁଛି। ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତା ଓ ବିଜେପି କର୍ମୀ ତଥା ପୂର୍ବତନ ଜିଲ୍ଲପାରିଷଦ ପ୍ରାଥୀ ଅରୂପା ଦୀପ କାଦୁଅ ରାସ୍ତାରେ ଧାନ ତଳି ଲଗାଇ, ଜାତୀୟ ପତାକା ଧରି କାଦୁଅରେ ବସି ରହିଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହେବ ସେତେଦିନ ପର୍ଯ୍ୟନ୍ତ ପ୍ରତିବାଦ ଚାଲୁ ରହିବ ବୋଲି କହିଛନ୍ତି। ପ୍ରତିବାଦରେ ଯଦି କାହାର କଣ କ୍ଷତି ହୁଏ ଜିଲ୍ଲା ପ୍ରଶାସନ ଏହାର ଦାୟୀ ହେବେ ବୋଲି ବିଜେପି ନେତା ଅରୂପା ଦୀପ କହିଛନ୍ତି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.