ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଅଷ୍ଟ୍ରେଲିଆରେ ୬୦ ପିଲାଙ୍କୁ ଯୌନ ଶୋଷଣ : ୩୦୦ ମାମଲାରେ ଦୋଷ ସ୍ଵୀକାର କଲା ଅଭିଯୁକ୍ତ, ଅଭିଯୋଗ ପଢ଼ିବାକୁ ଲାଗିଲା ୨ ଘଣ୍ଟା

କାନବେରା, ୦୩/୦୯ : ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ୬୦ ପିଲାଙ୍କୁ ଯୌନ ଶୋଷଣ କରିଛି । ଅସଦାଚରଣ, ବଳାତ୍କାର ଓ ଯୌନ ନିର୍ଯାତନା ଭଳି ସଙ୍ଗିନ ମାମଲାରେ ସେ ନିଜ ଦୋଷ ସ୍ୱୀକାର କରିଛି । ଅଭିଯୁକ୍ତର ନାମ ଏଶ୍‌ଲେ ପଲ୍‌ ଗ୍ରିଫିଥ ଓ ସେ ଚାଇଲ୍ଡ କେୟାର ହୋମ୍‌ରେ କାମ କରୁଥିଲା । ଏହିଠାରେ ହିଁ ସେ ସମସ୍ତ ଅପରାଧ ଭିଆଇଥିଲା । ଅଭିଯୁକ୍ତ ଗ୍ରିଫିଥ୍‌ ବିରୋଧରେ ବ୍ରିସ୍‌ବେନ୍‌ ଜିଲ୍ଲା ଅଦାଲତରେ ୩୦୦ରୁ ଅଧିକ ମାମଲାରେ ମକଦ୍ଦମା ଚାଲୁଛି । ସେ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ବ୍ରିସ୍‌ବେନ୍‌ ଏବଂ ଇଟାଲୀର ଟ୍ରେନିଙ୍ଗ୍‌ ସ୍କୁଲଗୁଡ଼ିକରେ ଏହି ଅପରାଧ ଘଟାଇଥିଲା । ସୋମବାର ଏହି ମାମଲାରେ ଏକ ଅଦାଲତରେ ଶୁଣାଣି ହୋଇଛି । 

ଏହି ସମୟରେ ଅଭିଯୁକ୍ତ ଗ୍ରିଫିଥ୍‌ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ପଢ଼ିବା ପାଇଁ ଜିଲ୍ଲା ବିଚାରପତିଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଶୁଣାଣି ବେଳେ ପୀଡ଼ିତ ପିଲାମାନଙ୍କର ପିତାମାତା ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସମୟରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଥିଲେ । ଅଷ୍ଟ୍ରେଲିଆ ପୁଲିସ ୨୦୨୨ରେ ଗ୍ରିଫିଥ୍‌କୁ ୬୦ ପିଲାଙ୍କୁ ଯୌନ ଶୋଷଣ ମାମଲାରେ ଗିରଫ କରିଥିଲା । ଗତବର୍ଷ ପୁଲିସ ତା’ ବିରୋଧରେ ହୋଇଥିବା ଅଭିଯୋଗଗୁଡ଼ିକୁ ଜନତାଙ୍କ ସାମ୍ନାକୁ ଆଣିଥିଲା । ୪୬ ବର୍ଷୀୟ ଗ୍ରିଫିଥ୍‌ ଅଷ୍ଟ୍ରେଲିଆର ଇତିହାସରେ ସବୁଠୁ ବଡ଼ ପିଡୋଫାଇଲ୍‌ (ଶିଶୁବିରୋଧୀ ଅପରାଧୀ) ବୋଲି ଜଣାପଡ଼ିଛି । ୯୧ ପିଲାଙ୍କ ବିରୋଧରେ ଅପରାଧ ଘଟାଇବାକୁ ନେଇ ୨୦୨୩ରେ ଗ୍ରିଫିଥ୍‌ ବିରୋଧରେ ୧୬୯୧ଟି ମାମଲା ଦାୟର ହୋଇଥିଲା । ଚଳିତବର୍ଷ ଆରମ୍ଭରେ ଅଭିଯୋଗ ସଂଖ୍ୟାକୁ କମାଯାଇ ୩୦୭କୁ ଅଣାଯାଇଥିଲା । ଏହାପରେ ତାକୁ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା । ତା’ ବିରୋଧରେ ୨୮ଟି ବଳାତ୍କାର ମାମଲା ରହିଥିବା ବେଳେ ୧୯୦ ଅସଦାଚରଣ ମାମଲା ରହିଛି । ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ମୁତାବକ, କୋର୍ଟ ରୁମ୍‌ରେ ଶୁଣାଣି ବେଳେ ଯେତେବେଳେ ପୀଡ଼ିତ ପିଲାମାନଙ୍କର ନାମ ନିଆଗଲା, ସେତେବେଳେ ସେମାନଙ୍କ ପିତାମାତା କାନ୍ଦିବାକୁ ଲାଗିଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.