ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆତଙ୍କୀ ଆକ୍ରମଣ ପରେ ଉଗ୍ର ହେଲା ରୁଷ୍‌, ୟୁକ୍ରେନ ଉପରେ ଘନଘନ ମିସାଇଲ ମାଡ଼

କିଏଭ୍‌, ୨୫/୦୩: ମସ୍କୋରେ ଥିବା ଏକ ସିଟି ହଲ୍‌ରେ ଗତ ୨୨ ତାରିଖ ରାତିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରୁଷ୍‌ ଅଧିକ ଆକ୍ରମଣାତ୍ମକ ହୋଇଛି । ୟୁକ୍ରେନ ରାଜଧାନୀ କିଏଭ୍‌ ସମେତ ଲଭିଭ ସହରରେ ରବିବାର ଭୋର୍‌ ସମୟରେ ରୁଷ୍‌ ଘନଘନ ମିସାଇଲ ମାଡ଼ କରିଛି । ମସ୍କୋ ଆଡ଼ୁ କିଏଭ୍‌କୁ ଟାର୍ଗେଟ କରାଯାଇ ୫୭ କ୍ଷେପଣାସ୍ତ୍ର, ଡ୍ରୋନ୍‌ ଛଡ଼ାଯାଇଛି । ରୁଷ୍‌ର ମିସାଇଲ ପୋଲାଣ୍ଡ ବାୟୁସୀମା ଅତିକ୍ରମ କରିଥିବା ୱାରସ ପକ୍ଷରୁ କୁହାଯାଇଛି ।  ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଥିବା କିଏଭ୍‌ ମେୟର ଭିତାଲି କ୍ଲିଟ୍‌ଶ୍ଚୋକ ଟେଲିଗ୍ରାମରେ  ପୋଷ୍ଟ କରି କହିଛନ୍ତି । ରୁଷୀୟ ଟିୟୁ-୯୫ଏମ୍‌ଏସ୍‌ ଷ୍ଟ୍ରାଟେଜିକ୍‌ ବମ୍ବରରୁ ମିସାଇଲ ଆକ୍ରମଣ ନେଇ  ଆଗୁଆ ସୂଚନା ମିଳିବା ପରେ ୟୁକ୍ରେନରେ ଦେଶବ୍ୟାପୀ  ଏୟାର ଆଲର୍ଟ ଜାରି କରାଯାଇଥିଲା ।  

ଅନ୍ୟପକ୍ଷରେ ରୁଷ୍‌ ଆଡ଼ୁ ୟୁକ୍ରେନ୍‌କୁ ଛଡ଼ାଯାଇଥିବା  ଏକ ମିସାଇଲ ପୋଲାଣ୍ଡ ବାୟୁସୀମାରେ ପ୍ରବେଶ କରିବାକୁ  ନେଇ ପୋଲାଣ୍ଡ ସମେତ ନାଟୋ ଦେଶଗୁଡ଼ିକରେ ହଇଚଇ  ସୃଷ୍ଟି ହୋଇଥିଲା । ପ୍ରାୟ ୩୯ ସେକେଣ୍ଡ ପର୍ଯ୍ୟନ୍ତ ରୁଷୀୟ  ମିସାଇଲ ପୋଲାଣ୍ଡ ବାୟୁସୀମା ମଧ୍ୟରେ ରହିଥିଲା । ନିଜ  ବାୟୁସୀମାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ  ପ୍ରକ୍ରିୟା ଆରମ୍ଭ ହୋଇଥିବା ପୋଲାଣ୍ଡ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି । 

ରୁଷୀୟ ମିସାଇଲ ପୋଲାଣ୍ଡରେ  ପ୍ରବେଶ କରିବା ପରେ ପୋଲାଣ୍ଡ ଏବଂ ଏହାର  ସହଯୋଗୀଙ୍କ ଏୟାରକ୍ରାଫ୍ଟକୁ ସକ୍ରିୟ କରାଯାଇଥିଲା ବୋଲି ପୋଲିଶ ଆର୍ମ୍‌ଡ ଫୋର୍ସେସ୍‌ ଅପରେସନାଲ  କମାଣ୍ଡ(ଆର୍‌ଏସ୍‌ଜେଡ୍‌) ପକ୍ଷରୁ କୁହାଯାଇଛି । ଦୁଇ  ବର୍ଷ ଧରି ଚାଲିଥିବା ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ୟୁକ୍ରେନ୍‌  ସୈନ୍ୟ ଏବଂ ସାମରିକ ଉପକରଣ ତଥା ଅସ୍ତ୍ରଶସ୍ତ୍ର  ଅଭାବର ସାମ୍‌ନା କରୁଥିଲେ ବି ରୁଷ୍‌ ସୀମାରେ ପଶି ପ୍ରତିଆକ୍ରମଣ କରିବାକୁ ପଣ କରିଛି । ରୁଷ୍‌ ଛାଡ଼ିଥିବା ୨୯  ମିସାଇଲରୁ ୧୮ଟିକୁ ୟୁକ୍ରେନ୍‌ର ଏୟାର ଡିଫେନ୍ସ ସିଷ୍ଟମ  ନଷ୍ଟ କରିଛି । ସେହିପରି ୨୮ ଡ୍ରୋନ୍‌ ମଧ୍ୟରୁ ୨୫ଟିକୁ ନଷ୍ଟ  କରାଯାଇଛି । ତେବେ ଏହି ଆକ୍ରମଣରେ ମୃତାହତଙ୍କ ବାବଦରେ ତଥ୍ୟ ମିଳିନାହିଁ । ରୁଷ୍‌ ୟୁକ୍ରେନ୍‌ର ପ୍ରମୁଖ  ଭିତ୍ତିଭୂମିକୁ ଟାର୍ଗେଟ କରି ଆକ୍ରମଣ କରୁଛି । ବିଶେଷ  କରି ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମିକୁ ଦୁର୍ବଳ କରିଦେବାକୁ  ରୁଷ୍‌ ଚେଷ୍ଟା କରୁଛି । 

ପ୍ରକାଶଥାଉ କି, ରୁଷ୍‌ର ମସ୍କୋରେ  ଥିବା ଏକ ସିଟି ହଲ୍‌ରେ ଗତ ଶୁକ୍ରବାର ବଡ଼ ଧରଣର  ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ଅନ୍ୟୁନ୍ୟ  ୧୩୩ ଜଣଙ୍କ ମୃତ୍ୟୁ ଘଟିଥିଲା।

  • prameyanews
  • PrameyaOdia
  • prameya
  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.