ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ଉପରେ ଋଷ୍‌ର ଯଥେଷ୍ଟ ଭରସା ରହିଛି, ପିଏମ ମୋଦୀଙ୍କୁ ପ୍ରଂଶସା କରି ଏମିତି କହିଲେ ଭ୍ଲାଦିମିର ପୁଟିନ୍…

ନୂଆଦିଲ୍ଲୀ: ଭାରତର ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଋଷ ଭାରତକୁ ଶୁଭେଚ୍ଛା ଜଣାଇଛି । ଏହି ଅବସରରେ ଭାରତର ଋଷ ଦୂତାବାସରେ ମଧ୍ୟ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଭାରତକୁ ଏକ 'ସ୍ୱାଧୀନ' ବୈଦେଶିକ ନୀତି ଅନୁସରଣ ପାଇଁ ଶ୍ରେୟ ଦେଇଛନ୍ତି, ଯାହା ଆଜିର ଦୁନିଆରେ ସହଜ ନୁହେଁ, ଋଷ ସ୍ଥିତ ମିଡିଆ ନେଟୱାର୍କ ରୁଷିଆ ଟୁଡେ (ଆରଟି) ଏହି ସୂଚନା ଦେଇଛି । ଗୁରୁବାର ଦିନ 'ଋଷିଆ ଛାତ୍ର ଦିବସ' ଅବସରରେ ପୁଟିନ କାଲିନଗ୍ରାଡ ଅଞ୍ଚଳର ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ କହିଛନ୍ତି ଯେ, “ଭାରତ ହେଉଛି ଏପରି ଏକ ଦେଶ ଯେଉଁଥିରେ ଅର୍ଥନୈତିକ ବିକାଶ ଏବଂ ଅଭିବୃଦ୍ଧିର ସର୍ବାଧିକ ହାର ରହିଛି ଏବଂ ଏହା କେବଳ ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପାଇଁ । ତାଙ୍କ ନେତୃତ୍ୱରେ ହିଁ ଭାରତ ଏଭଳି ଅଗ୍ରଗତି କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଋଷ ଭାରତ ଏବଂ ଏହାର ନେତୃତ୍ୱ ଉପରେ ବିଶ୍ବାସ କରିପାରିବ କାରଣ ଏହା ନିଶ୍ଚିତ ଯେ ଆନ୍ତର୍ଜାତୀୟ ସ୍ତରରେ ନୂଆଦିଲ୍ଲୀ ସେମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବ ନାହିଁ । ସେ କହିଛନ୍ତି, "ଭାରତ ଏକ ସ୍ବାଧୀନ ବୈଦେଶିକ ନୀତି ଆପଣେଇଛି, ଯାହା ଆଜିର ଦୁନିଆରେ ସହଜ ନୁହେଁ । ମାତ୍ର ୧.୫ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତର ଏହା କରିବାର ଅଧିକାର ରହିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ଅଧିକାର ହାସଲ କରାଯାଉଛି । 

ଋଷର ରାଷ୍ଟ୍ରପତି ମଧ୍ୟ ଭାରତର 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ଋଷ ଭାରତର ବୃହତ୍ତମ ନିବେଶକାରୀ ଦେଶ ମଧ୍ୟରୁ ଅନ୍ୟତମ ଏବଂ ଭବିଷ୍ୟତରେ ସେଠାରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିବାକୁ ଅପେକ୍ଷା କରିଛି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିକାଶ କ୍ଷେତ୍ରରେ ବଡ ପଦକ୍ଷେପ ନେଇଛି । ତାଙ୍କର ଅଭିଯାନ 'ମେକ୍ ଇନ୍ ଇଣ୍ଡିଆ' ଋଷ ସମେତ ଅନେକ ଦେଶ ଦେଖିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.