ଭୁବନେଶ୍ୱର ୧୯/୦୪: ବିଜେପି ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ। ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ ବିଜେପି କର୍ମୀଙ୍କ ସହ କେନ୍ଦ୍ରାପଡା ରାଜନଗର ପଟ୍ଟାମୁଣ୍ଡାଇର ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି।
ବିଜୁ ବାବୁଙ୍କ ଅନୁଗତ ଥିଲେ। ସେ ଛାତ୍ର ଜୀବନରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି।। ଜନତା ଦଳ ଅଭିଭକ୍ତ କଟକ ସମ୍ପାଦକଥିଲେ କେନ୍ଦ୍ରାପଡା ଜିଲ୍ଲାର ଜନତା ଦଳର ପ୍ରଥମ ସଭାପତି ଥିଲେ। ୧୯୯୮ରୁ ୨୦୦ରେ ବିଜେଡିରେ ଥିଲେ। କେନ୍ଦ୍ରାପଡା ଜିଲ୍ଲାର ପଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଶଙ୍ଖ ଭାବନରେ ବିଜେଡିରେ ମିଶିଛନ୍ତି। ସେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି ।