ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦୦ ଶତକ ବ୍ୟତିତ ସଚିନ୍‌ କରିଛନ୍ତି ୫ଟି ମହା ରେକର୍ଡ; ଭାଙ୍ଗିବା ପ୍ରାୟତଃ ଅସମ୍ଭବ

ମୁମ୍ବାଇ,୨୪/୦୪:  ସଚିନ ତେନ୍ଦୁଲକର ଆଜି ତାଙ୍କର ୫୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟର ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ସବୁଠାରୁ ପ୍ରସିଦ୍ଧ ରେକର୍ଡ ଥିଲା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଶତକ । କିନ୍ତୁ ୧୦୦ ଶତକ ବ୍ୟତୀତ, ଆମେ ଆପଣଙ୍କୁ ସଚିନ୍ ତେନ୍ଦୁଲକରଙ୍କ ପାଞ୍ଚଟି ରେକର୍ଡ କହିବୁ, ଯାହା ଭାଙ୍ଗିବା ପ୍ରାୟତଃ ଅସମ୍ଭବ ।

୧. ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍: 

ସଚିନ ତେନ୍ଦୁଲକର ହେଉଛନ୍ତି ଏମିତି ଜଣେ ବ୍ୟାଟର, ଯିଏକି ସର୍ବାଧିକ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ସେତେଟା ଖେଳାଯାଉ ନାହିଁ। ଏପରି ପରିସ୍ଥିତିରେ, ଯଦି ଜଣେ ଖେଳାଳୀ କେବଳ ୧୦୦ ଟି ଟେଷ୍ଟ ଖେଳନ୍ତି, ତେବେ ଏହା ଏକ ବଡ଼ ସଫଳତା ଭାବରେ ବିବେଚନା କରାଯାଏ। ତେବେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏପର୍ଯ୍ୟନ୍ତ ୧୮୭ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ବର୍ତ୍ତମାନ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।

୨. ସବୁଠାରୁ ଅଧିକ ଅନ୍ତରାଷ୍ଟ୍ରୀୟ ରନ୍‌:

ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୪,୩୫୭ ରନ୍ କରିଥିଲେ। ସେ କ୍ରିକେଟ୍ ଇତିହାସରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍ ସ୍କୋରର ଅଟନ୍ତି। ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପ୍ରାୟତଃ ଅସମ୍ଭବ। ବର୍ତ୍ତମାନ ବିରାଟ କୋହଲି ହେଉଛନ୍ତି ଏକମାତ୍ର ବ୍ୟାଟର ଯିଏକି ୨୫,୦୦୦ ଆନ୍ତର୍ଜାତୀୟ ରନ୍ ଅତିକ୍ରମ କରିଛନ୍ତି।

୩. ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସବୁଠାରୁ ଅଧିକ ମ୍ୟାଚ: 

ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସର୍ବାଧିକ ମ୍ୟାଚ୍ ଖେଳିଛନ୍ତି। ସେ ତାଙ୍କ କ୍ୟାରିୟରରେ ୬୬୪ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବର୍ତ୍ତମାନ ବିରାଟ କୋହଲି ହେଉଛନ୍ତି ଏକମାତ୍ର ବ୍ୟାଟର ଯିଏକି ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ମାର୍କ ଅତିକ୍ରମ କରିଛନ୍ତି।

୪. ସବୁଠାରୁ ଅଧିକ ଚୌକା: 

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଚୌକା ମାରିବା କ୍ଷେତ୍ରରେ ମଧ୍ୟ ସଚିନ୍‌ କିର୍ତ୍ତିମାନ ହାସଲ କରିଛନ୍ତି। ୬୬୪ ମ୍ୟାଚ୍‌ରେ ୭୮୨ ଇନିଂସରେ ବ୍ୟାଟିଂ କରୁଥିବାବେଳେ ତେନ୍ଦୁଲକର ୪୦୭୬ରୁ ଅଧିକ ଚୌକା ମାରିବାରେ ସଫଳ ହୋଇଛନ୍ତି। ଏହି ତାଲିକାର ଦ୍ୱିତୀୟରେ ନାମ ସୁନିଶ୍ଚତ କରିଛନ୍ତି କୁମାର ସାଙ୍ଗାକାରା, ଯିଏକି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୦୧୫ ଚୌକା ମାରିଛନ୍ତି।

୫. ସବୁଠାରୁ ଅଧିକ ଅର୍ଦ୍ଧଶତକ କିମ୍ବା ତା'ଠାରୁ ଅଧିକ ରନ୍‌: 

ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୦ କିମ୍ବା ତା'ଠାରୁ ଅଧିକ ସ୍କୋର କରିଛନ୍ତି। କିମ୍ବଦନ୍ତୀ ତେନ୍ଦୁଲକର ୨୬୪ ଥର ଅର୍ଦ୍ଧଶତକ କିମ୍ବା ତା'ଠାରୁ ଅଧିକ ରନ୍‌ ଅତିକ୍ରମ କରିଥିଲେ, ଯେଉଁଥିରେ ୧୦୦ ଶତକ ଏବଂ ୧୬୪ ଅର୍ଦ୍ଧ ଶତକ ରହିଛି।

 You can also read: ଦିଲ୍ଲୀରେ କୃଷକଙ୍କ ଭିନ୍ନ ପ୍ରଦର୍ଶନ; ଫସଲ ମୁଲ୍ୟକୁ ବିରୋଧ କରି ହାଡ଼ ଓ ଖପୁରି ଧରି ବସିଲେ ତାମିଲନାଡ଼ୁ ଚାଷୀ


 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.