ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ କଡ଼ା ଟ୍ରାଫିକ୍‌ ବ୍ୟବସ୍ଥା, ଚାରି ଚକିଆରେ ଯିବାକୁ ବାରଣ

Published By : Prameya | January 26, 2024 1:37 PM

ସମ୍ବଲପୁର,୨୬/୦୧: ସମ୍ବଲପୁରରେ ଆସନ୍ତା ୨୭ ତାରିଖରେ  ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବ ।  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଏଥିପାଇଁ  ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ଜିଲ୍ଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି । ସହରର ଯେଉଁମାନେ ସମଲେଇ ମନ୍ଦିର ଦେଇ ଯିବା ଆସିବାର କରିବେ ସେମାଙ୍କୁ ଚାରି ଚକିଆ ବଦଳରେ ଦୁଇ ଚକିଆ ଯାନରେ ଯିବା ଆସିବା କରିବାକୁ  ନିବେଦନ କରାଯାଇଛି ।  

ଲୋକାର୍ପଣ ଦିନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର  କାର୍ଯକ୍ରମ ରହିଛି । ଟ୍ରାଫିକ୍‌ ନିୟନ୍ତ୍ରଣ  ପାଇଁ ସମ୍ପୁର୍ଣ୍ଣ ସହରକୁ ୬ଟି ସେକ୍ଟରରେ  ଭାଗ କରାଯାଇଛି । ପ୍ରତି ସେକ୍ଟରରେ  ଜଣେ ଲେଖାଏଁ ଟ୍ରାଫିକ ଇନ୍ସପେକ୍ଟର  ଦାୟିତ୍ୱରେ ରହିବେ । ଏଠାକୁ କେବଳ  ନିମନ୍ତ୍ରିତ ଅତିଥି ଆସୁଛନ୍ତି । ଏଥିରେ ଯୋଗ ଦେବାକୁ ଆସୁଥିବା ଆତିଥିଙ୍କ  ଗାଡ଼ି ସବୁ ଏନ୍‌ଏଚ୍‌ରୁ ଦୁର୍ଗାପାଲି  ଦେଇ ଆସିବ । 

କାନିଜୁରୀ ପାଖରେ  କରାଯାଇଥିବା ୩ଟି ପଡ଼ିଆରେ ପାର୍କିଂ  କରାଯିବ । ସେଠାରୁ ସେମାନଙ୍କୁ  ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଗାଡ଼ିରେ ମନ୍ଦିର ପରିସରକୁ  ଅଣାଯିବ । ଏଥିସହ ସମ୍ବଲପୁର  ଟାଉନରୁ ନିମନ୍ତ୍ରିତ ଅତିଥିଙ୍କୁ  ସମଲେଇ କଲେଜରେ ଗାଡ଼ି ପାର୍କିଂ  କରିବାକୁ କୁୁହାଯାଇଛି । ଏଠାରୁ  ସମଲେଇ ମନ୍ଦିର ପର୍ଯ୍ୟନ୍ତ ପ୍ରତି ୫  ମିନିଟରେ ଏକ ବସ ଯିବା ଆସିବା  କରୁଥିବ । ସେଥିରେ ନିମନ୍ତ୍ରିତ ଭକ୍ତ, ଅତିଥି ଯିବାଆସିବା କରିପାରିବେ ।  ଏହାବାଦ୍‌ ୧୦୦ଟି ଭିଆଇପି ପାର୍କିଂ  ମନ୍ଦିର ପାଖରେ କରାଯିବ ।   

ନେଲସନ୍‌ ମାଣ୍ଡେଲା ଓ ଜେଲ ଛକ  ଦେଇ ଚାରି ଚକିଆ ଯିବା ଆସିବା  କରିପାରିବ ନାହିଁ । ମନ୍ଦିରକୁ ରିଂ  ରୋଡ଼ ଦେଇ ଆସୁଥିବା ଲୋଙ୍କୁ ଏକ ପ୍ରକାର ବାରଣ କରାଯାଇଛି ।  ଏହି ରାସ୍ତା ଦେଇ କେବଳ ଜରୁରୀ  ସମୟରେ ଦୁଇ ଚକିଆରେ ଗାଡ଼ି  ଯିବା ଆସିବା କରିବ । ଯେଉଁମାନେ ବି  ଆସୁଛନ୍ତି, ସେମାନଙ୍କ ଗାଡ଼ି ବାଲିବନ୍ଧା  ପାରେ ହିଁ ରଖିବାକୁ କୁହାଯାଇଛି ।  ଏଥିସହ ସହରର ବିଭନ୍ନ୍‌ ଗଳି ଦେଇ  ମନ୍ଦିରକୁ ଥିବା ରାସ୍ତାକୁ ବେରିଗେଟିଂ  କରାଯିବା ନେଇ ପୁଲିସ ପକ୍ଷରୁ  ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.