ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନ, ବାରବାଟ-କଟକରୁ ସୋଫିଆ
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଋଷିଆରେ ଆମେରିକୀୟ ଅସୁରକ୍ଷିତ, ମିଛ ମାମଲାରେ ଯାଉଛନ୍ତି ଜେଲ୍‌ !

Image Courtesy: chrisblattman.com

ମସ୍କୋ: ଆମେରିକାର ନାଗରିକଙ୍କୁ ଋଷରେ ବନ୍ଦୀ ଜୀବନ କାଟିବାକୁ ପଡ଼ୁଛି । ଅର୍ଥାତ ଋଷିଆ ଆମେରିକୀୟ ନାଗରିକଙ୍କୁ ଜେଲରେ ପୂରାଉଛି । ଗୁପ୍ତଚର ସମେତ ଅନ୍ୟ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଉଥିବା କୁହାଯାଉଛି । ଫଳରେ ଋଷ ଜେଲରେ ଆମେରିକୀୟ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଉ କିଛି ଆମେରିକୀୟଙ୍କୁ ଋଷିଆ ଜେଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ, ଜଣେ କର୍ପୋରେଟ୍‌ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । 

ଋଷିଆ ନିଜର ରାଜନୈତିକ ହିତ ସାଧନ ପାଇଁ ଆମେରିକୀୟଙ୍କୁ ଜେଲରେ ବନ୍ଦୀ କରୁଥିବା ନେଇ ଓ୍ବାସିଂଟନ ପକ୍ଷରୁ ଅଭିଯୋଗ ହୋଇଆସିଛି । ହେଲେ ଋଷିଆର କହିବା କଥା ହେଲା ଏମାନେ ସମସ୍ତେ ଦୋଷ କରିଛନ୍ତି । ସେପଟେ ଋଷୀୟ ବନ୍ଦୀଙ୍କୁ ଜେଲରୁ ମୁକୁଳାଇବା ପାଇଁ ସେମାନଙ୍କ ବଦଳରେ ଆମେରିକୀୟଙ୍କୁ ଭର୍ତ୍ତି କରାଯାଉଥିବା ଅଭିଯୋଗ ହୋଇଛି ।  ହେଲେ ଏନେଇ କୌଣସି ପ୍ରମାଣ ମିଳିପାରି ନାହିଁ। 

ସେପଟେ ଋଷିଆର ଜଣେ ପୂର୍ବତନ କୂଟନୈତିଜ୍ଞ ବୋରିସ ବନ୍ଦାରେଭଙ୍କ ମତରେ, ବୋଧହୁଏ ଋଷ ବନ୍ଧକଙ୍କୁ ଉପଯୋଗ କରିବାକୁ ଚେଷ୍ଟା କରୁଛି । ୨୦୨୨ରେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବା ପରେ ବନ୍ଦାରେଭ ପଦରୁ ଇସ୍ତଫା ଦେଇ ଦେଇଥିଲେ । ତେବେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲର ଜଣେ ୩୨ ବର୍ଷୀୟ ସାମ୍ବାଦିକ ଇବାନ୍‌ ଗେର୍ଶକୋବିଚଙ୍କ ଗିରଫଦାରୀକୁ ଶୁକ୍ରବାର ଏକ ବର୍ଷ ପୂରିଛି । ଗୁପ୍ତଚର ଅଭିଯୋଗରେ ସେ ମସ୍କୋରେ ଥିବା ଲେଫୋରତୋବା ଜେଲରେ ବନ୍ଦୀ ଅଛନ୍ତି । 

ସେହିଭଳି ଆମେରିକାର ଆଉ ଜଣେ ନାଗରିକ ଯିଏ ଜଣେ କର୍ପୋରେଟ ସୁରକ୍ଷା ଅଧିକାରୀ ଥିଲେ ତାଙ୍କୁ ୨୦୧୮ରେ ଗିରଫ କରାଯାଇଛି । ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପଲ ହ୍ବେଲନ୍‌ ଦୁଇ ବର୍ଷ ଲାଗି ଜେଲ ଯାଇଥିଲେ । ପରେ ତାଙ୍କୁ ୧୬ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସେ ନିଜ ବନ୍ଧୁଙ୍କ ବିବାହରେ ସାମିଲ ହେବାକୁ ମସ୍କୋ ଯାଇଥିଲେ । ଏହା ଉପରେ ଆମେରିକା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି । 

 ଗେର୍ଶକୋବିଚ୍‌ ଏବଂ ହ୍ବେଲନଙ୍କୁ ଜାଣିଶୁଣି ଜେଲରେ ଭର୍ତ୍ତି କରାଯାଇଛି ବୋଲି ଆମେରିକା ଅଭିଯୋଗ କରିଛି । ଆମେରିକାର ଜଣେ ସଂଗୀତଜ୍ଞ ଟ୍ରାଭିସ ଲିକଙ୍କୁ ମାଦକ ଦ୍ରବ୍ୟ ସଂପର୍କିତ ଏକ ମାମଲାରେ ୧୪ ବର୍ଷ ଜେଲ ଦଣ୍ଡ ମିଳିଛି । ଦୈତ ନାଗରିକତା ରଖିଥିବା ଏ. କୁରୁମାଶୋବା ଏବଂ ସୋନିଆ ଖବାନାଙ୍କୁ ମଧ୍ୟ ଋଷରେ ଗିରଫ କରାଯାଇଛି । 

  • Russia
  • America
  • Russian President
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.