ନୂଆଦିଲ୍ଲୀ,୨୧/୦୮: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କମୁନି। ୟୁକ୍ରେନ ସେନା ଋଷରେ ପ୍ରବେଶ କରି ଏହାର ଜମିକୁ ଦଖଲ କରୁଛି। ଏସବୁ ଭିତରେ ଋଷର ସୈନ୍ୟବାହିନୀ କହିଛି ଯେ ଡୋନେଟସ୍ ଅଞ୍ଚଳର ଏକ ବୃହତ ଜନବସତୀକୁ ଆଡ଼କୁ ଅତିକ୍ରମ କରିବା ପାଇଁ ଆମେ ପୂର୍ବ ୟୁକ୍ରେନର ନିୟୁ-ୟର୍କ ନାମକ ଏକ ଛୋଟ ସହରକୁ କବଜା କରିଛୁ। ୟୁକ୍ରେନ ସୈନ୍ୟବାହିନୀ ମଧ୍ୟ ଏହି କଥାକୁ ଖଣ୍ଡନ କରି କହିଛି ଯେ, ନିୟୁ-ୟର୍କର କୌଣସି କ୍ଷତି ହୋଇନାହିଁ। ସେପଟେ ଋଷର ସେନା ସହର ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରୁଛନ୍ତି ବୋଲି କହିଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ ଋଷର ଆକ୍ରମଣରେ ୟୁକ୍ରେନ ସୈନ୍ୟମାନେ ଉପଯୁକ୍ତ ଜବାବ ଦେଉଛନ୍ତି ଏବଂ ଯୁଦ୍ଧ ଜାରି ରହିଛି।
ଯଦିଓ ଏହା ଏକ ଛୋଟ ବସ୍ତି ଅଟେ ତଥାପି ନ୍ୟୁୟର୍କକୁ ନିୟନ୍ତ୍ରଣ କରିବାର ଅର୍ଥ ଡୋନେଟସ୍କର ଦୁଇଟି କେନ୍ଦ୍ର ଟୋରେଟସ୍କ୍ ଏବଂ ପୋକ୍ରୋଭସ୍କ ଆଡ଼କୁ ଆଉ ଏକ ପଦକ୍ଷେପ ସ୍ବରୁପ ହେବ । ଋଷର କୁର୍ସ୍କ ଅଞ୍ଚଳକୁ ୟୁକ୍ରେନ ଦଖଲ କରିବାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଋଷୀୟ ସୈନ୍ୟମାନଙ୍କୁ ୟୁକ୍ରେନ ଅଞ୍ଚଳରୁ ଦୂରେଇ ଯିବାକୁ ବାଧ୍ୟ କରିବା। ହେଲେ ସେପରି ଘଟଣାର ଏପର୍ଯ୍ୟନ୍ତ କୌଣସି ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ସେପଟେ ୟୁକ୍ରେନର ସେନାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍ ସିରସ୍କି ଏପର୍ଯ୍ୟନ୍ତ ୯୩ ରୁଷିୟ ଗ୍ରାମ ଏବଂ ସହରକୁ ନିୟନ୍ତ୍ରଣକୁ ଆଣିଥିବା ଦାବି କରିଛନ୍ତି। ରୁଷର ରାଷ୍ଟ୍ରପତି ଭୋଲେଦିମିର ଜେଲେନସ୍କି ପୂର୍ବରୁ ପରିସ୍ଥିତିକୁ କଷ୍ଟସାଧ୍ୟ ବୋଲି ବିବେଚନା କରିବା ସହିତ ରୁଷୀୟ ସୈନ୍ୟମାନଙ୍କୁ ଧ୍ୱଂସ କରିବା ପାଇଁ ୟୁକ୍ରେନ ସୈନ୍ୟମାନେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି।
ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହାର ସେଣ୍ଟର୍ ଫୋର୍ସ ଗ୍ରୁପ୍ ର ୟୁନିଟ୍ ନିୟୁ-ୟର୍କରେ ୟୁକ୍ରେନ ସୈନ୍ୟଙ୍କୁ ପରାସ୍ତ କରିଛି। ମନ୍ତ୍ରଣାଳୟର ବିବୃତ୍ତି ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କେନ୍ଦ୍ର ବୋଲି ବର୍ଣ୍ଣନା କରିଛି। ଏହାକୁ ଋଷରେ ନୋଭଗୋରୋଡସ୍କୋଏ ମଧ୍ୟ କୁହାଯାଏ। ସୋମବାର ବିଳମ୍ବିତ ରାତିରେ ନ୍ୟୁୟର୍କର ଏକ ସ୍କୁଲ ଛାତରେ ଋଷ ଏହାର ପତାକା ଲଗାଇଥିବାର ଏକ ଫୁଟେଜକୁ ଋଷର ସାମରିକ ବ୍ଲଗର୍ ସେୟାର କରିଥିଲେ ଏବଂ ଏକ ୟୁକ୍ରେନ ପତାକା ତଳେ ପଡ଼ିଥିବାର ଦେଖାଇଥିଲେ। ତେବେ ଏହି ଭିଡିଓ ପ୍ରଥମେ ଦୁଇ ସପ୍ତାହ ପୂର୍ବରୁ ପ୍ରସାରିତ ହୋଇଥିଲା ଏବଂ ୟୁକ୍ରେନ ସୈନ୍ୟମାନେ ଅଗଷ୍ଟ ୮ ରେ ଡ୍ରୋନ ମାଧ୍ୟମରେ ଋଷ ପତାକା ଉଠାଇନେଇଥିଲେ ଏବଂ କୋଠାଟିକୁ ଧ୍ବଂସ କରିଥିଲେ। ତମାମ ଗୋଡ଼ ଭିଡ଼ାଭିଡ଼ି ଭିତରେ ଉଭୟ ରାଷ୍ଟ୍ର ମଧ୍ୟରେ ଯେ, ବର୍ତ୍ତମାନ ଏକ ଜମି ଅକ୍ତିଆରକୁ ନେଇ ସଂଘର୍ଷ ଚାଲିଛି ଏହାକୁ ଏଡ଼ାଇ ଦିଆଯାଇନପାରେ।