ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଗୁଡ଼ୁଛି ବିଜେଡିର ନୀଳଗିରି ଅଙ୍କ, ସୁକାନ୍ତଙ୍କୁ ପ୍ରାର୍ଥୀ କରିବା ପରେ ଦଳ ଛାଡ଼ିଲେ ସନ୍ତୋଷ ଖଟୁଆ

ନୀଳଗିରି: ବାଲେଶ୍ବରର ନୀଳଗିରି ବିଧାନସଭା ମଣ୍ଡଳୀ ବିଜେଡି ପାଇଁ ଅଡ଼ୁଆ ବଢ଼ାଇଛି । ନିକଟରେ ବିଜେପି ଛାଡ଼ି  ବିଜେଡିରେ ସାମିଲ ହୋଇଥିବା ସୁକାନ୍ତ ନାୟକଙ୍କୁ ବିଜେଡି ଆଜି ପ୍ରାର୍ଥୀ କରାଇବା ପରେ ରାଜନୀତି ଅଙ୍କ ବିଗିଡ଼ିଯାଇଛି । ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଦାବି କରିଆସିଥିବା ସନ୍ତୋଷ ଖଟୁଆ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ । 

ଇସ୍ତଫାପତ୍ରରେ ସନ୍ତୋଷ ଲେଖିଛନ୍ତି ଯେ, ‘ମାସେ ହେଲା ଦଳର କିଛି ନେତା ମୋ ବିରୋଧରେ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି । ଏହାସତ୍ବେ ଦୃଢତାର ସହିତ ଦଳ ପାଇଁ କାମ କରି ଆସୁଥିଲି । କିନ୍ତୁ ଏବେ ଏହା ଅସହ୍ୟ ହେବାରୁ ଦଳ ଛାଡିବାକୁ ବାଧ୍ୟ ହେଉଛି ।’ ଚଳିତ ନିର୍ବାଚନରେ ସନ୍ତୋଷ ନୀଳଗିରିରେ ବିଜେଡି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ଏଠାରେ ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ସୁକାନ୍ତ ନାୟକଙ୍କୁ ଟିକେଟ ଦେଇଛି । 

ସୁକାନ୍ତ ବିଜେଡିରେ ମିଶିବା ପରଠାରୁ ସନ୍ତୋଷ ଦଳର ବିଭିନ୍ନ ଫୋରମରେ ବିରୋଧ କରି ଆସୁଥିଲେ । ଏପରିକି ସୁକାନ୍ତଙ୍କ ମିଶ୍ରଣଙ୍କୁ ନେଇ ସନ୍ତୋଷ ଅସନ୍ତୁଷ୍ଟ ଥିଲେ । କିନ୍ତୁ ଆଜି ଟିକେଟ ଘୋଷଣା ପରେ ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଗତ ୨୦୧୯ରେ ବିଜେଡି ଟିକେଟରେ ନୀଳଗିରି ଆସନରୁ ସନ୍ତୋଷ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଅନ୍ୟପଟେ ଏହି ଆସନରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସୁକାନ୍ତ ନାୟକ । ସେପଟେ ଆଜି ଆଉ ୬ ଆସନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ନୀଳଗିରି ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ । 

 

  • General Election 2024
  • Odisha election 2024
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.