ପିପିଲି, ୨୫।୮: ପିପିଲି ଅଞ୍ଚଳରେ ଦ୍ରୁତ ଗତିରେ ବ୍ଲାର୍ଡ ଫ୍ଲୁ ବଢ଼ିବାରେ ଲାଗିଛି । ବ୍ଲାର୍ଡ ଫ୍ଲୁର ସଂଖ୍ୟା ବଢ଼ିବାର ଦେଖି ସତ୍ୟବାଦୀ ଅଞ୍ଚଳକୁ ବାର୍ଡ ଫ୍ଲୁ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ । ଏଥିସହ ପିପିଲି ଅଞ୍ଚଳରେ ଥିବା ସମସ୍ତ କୁକୁଡ଼ା ଫାର୍ମରେ ଥିବା କୁକୁଡ଼ାକୁ ଦୋକାନୀ କିମ୍ୱା ଲୋକଙ୍କୁ ବିକ୍ରି କରିବା ଉପରେ ରୋକ୍ ଲଗାଇଛି । ପିପିଲିର ୫୪ ଟି ଓ ସତ୍ୟବାଦୀର ୨୧ ଟି କୁକୁଡ଼ା ଫାର୍ମାର କୁକୁଡ଼ାକୁ ମାରି ପୋତିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ଅନ୍ୟପଟେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବରକୁ ପିପିଲି ଅଞ୍ଚଳର କୁକୁଡ଼ା ଚାଷୀ ପ୍ରତ୍ୟାଖାନ କରିଛନ୍ତି । ପ୍ରଶାସନ ଯଦି କ୍ଷତି ପୂରଣ ନ ଦିଏ ତେବେ ରାଜରାସ୍ଥାକୁ ଓହ୍ଲାଇବେ ବୋଲି ଚେତାବନୀ ଚାଷୀ । ମଙ୍ଗଳପୁରଠାରେ ଏନେଇ ଚାଷୀ ଓ ପ୍ରଶାସନର ମିଳିତ ବୈଠକ ହେବାର ଯୋଜନା ରହିଛି ।