ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନର ଭାଙ୍ଗି ଗଲା ଆଶା , ପ୍ରିନ୍ସ ସଲମାନ ରଦ୍ଦ କଲେ ଗସ୍ତ

ରିୟାଦ : ପାକିସ୍ତାନକୁ ଲାଗିଛି ବଡ଼ ଝଟକା। ତାର ସବୁ ଆଶା ଯେମିତି ନିରାଶ ହୋଇ ଯାଇଛି। କାରଣଟି ହେଲା ସାଉଦୀ ଆରବର ଯୁବରାଜ (କ୍ରାଉନ ପ୍ରିନ୍ସ) ମହମ୍ମଦ ବିନ୍‌ ସଲମାନ ପାକିସ୍ତାନ ଗସ୍ତରେ ଆସିଥାନ୍ତେ । ଦିନବାର ସବୁ ଧାର୍ଯ୍ୟ ହୋଇ ସାରିଥିଲା। ତାଙ୍କର ସ୍ୱାଗତ ପାଇଁ ଅନେଇ ବସିଥିଲା ପାକିସ୍ତାନ। ହେଲେ ଏବେ ଖବର ଆସିଛି ସେ ଆଉ ଆସିବେ ନାହିଁ । ତାଙ୍କର ଗସ୍ତ ରଦ୍ଦ ହୋଇଛି। ପ୍ରିନ୍ସ ସଲମାନ କୌଣସି କାରଣ ଯୋଗୁଁ ନିଜର ପାକିସ୍ତାନ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। 

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକସ୍ତାନ ପାଇଁ ପ୍ରିନ୍ସ ସଲମାନଙ୍କର ଯାତ୍ରା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା। ପାକିସ୍ତାନର ପିଏମ୍‌ ଶହବାଜ ସରିଫ୍‌ଙ୍କୁ ଆଶା ଥିଲା କି ସାଉଦୀ ପ୍ରିନ୍ସ ତାଙ୍କର ଦେଶକୁ ଆସିବେ ଏବଂ କୌଣସି ଏକ ବଡ଼ ନିବେଶ କରିବେ, ହେଲେ ଏମିତି ହୋଇ ପାରିଲା ନାହିଁ । ପ୍ରିନ୍ସ ସଲମାନ ପାକିସ୍ତାନର ଗସ୍ତ ତ ସ୍ଥଗିତ କରି ଦେଲେ , କିନ୍ତୁ ସେ ଜାପାନା ନିଶ୍ଚୟ ଯିବେ।

ଉଲ୍ଲେଖନୀୟ ଯେ, ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସାଉଦୀ ଆରବର ଯାତ୍ରା ପରେ ପାକିସ୍ତାନ ଓ ସାଉଦୀ ଆରବ ମଧ୍ୟରେ ଏକ ରାଜନୀତିକ ଓ ବ୍ୟାପାର ସମ୍ୱନ୍ଧୀୟ ବାର୍ତ୍ତା ହୋଇଥିଲା। ଏହା ପରେ ଏହି ଉଚ୍ଚସ୍ତରୀୟ ଯାତ୍ରାର ସମ୍ଭାବନା ଥିଲା। ସାଉଦୀ ଆରବ ଯୁବରାଜଙ୍କର ଯାତ୍ରା ଏବେ ବିଳମ୍ୱିତ ହୋଇ ଯାଇଛି। ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ସାଉଦୀ ଆରବ ଠାରୁ ବଡ଼ ନିବେଶର ଆଶାରେ ରହିଥିଲା।

ମହମ୍ମଦ ବିନ୍‌ ସଲମାନଙ୍କର ୫ବର୍ଷରେ ଏହା ପ୍ରଥମ ପାକିସ୍ତାନ ଯାତ୍ରା ହେବ। ଗତ ଥର ସେ ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶାସନ କାଳ ସମୟରେ ଫେବ୍ରୁଆରୀ ୨୦୧୯ରେ ପାକିସ୍ତାନ ଗସ୍ତ କରି ଥିଲେ। ସେ କ୍ଷେତ୍ରକୁ ନିଜର ଯାତ୍ରା ଅନୁସାରେ,୨୦୨୨ରେ ପାକିସ୍ତାନ ଆସିବାର ଥିଲା , ହେଲେ ଅନ୍ତିମ ସମୟରେ ଯାତ୍ରାକୁ ରଦ୍ଦ କରି ଦିଆ ଯାଇଥିଲା। 

ଅନ୍ୟପଟେ ସାଉଦୀ ଆରବର କ୍ରାଉନ ପ୍ରିନ୍ ମହମ୍ମଦ ବିନ୍ ସଲମାନ ୨୦ରୁ ୨୩ ମେ ଯାଏ ଜାପାନ ଗସ୍ତ କରିବେ ଏବଂ ସମ୍ରାଟ ନାରୁହିତୋ ଓ ପ୍ରଧାନ ମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସହ ସାକ୍ଷାତ କରିବେ। ସାଉଦୀ ଆରବ ଜାପାନ ପାଇଁ ଏକ ପ୍ରମୁଖ ତେଲ ରପ୍ତାନକାରୀ ଦେଶ। ଜାପାନୀ ମିଡ଼ିଆ ମୁତାବିକ , ସାଉଦୀ ପ୍ରିନ୍ସ ଜାପାନୀ ସମ୍ରାଟଙ୍କ ସହ ସାକ୍ଷାତ ଓ କୋର୍ଟ ଲଞ୍ଚ କରିବେ ଏବଂ ପିଏମ୍‌ କିଶିଦାଙ୍କ ସହ କଥାବାର୍ତ୍ତା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.