ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଏକ ରହସ୍ୟପୂର୍ଣ୍ଣ ସ୍ଥାନ ; ଯେଉଁଠି ବିମାନ ହେଉଛି କ୍ରାସ୍ , ଜାହାଜ ହୋଇ ଯାଉଛି ନିଖୋଜ !

ନୂଆଦିଲ୍ଲୀ : ଅନେକ ସମୟରେ କିଛି ଘଟଣା ବା ଦୁର୍ଘଟଣା ଘଟିଥାଏ , ଯାହାକି ଲୋକଙ୍କ ମନରେ ଖୁବ୍ ଭୟ ଜାତ କରାଏ। ଏହି ଭୟରୁ କିଛି ଅନ୍ଧବିଶ୍ୱାସ ବି ଜନ୍ମ ହୁଏ ଏବଂ ଅନେକ କିମ୍ୱଦନ୍ତୀ କଥା ସବୁ ସୃଷ୍ଟି ହୁଏ। ଏମିତି କିଛି କିମ୍ୱଦନ୍ତୀର କଥା ବରମୁଡା ଟ୍ରାଏଙ୍ଗଲକୁ ନେଇ ରହିଛି। କୁହାଯାଏ ବଡ଼ ବଡ଼ ଜାହାଜ ଅନେକ ସମୟରେ ଏଠାରେ ବୁଡ଼ି ଯାନ୍ତି ଏବଂ ଆଉ ମଧ୍ୟ ଏଠାରେ ବିମାନ ବି କ୍ରାସ ହୁଏ। ତାପରେ ସେଗୁଡ଼ିକ କୁଆଡ଼େ ନିଖୋଜ ହୋଇ ଯାଏ। ତାର ସନ୍ଧାନ ମିଳେନି। ବର୍ଷ ବର୍ଷ ଏହାକୁ ନେଇ ରିସର୍ଚ୍ଚ ମଧ୍ୟ ଚାଲିଛି । ଏଠାରେ ଏମିତି କାହିଁକି ହେଉଛି। ଏହି ବରମୁଡା ଟ୍ରାଏଙ୍ଗଲ ସ୍ଥାନଟି ଉତ୍ତର ଆଟଲାଣ୍ଟିକ ମହାସାଗରର ଏକ ଅଞ୍ଚଳ।

ଏହାର କୌଣସି ସ୍ପଷ୍ଟ ସୀମାଙ୍କନ ନାହିଁ , କିନ୍ତୁ ଏହା ବିଶ୍ୱାସ କରାଯାଏ ଯେ, ଏହାର କ୍ଷେତ୍ର ଆମେରିକାର ଦକ୍ଷିଣ ପୂର୍ବ ତଟରୁ ଆରମ୍ଭ ହୋଇ କ୍ୟୁବା , ବରମୁଡା , ହିସ୍ପେନିଓଲା , ଜମୈକା ଓ ପୁଏର୍ଟୋ ରିକୋ ଯାଏ ଲମ୍ୱିଛି। ବ୍ରିଟାନିକାର ଏକ ରିପୋର୍ଟ ଅନୁସାରେ, ଏହାର କ୍ଷେତ୍ରଫଳ ୧୩ ଲକ୍ଷ କିଲୋମିଟରରୁ ନେଇ ୩୯ ଲକ୍ଷ କିଲୋମିଟର ଯାଏ ରହିଛି। ଏହାର ନାଁ ବରମୁଡା ଟ୍ରାଏଙ୍ଗଲ ହେବା ପଛରେ ଏକ କାରଣ ଏହା ଯେ, ଏହି ତ୍ରିକୋଣୀୟ ଆକାର ଯୋଗୁଁ ହୋଇଛି। ଏହାର ବର୍ଣ୍ଣନା ଦୁନିଆର କୌଣସି ରାଜନୀତିକ କି ଭୌଗୋଳିକ ନକ୍ସାରେ ନାହିଁ , କିନ୍ତୁ ଅନେକ କାହାଣୀରେ ଏହା ବିଷୟରେ କୁହାଯାଏ ।


ବରମୁଡା ଟ୍ରାଏଙ୍ଗଲ ବିଷୟରେ ୧୯ ତମ ଶତାବ୍ଦୀର ମଧ୍ୟଭାଗରୁ ହିଁ ଆଲୋଚନା ହୋଇ ଆସୁଛି,କିନ୍ତୁ ପ୍ରଥମ ଥର ଏହାର ନାମକରଣ ୧୯୬୪ରେ ହୋଇଥିଲା। ଏହି ସମୟରେ ଏହି ନାମକୁ ଏକ ମାଗାଜିନରେ ପ୍ରକାଶ କରାଯାଇ ଥିଲା। କୁହାଯାଏ ଯେ, ଏଠାରେ ଶହ ଶହ ଜାହାଜ ନିଖୋଜ ହୋଇ ସାରିଛି। ଅନେକ ଜାହାଜର ଭଗ୍ନାବଶେଷ ବି ଉଦ୍ଧାର ହୋଇ ପାରିନାହିଁ ଏବଂ ଅନୁମାନ ହିଁ କରାଯାଉଛି ତା ସହ କଣ ଦୁର୍ଘଟଣା ହୋଇଥିବ। ଏହି କଥା ଉପରେ ମଧ୍ୟ ଏକ୍ସପର୍ଟ ରିସର୍ଚ୍ଚ କରୁଛନ୍ତି କି, ଏଠାରେ ବୁଡ଼ି ଯାଉଥିବା ଜାହାଜ ଗୁଡ଼ିକ ସହ କୌଣସି ଦୁର୍ଘଟଣା ହୋଇଥିଲା ନା କୌଣସି ରହସ୍ୟପୂର୍ଣ୍ଣ ଘଟଣା ଘଟିଛି। ଯେଉଁଥି ପାଇଁ ଏମିତି ଘଟଣା ସବୁ ହେଉଛି।

ଏହି ଅଞ୍ଚଳରେ ଦୁଇଟି ଘଟଣା ଆମେରିକୀୟ ସେନାର ବିମାନ ସହ ମଧ୍ୟ ସଂପୃକ୍ତ। ମାର୍ଚ୍ଚ ୧୯୧୮ରେ ଏଠାରେ ଆମେରିକାର ଏକ ଜାହାଜ ବୁଡ଼ି ଯାଇଥିଲା। ଏହି ଜାହାଜ ବ୍ରାଜିଲରୁ ଆସୁଥିଲା। ଏହାର ନା ଭଗ୍ନାବଶେଷ ଉଦ୍ଧାର ହୋଇଛି, ନା ଏହା ବିଷୟରେ ଆଜି ସୁଦ୍ଧା କୌଣସି ସୂଚନା ମିଳିଛି , କେବଳ ଏତିକି ନୁହେଁ ,୨୭ ବର୍ଷ ପରେ ଏଠାରେ ଫ୍ଲାଇଟ୍ ୧୯ ବିମାନ ନିଖୋଜ ହୋଇ ଯାଇ ଥିଲା, ଆକାଶରେ ଉଡ଼ୁଥିବା ବିମାନଟି ଏହି ଅଞ୍ଚଳକୁ ପ୍ରବେଶ କରିବା କ୍ଷଣି ଏହାର ସଂପର୍କ କଟି ଗଲା । ଆଜି ପର୍ଯ୍ୟନ୍ତ ଏହାର କୌଣସି ଖବର ମିଳି ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.