ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କାର୍ଯ୍ୟରେ ଅବହେଳା ପାଇଁ ୪ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ

breaking news

ବାରିପଦା,୧୩/୦୯ : ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟରେ ଅବହେଳା ଲକ୍ଷ୍ୟ କରି ୪ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିବା ସହ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି I ଗୁଞ୍ଜୁସାହି କ୍ଲଷ୍ଟରର ଶିକାରଘାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଓ ଚନ୍ଦନପୁର କ୍ଲଷ୍ଟରର ଚନ୍ଦାବିଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ ଜଣ ଶିକ୍ଷୟତ୍ରୀ ବାରମ୍ବାର କାର୍ଯ୍ୟରେ ଅବହେଳା କରିଥିବାରୁ ସେମାନଙ୍କର ସେପ୍ଟେମ୍ବର ମାସର ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି  I ଏହା ସହିତ ବୈଦିପୁର ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷକଙ୍କୁ ମଧ୍ୟ ପ୍ରଥମ ଥର କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି I ବାରିପଦା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କ ଉପରେ ନ୍ୟସ୍ତ ଥିବାରୁ ନିଜନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.