ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଶରଦଙ୍କୁ ଦରକାର ନାହିଁ Z+ ସିକ୍ୟୁରିଟି, କହିଲେ ଗାଡିରେ ବସାଇବିନି କି, ଘର ପ୍ରାଚୀରର ଉଚ୍ଚତା ବଢାଇବିନି...

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ନିକଟରେ ଦିଆଯାଇଥିବା Z ପ୍ଲସ୍ ସୁରକ୍ଷାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମୀକ୍ଷା ପରେ ଏହି ସୁରକ୍ଷା ତାଙ୍କୁ ଦିଆଯାଇଥିଲା । ଯେଉଁଥିରେ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଦ୍ୱାରା ପରିଚାଳିତ ହେଉଛି । ପୱାରଙ୍କ ଏହି ପଦକ୍ଷେପ କେବଳ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିନାହିଁ, ବରଂ ତାଙ୍କ ସୁରକ୍ଷା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ଉଠାଉଛି ।

ସୂଚନାନୁସାରେ, ପାୱାର ଏହି ସୁରକ୍ଷା ବୃଦ୍ଧି ହେବାର କାରଣ ଉପରେ ପ୍ରଶ୍ନ ଉଠାଇ ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି । ସେ ଜାଣିବାକୁ ଚାହିଁଲେ କାହିଁକି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଉଥିଲା ଏବଂ କେଉଁ ଆଧାରରେ ତାଙ୍କୁ ଏପରି ସୁରକ୍ଷା ଯୋଗାଇ ଦିଆଯାଉଥିଲା ? ଏହି ପ୍ରଶ୍ନ ଉଠାଇ ପାୱାର ସ୍ପଷ୍ଟ କରିଛନ୍ତି ଯେ, ସେ ସେହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିବେ ନାହିଁ ଯାହା ତାଙ୍କର ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିପାରେ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପାୱାର ତାଙ୍କ ଦିଲ୍ଲୀ ବାସଭବନରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜନ, ରାଜଧାନୀରେ ଯାତ୍ରା ସମୟରେ ବ୍ୟବହୃତ ଗାଡି ବଦଳାଇବା ଏବଂ ତାଙ୍କ ଗାଡି ଭିତରେ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜନ ଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କ ଦିଲ୍ଲୀ ବାସଭବନର ପ୍ରାଚୀର କାନ୍ଥର ଉଚ୍ଚତା ବଢାଇବାକୁ ସୁରକ୍ଷା ଏଜେନ୍ସି ମାନେ ମଧ୍ୟ ଏକ ପରାମର୍ଶ ଦେଇଛନ୍ତି, ଯାହାକୁ ପାୱାର ପ୍ରତ୍ୟାଖ୍ୟାନ କରିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ଏକ ବୈଠକରେ ପାୱାର ସ୍ପଷ୍ଟ ଭାବେ ସୁରକ୍ଷା ଏଜେନ୍ସିର ପ୍ରତିନିଧି ମାନଙ୍କୁ କହିଛନ୍ତି ଯେ ସେ ତାଙ୍କ ସୁରକ୍ଷା ସଂପର୍କରେ ଏପରି କଠୋରତା ଆବଶ୍ୟକ କରନ୍ତି ନାହିଁ । ଏହି ବୈଠକରେ CRPF ଏବଂ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ, ଦିଲ୍ଲୀ ଅଗ୍ନିଶମ ସେବା, ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରତିନିଧୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁରକ୍ଷା ମୂଲ୍ୟାଙ୍କନ ପରେ ପାୱାରଙ୍କ ସୁରକ୍ଷାକୁ ଆହୁରି ଦୃଢ କରିବାକୁ ସୁପାରିଶ କରିଥିଲା । ଏହାପରେ ପୱାରଙ୍କୁ Z ପ୍ଲସ୍ ସୁରକ୍ଷା ଯୋଗାଇବାକୁ CRPFକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ପାୱାରଙ୍କ ସୁରକ୍ଷା ପାଇଁ ୫୫ ସଶସ୍ତ୍ର CRPF କର୍ମଚାରୀ ନିୟୋଜିତ ହୋଇଛନ୍ତି, ଯିଏ ତାଙ୍କ ସୁରକ୍ଷାକୁ ୨୪ ଘଣ୍ଟା ନିଶ୍ଚିତ କରିବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.