ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଖୋଲୁଛି ରଙ୍ଗିଲା ସତ୍ୟର ମିଛ ପ୍ରେମ କାହାଣୀ: ଫୋନ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ଭର୍ତ୍ତି, ​ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ୱର,୫/୦୮: ରଙ୍ଗିଲା ସତ୍ୟଜିତ୍‌ ସାମଲ ଓରଫ୍‌ ସତ୍ୟର ମିଛ ପ୍ରେମ  କାହାଣୀର ଆଉ ଏକ ଫର୍ଦ୍ଦ ଲେଉଟାଇଛି କମିଶନରେଟ୍‌ ପୁଲିସ । ଏଥିରେ ପୁଲିସ  ତା’ର ସାମାଜିକ ଗଣମାଧ୍ୟମ ଓ ବିବାହ  ସୂତ୍ର ଆକାଉଣ୍ଟଗୁଡିକୁ ଗୁରୁତ୍ୱ ଦେଇଛି ।  ତା’ର ଫୋନ୍‌କୁ ଯାଞ୍ଚ କରିବା ବେଳେ  ସେଥିରୁ ପୁଳା ପୁଳା ଅଶ୍ଲୀଳ ଫଟୋଚିତ୍ର  ଓ ଭିଡିଓ ମିଳିଛି । ଏସବୁକୁ ତାଲିକାଭୁକ୍ତ  କରି ୧୧ଜଣ ମହିଳାଙ୍କ ସହ ପୁଲିସ  ଯୋଗାଯୋଗ କରିଛି । ସେମାନଙ୍କଠାରୁ  ସତ୍ୟଜିତ୍‌ର ମିଛ ପ୍ରେମ କାହାଣୀ ଶୁଣି  ପୁଲିସ କାନ ତାବ୍‌ଦା ହୋଇଯାଇଛି ।  

ସତ୍ୟଜିତ୍‌ ଧରୁଥିବା ୨ଟି ମୋବାଇଲ୍‌  ଫୋନ୍‌ରୁ ପ୍ରାୟ ୪୩ଟି ନକଲି ସାମାଜିକ  ଗଣମାଧ୍ୟମ ଓ ବିବାହ ସୂତ୍ର ଆକାଉଣ୍ଟର  ସୁରାକ୍‌ ମିଳିଛି । ସେଥିରୁ ଫେସ୍‌ବୁକ୍‌ରେ  ୧୮ଟି ଆକାଉଣ୍ଟ ଖୋଲିଥିବା ବେଳେ  ଇନ୍‌ଷ୍ଟାଗ୍ରାମ୍‌ରେ ୮ଟି ଆକାଉଣ୍ଟ  ଖୋଲଥିଲା । ଡିଭୋର୍ସ ମାଟ୍ରିମୋନିରେ ୩ଟି  ଓ ମାଟ୍ରିମୋନିରେ ୧୦ଟି ଜୀବନସାଥୀ. କମ୍‌ରେ ୪ଟି ଆକାଉଣ୍ଟ ଖୋଲିଥିଲା ।  

ସବୁଥିରେ ସତ୍ୟଜିତ୍‌ ନିଜର ଭିନ୍ନ ଭିନ୍ନ  ପରିଚୟ ଦେଇଥିଲା । କେଉଁଥିରେ ନିଜକୁ  ସାଉଦି ଆରବର ରାଜଧାନୀ ରିୟାଦର ବିମାନ ପାଇଲଟ୍‌ ସଜାଇଥିଲା । କେଉଁ ଆକାଉଣ୍ଟରେ  ନିଜକୁ ବ୍ରିଟିଶ୍‌ ସଂସ୍ଥା ‘କୋଷ୍ଟା କାଫି’ର ବିକ୍ରି  ପରିଚାଳକ ବୋଲି ଦର୍ଶାଇଥିଲା । ଏମିତିକି  କିଛି ଆକାଉଣ୍ଟରେ ନିଜକୁ କ୍ରାଇମ୍‌ବ୍ରାଞ୍ଚ,  ସିବିଆଇ, ପୁଲିସ ଅଧିକାରୀ ବୋଲି ପରିଚୟ  ଦେଇଥିଲା । ଅଧିକାଂଶ ସାମାଜିକ ଗଣମାଧ୍ୟମ  ଆକାଉଣ୍ଟରେ ନିଜ ନାଁ ଇନ୍ସପେକ୍ଟର ରାହୁଲ  ବୋଲି ଲେଖିବାକୁ ସେ ଭଲ ପାଉଥିଲା । 

ବଡ଼କଥା ହେଲା, ଅଧିକାଂଶ ଯୁବତୀଙ୍କୁ  ପ୍ରେମ ଜାଲରେ ଫସାଇ ସେ ଭିଡିଓ ବାର୍ତ୍ତା  (କଲ୍‌) କରୁଥିଲା । ସେମାନଙ୍କୁ ନାନା ଅଶ୍ଲୀଳ  କାହାଣୀ ଶୁଣାଇ ଉଲଗ୍ନ ହେବା ପାଇଁ ବାଧ୍ୟ  କରୁଥିଲା । କେହି ଯୁବତୀ ଉଲଗ୍ନ ହେବା ପରେ  ତା’ର ବହୁ ସ୍କ୍ରିନ୍‌ସଟ୍‌ ରଖୁଥିଲା । ପାଖରେ  ରଖିଥିବା ଅନ୍ୟ ଏକ ଫୋନ୍‌ରେ ଉଲଗ୍ନ ବେଳର  ଭିଡିଓ ଉତ୍ତୋଳନ କରୁଥିଲା । ଏହି ଭିଡିଓ ଓ  ଫଟୋଚିତ୍ରକୁ ଦେଖାଇ ଯୁବତୀମାନଙ୍କଠାରୁ  ଲକ୍ଷ ଲକ୍ଷ ଟଙ୍କା ଦାବି କରୁଥିଲା ।  

ପୁଲିସ ଏହି ଅଶ୍ଲୀଳ ଭିଡିଓ ଓ  ଫଟୋଚିତ୍ରଗୁଡି଼କୁ ତନ୍ନତନ୍ନ କରି ଯାଞ୍ଚ କରିଛି ।  ଅଶ୍ଳୀଳ ଫଟୋଚିତ୍ରକୁ ସେମାନଙ୍କ ସାମାଜିକ  ଗଣମାଧ୍ୟମ ଆକାଉଣ୍ଟ ସହ ମହିଳାମାନଙ୍କ  ପରିଚୟ ଓ ଠିକଣା ମେଳ କରାଇଛି ।  ସେଥିରୁ ପ୍ରାୟ ୧୧ଜଣ ମହିଳାଙ୍କ ତାଲିକା  ପ୍ରସ୍ତୁତ କରିଛି । ଯେଉଁମାନେ କି ସତ୍ୟର  ପ୍ରେମ ଜାଲରେ ଫସି ସର୍ବସ୍ୱ ହରାଇଛନ୍ତି ।  ୧୧ଜଣଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ବିଧବା ।  ୪ଜଣ ଯୁବତୀ ଘରୋଇ ସଂସ୍ଥାରେ ଚାକିରି  କରୁଛନ୍ତି । ସତ୍ୟ ପ୍ରଥମେ ଭୁବନେଶ୍ୱରରେ  ଚାକିରି କରିବା ବେଳେ ପ୍ରେମରେ ଫସାଇଥିବା  ଜଣେ ଯୁବତୀ ମଧ୍ୟ ଏହି ତାଲିକାରେ ଅଛନ୍ତି ।  

କ୍ୟାପିଟାଲ ଥାନା ପୁଲିସର ୨ଜଣ  ମହିଳା ପୁଲିସ ଅଧିକାରୀ ପୀଡିତାମାନଙ୍କ  ସହ ଫୋନ୍‌ରେ କଥା ହୋଇଛନ୍ତି । ସେମାନେ  ସତ୍ୟର ମିଛ ପ୍ରେମକାହାଣୀକୁ ଘଣ୍ଟା ଘଣ୍ଟା  ଧରି ଧୈର୍ଯ୍ୟର ସହ ଶୁଣିଛନ୍ତି । ଏମିତିକି  ସତ୍ୟର ଧମକରେ ଡରିଯାଇ କିଛି ତା’  ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ  ବାଧ୍ୟ ହୋଇଥିଲେ ବୋଲି ପୀଡି଼ତାମାନେ  ବଖାଣିଛନ୍ତି । ନାମ ଗୋପନ ରଖିବା ସର୍ତ୍ତରେ  ଥାନାରେ ଅଭିଯୋଗ କରିବାକୁ ପୀଡି଼ତାମାନଙ୍କୁ  ପୁଲିସ ଅଧିକାରୀ ପରାମର୍ଶ ଦେଇଥିଲେ ।  କିନ୍ତୁ ଲୋକଲଜ୍ଜା ଭୟରେ କେହି ଅଭିଯୋଗ  ପାଇଁ ରାଜି ହୋଇନଥିବା ପୁଲିସ କହିଛି ।

କୋରାପୁଟରୁ ମିଳିଲା ଆଉ ୨ ଦାମୀ କାର

କ୍ୟାପିଟାଲ ଥାନା ପୁଲିସକୁ ସତ୍ୟ ନାଁରେ ଥିବା ଆଉ ୨ଟି ଦାମୀ କାରର ସନ୍ଧାନ ମିଳିଛି । ସେଗୁଡି଼କୁ କୋରାପୁଟରୁ ପୁଲିସ ଜବତ କରିଛି । ସତ୍ୟକୁ ଗିରଫ ବେଳେ ପୁଲିସ ୨ଟି କାର ଜବତ କରିଥିଲା । ଠକେଇ ଟଙ୍କାରେ କାର କିଣି କିଛି ଟ୍ରାଭେଲ୍ସରେ ବ୍ୟବସାୟିକ ସୂତ୍ରରେ ଲଗାଇଥିବା ପୁଲିସ କହିଛି । 

ରିମାଣ୍ଡରେ ଆଣିବ ପୁଲିସ

ରଙ୍ଗିଲା ସତ୍ୟକୁ ରିମାଣ୍ଡରେ ଆଣିବାକୁ ସଜବାଜ ହେଉଛି ପୁଲିସ । ସୋମବାର ଅଦାଲତରେ ୩ ଦିନିଆ ରିମାଣ୍ଡ ଆବେଦନ କରାଯିବ । ରିମାଣ୍ଡ ବେଳେ ତା’ର ଅଛିଣ୍ଡା ମିଥ୍ୟା ପ୍ରେମ କାହାଣୀର ଖିଅ ଯୋଡି଼ବ । ସେ କେଉଁଠୁ ବନ୍ଧୁକ କିଣିଥିଲା? ଚୋରା ବନ୍ଧୁକ ବେପାରରେ ସମ୍ପୃକ୍ତ ଥିଲା କି? ସେ ସମ୍ପର୍କରେ ଅଧିକ ଖୋଳତାଡ଼ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । 

ବଙ୍ଗୀୟ ସାମ୍ବାଦିକାଙ୍କୁ 

ଟାର୍ଗେଟ କରିଥିଲା ପଞ୍ଚିମବଙ୍ଗରେ ରହୁଥିବା ବଙ୍ଗୀୟ ସାମ୍ବାଦିକାଙ୍କୁ ଟାର୍ଗେଟ କରିଥିଲା ସତ୍ୟଜିତ୍‌ । କିଛିଦିନ ତଳେ ସେ ଏକ ନକଲି ମାଟ୍ରିମୋନି ଆକାଉଣ୍ଟ ଖୋଲି ସାମ୍ବାଦିକାଙ୍କ ସହ ଇନ୍ସପେକ୍ଟର ପରିଚୟରେ କଥା ହୋଇଥିଲା । ଏହାର ଏକ ଅଡିଓ ବାର୍ତ୍ତା ପ୍ରଘଟ ହୋଇଛି । ସେଥିରୁ ଜଣାପଡୁଛି, ସାମ୍ବାଦିକାଙ୍କୁ ପ୍ରେମ ଜାଲରେ ଫସାଇ ଠକିବାକୁ ଯୋଜନା କରିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.