ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୋରେଇରେ ଆକାଶଙ୍କ ଆଶାବାଡ଼ି ସଂଚିତା, ଆକାଶଙ୍କୁ ବିଜେପି ନେତାଙ୍କ ଅସହଯୋଗ

ଯଯାତିନଗର, ୧୦।୪: କୋରେଇ ବିଜେପି ରାଜନୀତିରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଏହି ଆସନରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଆକାଶ ଦାସ ନାୟକଙ୍କୁ ଦଳୀୟ ଟିକେଟ୍‌ ଦେଇଛି । କୋରେଇରେ ବିଜେପି ଦଳୀୟ ଟିକେଟ୍‌ ଆଶାୟୀ ଥିବା ବିଶ୍ୱଜିତ ନାୟକ ଓ ଆଲେକଜାଣ୍ଡାର ଦାସ ଏ ପର୍ଯ୍ୟନ୍ତ ଆକାଶଙ୍କୁ ଧରାଛୁଆଁ ଦେଉ ନାହାନ୍ତି । ଆକାଶଙ୍କୁ ବିଜେପି ନେତାଙ୍କ ଅସହଯୋଗ ଏବେ ବି ଜାରି ରହିଛି । ଶେଷରେ ଆକାଶ କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତିଙ୍କ ଭରସାରେ ନିର୍ବାଚନ ଲଢ଼ିବାକୁ ଉଦ୍ୟମ କରିଛନ୍ତି । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ସଂଚିତା କୋରେଇରୁ ନିର୍ବାଚନ ଲଢ଼ି ୨୦୦୪ରେ ବିଧାୟିକା ହୋଇ ପାରିଥିଲେ । ୨୦୧୪ ନିର୍ବାଚନରେ ସଂଚିତା ମହାନ୍ତି ୧୫ ହଜାର ଭୋଟ୍‌ ପାଇ ୩ୟ ସ୍ଥାନରେ ଥିଲେ । ୨୦୧୯ରେ ସଂଚିତାଙ୍କୁ ବିଜେପି ଟିକେଟ୍‌ ଦେଇନଥିଲା । ସଂଚିତାଙ୍କ ସ୍ଥାନରେ ବିଜେପି ବିଶ୍ୱଜିତଙ୍କୁ ୨୦୧୯ରେ ପ୍ରାର୍ଥୀ କରିଥିଲା । 

ସଂଚିତା ୨୦୧୯ରୁ ନିରବି ଯାଇଥିବା ବେଳେ, ଏବେ ଆକାଶଙ୍କ ମାର୍ଗଦର୍ଶକ ସାଜିବାକୁ କୋରେଇରେ ପହଞ୍ଚିଛନ୍ତି । କୋରେଇ ବିଜେପି ସଂଗଠନ ଓ କର୍ମୀ ଆକାଶଙ୍କ ପାଖକୁ ଏ ଯାବତ୍‌ ଆସି ନାହାନ୍ତି । ଶେଷରେ ସଂଚିତା ହିଁ ଆକାଶଙ୍କ ଆଶାବାଡ଼ି ସାଜିଛନ୍ତି । ୨୦୧୯ରେ ବିଶ୍ୱଜିତ ନାୟକ, ସଂଚିତା ମହାନ୍ତିଙ୍କ ଟିକେଟ୍‌ କାଟି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ୨୦୨୪ରେ ବିଶ୍ୱଜିତଙ୍କ ଟିକେଟ୍‌ କଟିବା ପରେ ସଂଚିତା, ଆକାଶଙ୍କ ସହଯୋଗୀ ସାଜିଛନ୍ତି । ଚଳିତ ମାସ ୮ ତାରିଖରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କୋରେଇର ଦୁଇ ଆଶାୟୀ ବିଜେପି ନେତା ବିଶ୍ୱଜିତ ଓ ଆଲେକଜାଣ୍ଡାରଙ୍କୁ ନେଇ ଆକାଶଙ୍କ ଉପସ୍ଥିତିରେ ମାନଭଂଜନ ବୈଠକ କରିଥିଲେ । ବୈଠକ ଆପାତତଃ ବିଫଳ ହୋଇଛି । ଦୁଇ ଆଶାୟୀଙ୍କ ଉପରୁ ଆଶା ତୁଟାଇବା ପରେ ଆକାଶ ଏବେ ସଂଚିତାଙ୍କ ନେତୃତ୍ୱକୁ ଆଧାର କରି ବିଜେପି କର୍ମୀଙ୍କ ସହଯୋଗ ଲୋଡିବା ପାଇଁ ବାହାରିଛନ୍ତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.