ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ୪ ରାଜ୍ୟରେ ନଡ଼ା ଜଳାଇବା ବନ୍ଦ

ନୂଆଦିଲ୍ଲୀ, ୮।୧୧: ଦିଲ୍ଲୀ-ଏନ୍‌ସିଆରରେ ବର୍ଧିଷ୍ଣୁ ବାୟୁ ପ୍ରଦୂଷଣ ସମସ୍ୟା ସଂପର୍କରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ବିଚାରପତି ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ ଜଷ୍ଟିସ୍‌ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀକୁ ଏଭଳି ଗୁରୁତର ବାୟୁ ପ୍ରଦୂଷଣ ସମସ୍ୟା ଦେଇ ଗତି କରିବାକୁ ଛାଡି଼ ହେବନି । ଶ୍ୱାସରୁଦ୍ଧ କରିବା ଭଳି ବାୟୁ ଗୁଣବତ୍ତା ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେବାର କାରଣ । ପ୍ରତିବର୍ଷ ଶୀତଦିନରେ ପଡ଼ୋଶୀ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ନଡ଼ା ଜଳାଯିବା ଦିଲ୍ଲୀରେ ହଠାତ୍‌ ବାୟୁ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ ପାଲଟୁଛି । ତେଣୁ ଏହି ୪ ରାଜ୍ୟ ନଡ଼ା ଜଳାଇବା ବନ୍ଦ କରିବା ଦରକାର । ଆମେ ଏହା ବନ୍ଦ ହେବା ଚାହୁଁଛୁ । ଏ ସଂପର୍କରେ ତତ୍କାଳ କିଛି ପଦକ୍ଷେପ ନିଆଯିବା ଦରକାର । ପ୍ରଦୂଷଣକୁ ଦେଖି ଆମର ଧୈର୍ଯ୍ୟଚ୍ୟୁତି ଘଟୁଛି । ଯଦି ଆମେ କାର୍ଯ୍ୟାନୁଷ୍ଠାନ ନେବୁ ତା’ ହେଲେ ଆମର ବୁଲଡୋଜର ଅଟକିବ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ରେ ହେବ । 

ବିଗତ କିଛି ଦିନ ଧରି ରାଜଧାନୀରେ ବାୟୁର ଗୁଣବତ୍ତା ଅତି ବିପସ୍ତରରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଆଜି ରାଜଧାନୀରେ ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ରୁ ଅଧିକ ରହିଥିଲା । ଇତିମଧ୍ୟରେ ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ଏବଂ ପଞ୍ଜାବ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । ଦିଲ୍ଲୀ ସରକାର ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ବଡ଼ ପଦକ୍ଷେପ ନିଆଯାଇଥିବା କହିଥିଲେ । ପଞ୍ଜାବର ଆଟର୍ଣ୍ଣି ଜେନେରାଲ କହିଥିଲେ, ନଡ଼ା ଜଳାଯିବା କେବଳ ୨୦-୫୦ ଦିନ ହେଉଛି । ରାଜ୍ୟରେ ନଡ଼ା ଜଳାଯିବା ଘଟଣା ପୂର୍ବାପେକ୍ଷା ୪୦ ପ୍ରତିଶତ କମିଛି । ଧାନ ପରି ଅନ୍ୟ ଫସଲ ଲାଗି ମଧ୍ୟ ଏମ୍‌ଏସ୍‌ପି ମିଳିବା ଦରକାର । 

ଏହାପରେ ଜଷ୍ଟିସ୍‌ ଏସ୍‌କେ କୌଲ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରି କହିଥିଲେ, ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲା ଏକ ରାଜନୈତିକ ଯୁଦ୍ଧ ହୋଇପାରିବ ନାହିଁ । ପଞ୍ଜାବ ସରକାରଙ୍କୁ ନଡ଼ା ଜଳାଇବା ବନ୍ଦ କରିବାକୁ ପଡି଼ବ । ଆପଣଙ୍କର ପ୍ରଶାସନ ଏହା କରିବା ଦରକାର । ଆମେ ନୀତିଗତ ମାମଲାରେ ପ୍ରବେଶ କରୁନା । ହେଲେ ଲୋକ ମରୁଥିବାରୁ ଆମେ ନୀତିଗତ ମାମଲାରେ ପ୍ରବେଶ କରିବୁ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ନଡ଼ା ଜଳାଇବା ତୁରନ୍ତ ବନ୍ଦ କରିବା ଆବଶ୍ୟକ । ମୁଖ୍ୟ ସଚିବ ଏବଂ ଡିଜିପି ଏହା ସୁନିଶ୍ଚିତ କରନ୍ତୁ । ପ୍ରଦୂଷଣ ରୋକିବା ଲାଗି ସରକାରଗୁଡି଼କ ଆପେ ଆପେ ପଦକ୍ଷେପ ଉଠାଇଲେ ଭଲ । ଯଦି ଆମେ ଆମର ବୁଲଡୋଜର ଚଳାଇବୁ ତା’ହେଲେ ଅଟକିବୁ ନାହିଁ । ସମସ୍ୟାର ସମାଧାନ ଲାଗି ଉପାୟ ବାହାର କରିବାକୁ ଖଣ୍ଡପୀଠ ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କ ସହ ବୈଠକ କରିବାକୁ କହିଛନ୍ତି । 

ଆମିକସ୍‌ କ୍ୟୁରୀ ଅପରାଜିତା ସିଂହ ଆଜି କହିଥିଲେ, ଦିଲ୍ଲୀରେ ଲାଗିଥିବା ସ୍ମଗ୍‌ ଟାୱାରଗୁଡି଼କ କାମ କରୁନି । ଜବାବରେ ଖଣ୍ଡପୀଠ ସ୍ମଗ୍‌ ଟାୱାର କେବେ କାମ କରିବ ବୋଲି ପଚାରିଥିଲେ । ସେହିଭଳି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ଅଧ୍ୟକ୍ଷଙ୍କୁ ଆଗାମୀ ଶୁଣାଣି ସମୟରେ ଉପସ୍ଥିତ ହେବାକୁ କହିଥିଲେ । ଏହି ସମୟରେ କୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ତାଗିଦ୍‌ କରିଛନ୍ତି । କହିଛନ୍ତି, ଦିଲ୍ଲୀ ସରକାର ବି ଉତ୍ତରଦାୟିତ୍ୱ ନେବା ଆବଶ୍ୟକ । ନଗର ନଗମ ସହରର ଆବର୍ଜନାକୁ ଖୋଲାରେ ଜଳାନ୍ତୁ ନାହିଁ । ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା ଟ୍ୟାକ୍ସି, ବସ୍‌ଗୁଡି଼କୁ ହିଁ ରାଜଧାନୀରେ ଚାଲିବାକୁ ଦିଆଯ।।ଉ । ଅନ୍ୟପଟେ ପଞ୍ଜାବ ଏବଂ କେନ୍ଦ୍ର ସରକାର ଧାନ ଫସଲର ବିକଳ୍ପ ସନ୍ଧାନ କରିବା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ଲୁଧିଆନାସ୍ଥିତ ପଞ୍ଜାବ ରିମୋର୍ଟ ସେନ୍‌ସିଂ ସେଣ୍ଟରର ତଥ୍ୟ ଅନୁସାରେ, ରାଜ୍ୟରେ ସେପ୍ଟେମ୍ବର ୧୫ରୁ ଆଜି ମଧ୍ୟରେ ମୋଟ ୨୦,୯୭୮ଟି ନଡ଼ା ଜଳାଯିବା ଘଟଣା ସାମ୍ନାକୁ ଆସିଛି । ଆଜି କେବଳ ୧,୫୧୫ଟି ଘଟଣା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ସାଙ୍ଗରୁରରେ ସର୍ବାଧିକ ୩୯୭ଟି ଘଟଣା ଘଟିଛି । ବରନାଲାରେ ୧୪୭, ମନସାରେ ୧୩୭, ଭଟିଣ୍ଡାରେ ୧୨୯, ଫିରୋଜପୁରରେ ୯୭, ମୋଗାରେ ୯୩ ଏବଂ ଲୁଧିଆନାରେ ୮୬ଟି ଘଟଣା ରେକର୍ଡ ହୋଇଛି । 

 

Copyright © 2022 - Summa Real Media Private Limited. All Rights Reserved.