ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମହିଳାଙ୍କ ଅଜବ ଦାବି: ଡିଏନ୍‌ଏ, ଡିମ୍ବାଣୁ ନେଇଗଲେ ଏଲିଅନ୍, ଏବେ ୟୁଟ୍ୟୁବ୍‌ରେ ଭାଇରାଲ

ନୂଆଦିଲ୍ଲୀ ୨୦/୦୪: ଜଣେ ମହିଳା ଦାବି କରିଛନ୍ତି, ସେ କାଳେ ପରଗ୍ରହୀ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଭେଟିଛନ୍ତି । ଏଲିଅନ୍‌ ସେମାନଙ୍କ ମହାକାଶଯାନରେ ତାଙ୍କୁ ନେଇଗଲେ ଏବଂ ତାଙ୍କ ଡିମ୍ବାଣୁ ସଂଗ୍ରହ କରିନେଲେ ବୋଲି କହିଛନ୍ତି ଶେରି ୱାଇଲ୍ଡ । ଶେରି ଜଣେ ଲେଖିକା । ପରଗ୍ରହୀଙ୍କ ସହ ଯୋଗାଯୋଗରେ ସେ ନିଜ ଜୀବନର ଅଧିକାଂଶ ସମୟ ବିତାଇଛନ୍ତି । ୨୦୧୫ ମସିହାରେ ଶେରୀ ଏହି ଅଜବ ଖୁଲାସା କରିଥିଲେ, ଯାହା ଏବେ ୟୁଟ୍ୟୁବ୍‌ରେ ଭାଇରାଲ ହେଉଛି ।

ଶେରି କହିଛନ୍ତି, କାର୍‌ରେ ଯାଉଥିବାବେଳେ ରାସ୍ତା ମଝିରେ ୪ ଏଲିଅନ୍‌ଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏଲିଅନ୍‌ମାନେ ଯେଉଁଠି ଠିଆ ହୋଇଥିଲେ, ତାଙ୍କ କାର୍‌ ସେଠାରେ ଅଟକିଗଲା । ଏହାର ଦୁଇ ଘଣ୍ଟା ପରେ ସେ ନିଜକୁ ଜଣେ ବନ୍ଧୁଙ୍କ ଘରେ ପାଇଲେ । କିନ୍ତୁ ସେଇ ଦୁଇ ଘଣ୍ଟାରେ କ’ଣ ହେଲା, ତାହା ଜାଣିବାକୁ ଶେରି ମିଶନରେ ଲାଗିପଡ଼ିଲେ । ୨୦ ବର୍ଷ ପରେ ସେ ଜଣେ ହିପ୍‌ନୋଥେରାପିଷ୍ଟ୍‌ଙ୍କ ସାହାଯ୍ୟ ନେଲେ । ତାଙ୍କ ସହ ଗୋଟିଏ ଅଧିବେଶନରେ ୧୭ ବର୍ଷ ବୟସରେ ଯେଉଁସବୁ କଥା ଶେରିଙ୍କର ମନେପଡ଼ିଲା, ତାହା ତାଙ୍କୁ ହତଚକିତ କଲା ।

ଶେରି କହିଲେ, କାର୍‌ ଅଟକିବା ପରେ କାର୍‌ କାଚ ଦେଇ ସେ ଦେଖିଲେ, ସେମାନେ ମଣିଷ ନ ଥିଲେ । ଏହାକୁ ତାଙ୍କ ମସ୍ତିଷ୍କ ସ୍ୱୀକାର କରିପାରୁ ନ ଥିଲା । ସେମାନଙ୍କ ଆଖି ସବୁଜ ଥିଲା । ମୁହଁ ଏପରି ଥିଲା ଯେ ଖୋଲିପାରୁ ନ ଥିଲା । ମୁଣ୍ଡରେ ଟାଇଟ୍‌ ଟୋପି ଥିଲା । ଶେରି ମୁଣ୍ଡ ତଳକୁ କରି ଭୟରେ ଥରୁଥିଲେ । ତାଙ୍କୁ ଲାଗୁଥିଲା ଯେମିତି ତାଙ୍କର ପ୍ରାଣବାୟୁ ଉଡ଼ିଯିବ ।

ସେ କହିଲେ, ଏଲିଅନ୍‌ ତାଙ୍କ ନାଁ ଧରି ଡାକିଲେ ‘ଶେରି, ଆମେ ତୁମକୁ ଅପେକ୍ଷା କରିଥିଲୁ ।’ ସେମାନେ ତାଙ୍କୁ କାର୍‌ରୁ ବାହାରିବାକୁ କହିଲେ । ପଛରେ ବାଡ଼ି ଧରିଥିବା ଦୁଇଜଣ ଲୋକ ପାଖକୁ ଆସି ତାଙ୍କୁ ଧରିଲେ । ସେମାନେ ଶେରିଙ୍କୁ ଛୁଇଁବା ମାତ୍ରେ ସେ ଆଉ ହଲିଲେ ନାହିଁ, ଶାନ୍ତ ପଡ଼ିଗଲେ । ତନ୍ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କର ପରିଚିତ ମନେ ହେଉଥିଲା । ସେ କହିଲା ‘କିଛି କାମ ବାକି ଅଛି ।’

ସେମାନେ ଶେରିଙ୍କୁ ଏକ ପଡ଼ିଆକୁ ନେଇଗଲେ । ସେଠାରେ ସେ ଏଲିଅନ୍‌ଙ୍କ ମହାକାଶଯାନକୁ ଦେଖିଲେ । ତାହା ଏକ ଛୋଟ ଗୋଲକାର ବିମାନ, ଯାହାର ପରିଧି ପ୍ରାୟ ୨୦ ଫୁଟ ଥିଲା । ସେମାନଙ୍କ ମଧ୍ୟରୁ ଜଣେ ଏଲିଅନ୍‌ ଯାନ ଭିତରକୁ ଗଲା । ଶେରିଙ୍କୁ ପଛରେ ଚାଲିବାକୁ କୁହାଗଲା । ସେ କିନ୍ତୁ ଏହାକୁ ବିରୋଧ କଲେ । ଶେଷରେ ସେ ଯାନ ଭିତରକୁ ଗଲେ ଏବଂ ଦେଖିଲେ ତାହା ବହୁତ ଥଣ୍ଡା ଓ ବଡ଼ ଥିଲା । ସେଠାରେ ଏକ ଅଣଓସାରିଆ ସ୍ଲାବ୍‌ ଟେବୁଲ ଥିଲା । ଅନ୍ୟ ବଖରା, କବାଟ ଓ ହଲ୍‌ ମଧ୍ୟ ଥିଲା ।

ଶେରି ଦାବି କଲେ, ଏଲିଅନ୍‌ ତାଙ୍କ ପୋଷାକ ଉତାରି ତାଙ୍କୁ ଟେବୁଲ ଉପରେ ଶୁଆଇଦେଲେ । ଜଣେ ମହିଳା ଏଲିଅନ ତାଙ୍କ ମୁଣ୍ଡକୁ ଯତ୍ନର ସହ ଧରିଥିଲେ । ଏଲିଅନ୍‌ ଶେରିଙ୍କ ଡିଏନ୍‌ଏ ନମୁନା ନେଲେ । କିନ୍ତୁ ତାଙ୍କୁ ଏଥିରେ କୌଣସି ପ୍ରକାର ଆଘାତ ଲାଗିନଥିଲା । ତାଙ୍କର ସବୁଠୁ ଆଶ୍ଚର୍ଯ୍ୟକର ଦାବି ହେଉଛି, ଏଲିଅନ୍‌ମାନେ ତାଙ୍କର ଡିମ୍ବାଣୁ ସଂଗ୍ରହ କରିନେଲେ । ଏକ ଟ୍ୟୁବ୍‌ ଜରିଆରେ କିଛି ତରଳ ନେଉଥିବା ସେ ଦେଖିଲେ । ନମୁନା ନେବା ସମୟରେ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା । ତା’ପରେ ସେମାନେ ଶେରିଙ୍କୁ କିଛି ପ୍ରଶ୍ନ ପଚାରିଲେ । ପ୍ରଥମ ପ୍ରଶ୍ନ ଥିଲା, ସେ ଖୁସି ତ? ଏହି ଘଟଣା ପରେ ତାଙ୍କୁ ମହାକାଶଯାନରୁ ଛାଡ଼ି ଦିଆଗଲା ବୋଲି ଶେରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.