ଭୁବନେଶ୍ୱର, ୧୯।୮: ରାଜଧାନୀରୁ ପୁଣି ଲୁଟ୍ । ରଙ୍ଗେଶ୍ୱର ନଗରର ଏକ ଘରୁ ଲୁଟିନେଲେ ଦୁର୍ବୃତ୍ତ । ଝରକା ଏବଂ ଗ୍ରିଲ୍ ତାଡ଼ି ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ୩ ଘଣ୍ଟାରେ ୩ଟି ରୁମ୍ ଆଲମିରା ଭାଙ୍ଗି ସମସ୍ତ ଗହଣା ଲୁଟି ନେଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି । ଏଥିସହ ସିସିଟିଭି ଆଧାରରେ ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସର ତଦନ୍ତ ଜାରି ରଖିଛି । ରାଜଧାନୀରେ କ୍ରମାଗତ ଲୁଟ୍ ଲୋକଙ୍କ ମନରେ ଭୟ ଏବଂ କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି ।
ଭଙ୍ଗ ହୋଇପାରେ ହରିଆଣା ବିଧାନସଭା, ଜରୁରି କ୍ୟାବିନେଟ...