ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ବଲପୁରରେ ମେଣ୍ଟ ଚର୍ଚ୍ଚା, ବିଜେଡିରେ ନିରବତା: ନା ନେତା ଘରୁ ବାହାରୁଛନ୍ତି, ନା ପ୍ରଚାର କରୁଛନ୍ତି...

ସମ୍ବଲପୁର,୨୨/୦୩: ମାସେ ତଳେ ସମ୍ବଲପୁର ବିଜେଡି ଉଠୁଥିଲା, ପଡୁଥିଲା । ଭୁବନେଶ୍ୱରରୁ ଛାମୁଆ ନେତା ଘନ ଘନ ଗସ୍ତ କରୁଥିଲେ । ସର୍କିଟ୍‌ ହାଉସ୍‌ରେ  ସ୍ଥାନୀୟ ସଙ୍ଗଠକଙ୍କ ଲମ୍ବା ଲାଇନ୍‌ ଲାଗୁଥିଲା । ଏଇ  କିଛି ଦିନ ହେବ ମେଣ୍ଟ ଚର୍ଚ୍ଚା ବଢ଼ିବା ସହ ସମ୍ବଲପୁର  ବିଜେଡିରେ ନିରବତା ଛାଇ ଯାଇଛି । ନା ନେତା  ଘରୁ ବାହାରୁଛନ୍ତି, ନା ସେହିଭଳି ପ୍ରଚାର କରୁଛନ୍ତି । 

ବିଜେଡି ୨୦୧୯ରେ ପରାସ୍ତ ହେବା  ପରେ ଏଥର ଏହାକୁ  ଦଖଲକୁ ନେବାକୁ ପ୍ରୟାସ ଆରମ୍ଭ କରିଥିଲା । ଗୋଷ୍ଠୀ କନ୍ଦଳ  ସତ୍ତେ୍ୱ ସବୁ ନେତା ଏକ  ହୋଇ ଦଳର ପ୍ରଚାରକୁ ଓହ୍ଲାଇ  ସାରିଥିଲେ । ସମ୍ବଲପୁର ବିଧାନସଭା  ମଣ୍ଡଳୀ ମହାନଗରରେ ସୀମିତ ଥିବାରୁ ୱାର୍ଡ  କମିଟି ପ୍ରସ୍ତୁତ ସରିଥିଲା । ଏଥିପାଇଁ ରୋହିତ ପୂଜାରୀ,  ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି,  ସିଦ୍ଧାର୍ଥ ଦାସ, ସିଦ୍ଧାର୍ଥ ସାହାଙ୍କୁ ୱାର୍ଡ ସବୁ ଭାଗ କରି  ଦିଆଯାଇଥିଲା । ଜୟଙ୍କୁ ଘେରିବାକୁ ସମସ୍ତ ରଣନୀତି ପ୍ରସ୍ତୁତ  କରି ଦଳର ନେତା ଆଗେଇ ଚାଲିଥିଲେ । ହେଲେ ଏବେ ସେ  ସ୍ଥିତି ନାହିଁ । ନେତା ପୂର୍ବଭଳି ଲୋକଙ୍କ ପାଖକୁ ଯାଉ ନାହାନ୍ତି ।  ବୈଠକ, ଆଲୋଚନା, ବନ୍ଧୁମିଳନ କାର୍ଯ୍ୟକ୍ରମ କରୁନାହାନ୍ତି ।  ମଝିରେ ମଝିରେ ବ୍ୟକ୍ତିଗତ ଭାବେ ନିଜ କର୍ମୀଙ୍କୁ କେବଳ  ଉତ୍ସାହିତ କରିବାକୁ ଘରେ ବସି ଆଲୋଚନା କରୁଛନ୍ତି ।  ହେଲେ କର୍ମୀ ଏହାକୁ ନେଇ ଖୁସି ନଥିବା କହିଛନ୍ତି । 

ଦୁଇ ମାସ ତଳେ ବିଜେଡି ଜିଲ୍ଲା ସଭାପତି ରୋହିତ  ପୂଜାରୀ ସମ୍ବଲପୁର ଆସନରୁ ଲଢ଼ିବାକୁ ଜୋରଦାର ପ୍ରସାୟ  କରୁଥିଲେ । ରାସେଶ୍ୱରୀ ପାଣିଗ୍ରାହୀ, ସିଦ୍ଧାର୍ଥ ଦାସ, ସିଦ୍ଧାର୍ଥ  ସାହାଙ୍କ ସମର୍ଥକଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା  କରୁଥିଲେ । ସମସ୍ତଙ୍କୁ ବ୍ୟକ୍ତିଗତ  ଭାବେ ଫୋନ୍‌ ବି କରୁଥିଲେ ।  ହେଲେ ଏବେ ସେ ବି ନିରବ । ସମ୍ବଲପୁରରେ  ତାଙ୍କୁ ଦେଖିବାକୁ  ମଧ୍ୟ ମିଳୁନି ।  କେବଳ ରୋହିତ  ନୁହନ୍ତି, ପ୍ରାୟ ସମସ୍ତଙ୍କ ସମାନ ଦଶା । ଯଦି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହୁଏ, ତେବେ  ସମ୍ବଲପୁର ଆସନ କାହାକୁ ଯିବ? ବିଜେପିର ବର୍ତ୍ତମାନ  ବିଧାୟକ ଥିବା ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ  ବିଜେପି କେବେ ହେଲେ ଛାଡିବ ନାହିଁ । ବିଜେଡିର  ଜଣେ ବରିଷ୍ଠ ନେତା ନାଁ ଗୋପନ ରଖି କହିଛନ୍ତି,  ପୂର୍ବରୁ ଆମେ ସଙ୍ଗଠନ ସଜାଡିବାକୁ ବହୁ ଖର୍ଚ୍ଚ କରିଛୁ ।  ଏବେ ଯଦି ସମ୍ବଲପୁର ବିଜେପି ହାତକୁ ପଳାଇବ  ସେହି ଖର୍ଚ୍ଚ ଯିବା ସହ ୪ ବର୍ଷର ପରିଶ୍ରମ ବି ଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.