ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ୩ରାଶି ଉପରେ ଶନିଦେବଙ୍କର ପ୍ରଭାବ: ଶନି ଜୟନ୍ତୀରେ ନିଶ୍ଚୟ କରନ୍ତୁ ଏହି ଉପାୟ, ସୁଧୁରିଯିବ ଆପଣଙ୍କ ଭାଗ୍ୟ

ଭୁବନେଶ୍ୱର ୦୬/୦୬: ଜ୍ୟୋତିର୍ବିଦ୍ୟାରେ ଶନିଦେବଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି। ଶନିଦେବ ନ୍ୟାୟର ଦେବତା ଅଟନ୍ତି ଏବଂ ସମସ୍ତ ଗ୍ରହଙ୍କ ଠାରୁ ନିମ୍ନ ଗତିରେ ଚଳପ୍ରଚଳ କରିଥାନ୍ତି। ଚଳିତବର୍ଷ ୬ ଜୁନ୍‌ରେ ଶନି ଜୟନ୍ତୀ ପାଳନ କରାଯାଉଛି। 

ଶନିଜୟନ୍ତୀ

ଜ୍ୟୋତିଷବିଦ୍ୟାରେ ଶନିଦେବଙ୍କୁ ଏକ ଭିନ୍ନ ସ୍ଥାନ ପ୍ରଦାନ କରାଯାଇଛି। ସେ ନ୍ୟାୟର ଦେବତା ଅଟନ୍ତି। ଧାର୍ମିକ ମାନ୍ୟତାନୁଯାୟୀ ଶନିଦେବ କର୍ମଫଳର ଦାତା ଅଟନ୍ତି। ସେ କର୍ମ ହିସାବରେ ଫଳ ଦେଇଥାନ୍ତି। ଶନିଜୟନ୍ତୀ ଦିନ ତାଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଶନିଦେବଙ୍କର ସମସ୍ତ ବିଧିପୂର୍ବକ ପୂଜାର୍ଚ୍ଚନା କରିବା ଉଚିତ। 

ହିନ୍ଦୁ ପଞ୍ଚାଙ୍ଗଙ୍କ ଅନୂଯାୟୀ ଜ୍ୟେଷ୍ଠ ମାସର ଅମାବାଶ୍ୟା ତିଥିରେ ଶନିଦେବଙ୍କର ଜନ୍ମ ହୋଇଥିଲା। ଏହି ଦିନକୁ ଆମେ ଶନିଜୟନ୍ତୀ ଭାବରେ ପାଳୁଛେ। ଶନି ଅଶୁଭ ହେବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମୟରେ କୁମ୍ଭ, ମକର ଏବଂ ମୀନ ରାଶି ଉପରେ ଶନିଙ୍କର ସାଢେସାତି ପ୍ରଭାବ ପଡୁଛି। ଏହି ଦଶା ଲାଗିଲେ ଆପଣଙ୍କୁ ଅନେକ ଗୁଡିଏ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଶନିଦେବଙ୍କୁ ପ୍ରସନ୍ନ କରିବାପାଇଁ ପୂଜାର୍ଚ୍ଚନାର ବିଧି

ଏହି ପବିତ୍ର ଦିନରେ ସକାଳୁ ଶୀଘ୍ର ଉଠି ସ୍ନାନାଦି କାମ ଶେଷ କରନ୍ତୁ।  ଘରର ମନ୍ଦିର ବା ପୂଜା କରୁଥିବା ସ୍ଥାନରେ ଦ୍ୱୀପ ପ୍ରଜ୍ଜ୍ୱଳନ କରନ୍ତୁ। ଶନିଦେବଙ୍କର ମନ୍ଦିର ଯାଆନ୍ତୁ। ଶନିଦେବଙ୍କୁ ତେଲ ଏବଂ ପୁଷ୍ପ ଅର୍ପଣ କରନ୍ତୁ। ଶନିଚାଳିଷା ପଢନ୍ତୁ। ଯଦି ସମ୍ଭବ ତେବେ ଏହିଦିନ ବ୍ରତ ମଧ୍ୟ ରଖନ୍ତୁ। ଏହି ପବିତ୍ର ଦିନରେ ଦାନ ଇତ୍ୟାଦି କରନ୍ତୁ। ଧାର୍ମିକ ମାନ୍ୟତାନୁଯାୟୀ, ଦାନ କରିବା ଦ୍ୱାରା ଅଧିକ ଫଳ ପ୍ରାପ୍ତି ହୋଇଥାଏ। 

ଶନିଦେବଙ୍କୁ ପ୍ରସନ୍ନ କରିବାପାଇଁ ଏହି ମନ୍ତ୍ରର ଜପ କରନ୍ତୁ...

“ଓଁ ଶଂ ଅଭୟହସ୍ତାୟ ନମଃ”

“ଓଁ ଶଂ ଶନୈଶ୍ଚରାୟ ନମଃ”

“ଓଁ ନୀଳାଂଜନସମାଭାମସଂ ରବିପୂତ୍ରଂ ଯମାଗ୍ରଜଂ ଛାଯାମାର୍ତ୍ତଣ୍ଡସଂଭୂତଂ ତଂ ନମାମି ଶନୈଶ୍ଚରମ”

ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ:

ଶନି ଜୟନ୍ତୀରେ ଶନିଦେବଙ୍କ ପ୍ରିୟ କଳା ବିରି, କଳା ପୋଷାକ ଇତ୍ୟାଦି ଦାନ କରନ୍ତୁ। ଏହାଛଡା ମନ୍ଦିରରେ ବଶି ଶନି ସ୍ତୋତ୍ର ମଧ୍ୟ ପଢିପାରିବେ। ଏହାଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି। ଶନିବାର ଦିନ ଅସ୍ୱତଥ୍ ଗଛ ନିକଟରେ ଶନିଦେବଙ୍କ ମୂର୍ତ୍ତି ପାଖରେ ରାଶିତେଲ ଅର୍ପଣ କରନ୍ତୁ ଅଥବା ଉକ୍ତ ତେଲକୁ ଗରୀବ ଲୋକଙ୍କୁ ଦାନ କରନ୍ତୁ। ଶନିବାର ଦିନ ରାଶିତେଲ ଏବଂ ଗୁଡ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ମଧ୍ୟ ଶନିଦେବ ପ୍ରଶନ୍ନ ହୋଇଥାନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.