ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

SBIର ମଲ୍ଟି ଅପ୍ସନ ଡିପୋଜିଟ୍ ସ୍କିମ୍‌ର ୨ଟି ଫାଇଦା: ସୁଧ ଏଫ୍‌ଡି ଭଳି, ସୁବିଧା ସେଭିଂ ଆକାଉଣ୍ଟ ଭଳି...

ନୂଆଦିଲ୍ଲୀ ୧୧/୯: ଯଦି ଆପଣ ଏଫଡିରେ ସେଭିଂ କରିବାକୁ ଚାହୁଁଛନ୍ତି ଏବଂ ଏହା ମଧ୍ୟ ଚାହୁଁଛନ୍ତି କି ଏଥିରେ କୌଣସି ଲକ୍ ଇନ୍ ପିରିୟଡ ନଥାଉ ଅର୍ଥାତ୍ ଆପଣ ଯେବେ ଚାହିଁବେ ବିନା କୌଣସି ଫାଇନରେ ପଇସା ଉଠାଇ ପାରିବେ । ତେବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ପେଶାଲ ମଲ୍ଟି ଅପ୍ସନ ଡିପୋଜିଟ୍ ସ୍କିମ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ଅପ୍ସନ । 

ଏହି ସ୍କିମର ୨ଟି ବଡ ଫାଇଦା ରହିଛି । ପ୍ରଥମଟି ଆପଣଙ୍କୁ ଏଫଡି ଭଳି ସମାନ ସୁଧ ମିଳିଥାଏ । ଦ୍ୱିତୀୟଟି ଏଥିରେ ଆପଣଙ୍କ ପଇସା ସବୁବେଳେ ଲିକ୍ୱିଡ୍ ରହିଥାଏ ଅର୍ଥାତ୍ ଆପଣ ଏଫଡିର ମାଚ୍ୟୁରିଟି ପୂର୍ବରୁ ମଧ୍ୟ ବିନା କୌଣସି ପେନାଲ୍ଟିରେ ପଇସା ଉଠାଇ ପାରିବେ । ଏଥିରେ ଆପଣ ସେଭିଂ ଆକାଉଣ୍ଟ ଭଳି ଏଟିଏମ୍, ଚେକ୍ ବା ବ୍ରାଞ୍ଚକୁ ଯାଇ ପଇସା ଉଠାଇ ପାରିବେ । ଏହା ଏମିତି ଏକ ଟର୍ମ ଡିପୋଜିଟ୍, ଯାହାକୁ ଆପଣ ନିଜ ସେଭିଂ ଆକାଉଣ୍ଟ ବା କରେଣ୍ଟ ଆକାଉଣ୍ଟ ସହିତ ଲିଙ୍କ୍ କରି ଓପନ କରିପାରିବେ । 

ମଲ୍ଟି ଅପ୍ସନ ଡିପୋଜିଟ୍ ସ୍କିମ୍ ସମ୍ପର୍କିତ କିଛି ଖାସ୍ 

ଏହି ସ୍କିମରେ ଆପଣ ନିଜ ଡିପୋଜିଟରୁ ୧୦୦୦ ଟଙ୍କାର ମଲ୍ଟିପଲ ଅର୍ଥାତ୍ ୧୦୦୦, ୨୦୦୦, ୫୦୦୦, ୧୦୦୦୦ ଟଙ୍କାରେ ପଇସା ବାହାର କରିପାରିବେ । ଉଠାଣ ହୋଇଥିବା ରାଶି ପରେ ବଳକା ରାଶିରେ ଆପଣଙ୍କୁ ଏଫଡି ଭଳି ସୁଧ ମିଳିବା ଜାରି ରହିବ । ଏହି ସ୍କିମରେ ଆପଣ ଯେବେ ଚାହିଁବେ, ଯେତେ ରାଶି ଚାହିଁବେ ଉଠାଇ ପାରିବେ । ଏହା ସହିତ ଏଥିରେ ପଇସା ଉଠାଣର କୌଣସି ସୀମା ମଧ୍ୟ ନାହିଁ । ଅର୍ଥାତ୍ ଆପଣ ଯେତେ ଥର ଚାହିଁବେ ପଇସା ଉଠାଇ ପାରିବେ । 

ଏହି ସ୍କିମରେ ପଇସା ଏକ ବର୍ଷଠୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଇହେବ । ଏଥିରେ ମିଳୁଥିବା ସୁଧର ରାଶିରେ ଆପଣଙ୍କୁ ପ୍ରଚଳିତ ହାରରେ ଟ୍ୟାକ୍ସ ଡିଡକ୍ସନ ନୂଆ ସୋର୍ସ(TDS) ଦେବାକୁ ହେବ । ଏହି ସ୍କିମରେ ନୋମିନେସନର ଫ୍ୟାସିଲିଟି ମଧ୍ୟ ରହିଛି ଅର୍ଥାତ୍ ଆପଣ ଏହି ସ୍କିମ ପାଇଁ ନୋମିନିକୁ ଯୋଡିପାରିବେ । ତେବେ ଏହି ସ୍କିମକୁ ନେଲେ ଆପଣଙ୍କୁ ସେଭିଂ ଆକାଉଣ୍ଟରେ ଆଭରେଜ୍ ମାସିକ ବାଲାନ୍ସ ମେଣ୍ଟେନ୍ କରିବା ଜରୁରି । 

ଅଟୋ ସ୍ୱିପ୍ ଫ୍ୟାସିଲିଟି

MOD ଆକାଉଣ୍ଟରେ ଅଟୋ ସ୍ୱିପର ସୁବିଧା ମଧ୍ୟ ରହିଛି । ଏହା ଅର୍ଥ ଆପଣଙ୍କୁ ଏଥିରୁ ଏକ ଲିମିଟ୍ ନିର୍ଦ୍ଧାରିତ କରିବାକୁ ହେବ । ଯେମିତି ଆପଣଙ୍କ ଜମା ରାଶି ସେହି ଲିମିଟ ଉପରକୁ ଯିବ, ବ୍ୟାଙ୍କ ସେହି ଅତିରିକ୍ତ ଫଣ୍ଡକୁ ସ୍ୱିପ୍ ଜରିଆରେ ଏଫଡିରେ ଜମା କରିଦେବ । 

Copyright © 2022 - Summa Real Media Private Limited. All Rights Reserved.