ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜୟର ପଞ୍ଝା ଖୋଲିଲା ବେଙ୍ଗାଲୁରୁ; ୪୭ ରନ୍‌ରେ ଦିଲ୍ଲୀକୁ ଦେଲା ମାତ୍‌

ବେଙ୍ଗାଲୁରୁ:  ବ୍ୟାଟରଙ୍କ ପରେ  ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁ ପ୍ଲେ ଅଫ୍ ଦିଗରେ ଆଉ ପାଦେ ଆଗକୁ ବଢିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁସ୍କିଲ ବଢି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ରଜତ ପାଟିଦାରଙ୍କ ୫୨ ରନ ଓ ଓ୍ଵିଲ ଜ୍ୟାକ୍ସଙ୍କ ୪୧ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। 

ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୧୪୦ ରନ କରି ପାରିଛି। ଅକ୍ଷର ପଟେଲ୍ ୫୭ ରନ କରି ଏକାକୀ ସଂଘର୍ଷ କରିଥିବା ବେଳେ ଅନ୍ୟ ବ୍ୟାଟର ବିଫଳ ରହିଥିଲେ। ବେଙ୍ଗାଲୁରୁ ପକ୍ଷରୁ ବୋଲିଂରେ ୟଶ ଦୟାଲ ଓ ଲୋକି ଫର୍ଗ୍ୟୁସନ ପକ୍ଷରୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଦିଲ୍ଲୀ ୧୩ମ ମୁକାବିଲାରୁ ୭ ପରାଜୟ ଭୋଗିଥିବା ବେଳେ ଆରସିବି ଷଷ୍ଠ ବିଜୟ ହାସଲ କରିବା ସହ ନେଟ୍ ରନ ରେଟ୍ ମଜବୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.