ନିର୍ବାଚନ ଖବର
  • ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ନରେନ୍ଦ୍ର ମୋଦି, ମନ୍ତ୍ରୀମଣ୍ଡଳର ହେବ ବିଭାଗ ବଣ୍ଟନ
  • ||
  • ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ଜଣେ ଆଶାକର୍ମୀ ଅଟକ
  • ||
  • ଦିଲ୍ଲୀରୁ ଫେରିଲେ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଚେହେରା ନେଇ କହିଲେ ଏମିତି..
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାସାଓରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା - ବାଂଲାଦେଶ
  • ||
  • ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ସରିଲା ଦେବ ନିମନ୍ତ୍ରଣ, ଆଜି ବାରାତ୍‌ରେ ବାହାରିବେ ମହାଦେବ
  • ||
  • ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ...

ନୂଆଦିଲ୍ଲୀ: ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ପୂର୍ବତନ ଭେଟେରାନ କ୍ରିକେଟର ତଥା ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ SRPF ଯବାନ। ବୁଧବାର ମହାରାଷ୍ଟ୍ରର ଜଲଗାଓଁରେ ସେ ଆତ୍ମହତ୍ୟା କରିଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ, ଆତ୍ମହତ୍ୟା କରିଥିବା କନଷ୍ଟେବଳ ସଚିନ ତେନ୍ଦୁଲକରଙ୍କ ବାସଭବନରେ ନିୟୋଜିତ ହୋଇଥିବା ସୁରକ୍ଷା ଦଳର ସଦସ୍ୟ ଥିଲେ । ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ପୋଲିସ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ରିଜର୍ଭ ପୋଲିସ ଫୋର୍ସ (ଏସଆରପିଏଫ) ସହ ଜଡିତ ୩୯ ବର୍ଷିୟ ପ୍ରକାଶ ଗୋବିନ୍ଦ କପାଡେ ନିଜ ସର୍ବିସ୍ ରିଭଲଭରରୁ ନିଜକୁ ଗୁଳି କରିଥିଲେ । ଗତ ସପ୍ତାହରେ କପାଡେ ତାଙ୍କ ପରିବାର ସହିତ ନିଜ ଗୃହ ସହର ଜାମନେରରେ ପହଞ୍ଚିଥିଲେ। ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ସେ ରାତି ପ୍ରାୟ ସାଢେ ୧ଟା ସମୟରେ ଉଠି ନିଜ ମୁଣ୍ଡରେ ଗୁଳି ଚଳାଇଥିଲେ।

ଗୁଳିର ଶବ୍ଦ ଶୁଣି ଘରର ଅନ୍ୟ ଲୋକମାନେ ଉଠିଥିଲେ । ପରିବାର ସଦସ୍ୟ ମାନେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ପୋଷାକ ରକ୍ତରେ ଜୁଡୁବୁଡୁ ହୋଇ ରହିଛି । ଏହି ସମୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଛନ୍ତି । ଏହି ଘଟଣା ପରେ ଜାମନେର୍ ପୋଲିସର ଏକ ଟିମ୍ ତାଙ୍କ ଘର ପରିଦର୍ଶନ କରିଥିଲେ । ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ ମିଳି ନାହିଁ।

କାପଡେ ୧୫ ବର୍ଷ ପୂର୍ବେ SRPF ରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ମହାରାଷ୍ଟ୍ର ପୋଲିସର ସ୍ପେଶାଲ୍ ପ୍ରୋଟେକ୍ସନ୍ ୟୁନିଟ୍ (ଏସପିୟୁ) ରେ ଡେପୁଟେସନରେ କାର୍ଯ୍ୟ କରୁଥିଲେ । ଅଧିକାରୀ କହିଛନ୍ତି ଯେ ତାଙ୍କୁ ଗତ ବର୍ଷ ବାନ୍ଦ୍ରାସ୍ଥିତ ସଚିନ ତେନ୍ଦୁଲକରଙ୍କ ବାସଭବନରେ ପୋଷ୍ଟ କରାଯାଇଥିଲା । ସେ କହିଛନ୍ତି ଯେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଏବଂ ତଦନ୍ତ ଜାରି ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.