ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାରାୟଣୀ ଛକ ନିକଟରେ ସିରିଜ ଦୁର୍ଘଟଣା; ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

ଖଲ୍ଲିକୋଟ,୨୪/୫ :  ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ମା' ନାରାୟଣୀ ଛକ ନିକଟରେ ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ୧୦୮ଆମ୍ବୁଲାନ୍ସ ଚାଳକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୯ଟାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବିୟର ବୋଝେଇ ଟ୍ରକ ନମ୍ବର ଓଆର ୦୭ ଭି ୫୧୬୪  ହଠାତ ମା' ନାରାୟଣୀ ଛକ ନିକଟରେ ଏକ ମାଇନ୍ସ ଟ୍ରକ ନମ୍ବର ଓଡି ୦୯ ଆର ୨୦୬୫ପଛକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଏକ ୧୦୮ ଆମ୍ବୁଲାନ୍ସ ନମ୍ବର ଓଡି ୦୨ ସିପି ୦୧୧୮କୁ ଧକ୍କା ଦେଇଥିଲା । 

ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଆମ୍ବୁଲାନ୍ସ ଚାଳକ ଜଣଙ୍କ ବ୍ରହ୍ମପୁରର ସୁରଜ ସାହୁ ବୋଲି ଜଣା ପଡ଼ିଛି । ତେବେ ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ମାଇନ୍ସ ଟ୍ରକଟି ଆଗରେ ଥିବା ଏକ ଆଳୁ ବୋଝେଇ ଟ୍ରକ ନମ୍ବର ୟୁପି ୭୪ ଏଟି ୦୨୨୭ପଛକୁ ଧକ୍କା ଦେଇଥିଲା । ତେବେ ଉକ୍ତ ସିରିଜ ଦୁର୍ଘଟଣାରେ ବିୟର ବୋଝେଇ ଟ୍ରକ ଚାଳକ, ମାଇନ୍ସ ଟ୍ରକ ଚାଳକ ଓ ହେଲପର, ଆଳୁ ବୋଝେଇ ଟ୍ରକ ଚାଳକ ଓ ହେଲପର ଏବଂ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ସହଯୋଗୀ ସୁସ୍ଥ ଥିବାବେଳେ ଖବରପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ ସାହୁ ପୋଲିସ ଟିମ ସହ ହାଇୱେ ପାଟ୍ରୋଲିଂ ପୋଲିସ ଏସଆଇ ସୀମାଞ୍ଚଳ ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.