ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପ୍ରଧାନମନ୍ତ୍ରୀ ମୋଦି ମୋତେ ବଞ୍ଚାଇଲେ : ବିଜେପି ପ୍ରାର୍ଥୀ ହଂସରାଜ ହଂସଙ୍କ ଆଶ୍ଚର୍ଯ୍ୟକର ଖୁଲାସା

ଚଣ୍ଡିଗଡ଼ – ଫରିଦକୋଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହଂସରାଜ ହଂସ କରିଛନ୍ତି ଆଶ୍ଚର୍ଯ୍ୟକର ଖୁଲାସା। ସେ କହିଛନ୍ତି , କାଲି ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯାଉଥିବା ସମୟରେ ତାଙ୍କ ଉପରେ ପ୍ରାଣଘାତୀ ହମଲା ହୋଇଛି। ଦର୍ଶନକାରୀମାନେ ତାଙ୍କ ଉପରେ ହତିଆର , ପଥର ଆଦିରେ ଆକ୍ରମଣ କରିଥିଲେ। ତାଙ୍କର ଗାଡି ମଧ୍ୟ ଭାଙ୍ଗି ଦେଇଛନ୍ତି। ଉକ୍ତ ହମଲାରେ ତାଙ୍କର ଗନମ୍ୟାନ ବି ଆହତ ହୋଇଛନ୍ତି। ଶୁକ୍ରବାର ନିର୍ବାଚନ ପ୍ରଚାର ବେଳେ ହଂସରାଜ ହଂସ ଏହି ଖୁଲାସା କରିଛନ୍ତି ଏବଂ ସେ ଭାବୁକ ହୋଇ କହିଛନ୍ତି ଯଦି ବଞ୍ଚେ ତ ଜୁନ ୧ ପରେ ଭେଟ ହେବ। 

ହଂସରାଜ ହଂସ ମୋଗାର ଦୌଲତପୁରା ଗାଁରେ ଏକ ଜନସଭାକୁ ସମ୍ୱୋଧିତ କରିବା ବେଳେ କହିଛନ୍ତି - କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ପହଞ୍ଚିବା ସମୟରେ ମୋ ଉପରେ ପ୍ରାଣଘାତୀ ହମଲା ହୋଇଥିଲା। ପ୍ରଦର୍ଶନକାରୀମାନେ ମୋ ଉପରେ ହତିଆର ଓ ପଥରରେ ଆକ୍ରମଣ କରି ଥିଲେ ଏବଂ କିଛି ଲୋକ ମୋ ଗାଡ଼ି ଭାଙ୍ଗି ଦେଇଛନ୍ତି। ଆକ୍ରମଣରେ ମୋ ଗନ୍ ମ୍ୟାନ ଆହତ ହୋଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ହିଁ ମୋତେ ବଞ୍ଚାଇ ଆଣିବାକୁ ଆଦେଶ ଦେଇଥିଲେ। ଯଦି ପୁଲିସ ଫୋର୍ସ ନ ପହଞ୍ଚି ଥାନ୍ତା ତ କିଛି ବି ହୋଇ ଯାଇ ଥାନ୍ତା। ପ୍ରଧାନମନ୍ତ୍ରୀ ମୋଦି ୧୫ ମିନିଟ୍‌ ଯାଏ ମୋର ଅପେକ୍ଷା କଲେ। ହଂସ କହିଛନ୍ତି , ସେ ଚାହାନ୍ତି ନାହିଁ ଗାଁର ଲୋକେ ଝଗଡା କରନ୍ତୁ। ମୁଁ ଚାହୁଁନି ଲୋକଙ୍କ ମଧ୍ୟରେ ଲଢେଇ ଲଗେଇ ସାଂସଦ ହେବି। ସେ କହିଛନ୍ତି ପରସ୍ପର ଭିତରେ ସବୁଲୋକ ଭାଇଚାରା ବଜାୟ ରଖନ୍ତୁ।

ହଂସରାଜ ହଂସ ୨୩ ମେ’ରେ ପଟିଆଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଭାଗ ନେବାକୁ ଯାଉଥିଲେ। କୃଷକମାନେ ସଙ୍ଗରୁର ରୋଡ ସ୍ଥିତ ପସିୟାନା ଚୌକ ପାଖରେ ଧାରଣ ଦେଇଥିଲେ। ଏହି ସମୟରରେ ଯେବେ ହଂସରାଜ ସେଠାରୁ ଯାଉଥିଲେ , ତ କୃଷକମାନେ ତାଙ୍କ ଗାଡ଼ିକୁ ଘେରି ଗଲେ। ଏସଏସପି ବରୁଣ ଶର୍ମା, ଆଇଜି ହରଚରଣ ସିଂହ ଭୁଲ୍ଲର ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ପାଖାପାଖି ଘଣ୍ଟାଏ ପରେ ହଂସରାଜଙ୍କ ଗାଡ଼ିକୁ ସେଠାରୁ ବାହାର କରାଗଲା। 

ଅନ୍ୟପଟେ ବିଜେପି ପ୍ରାର୍ଥୀ ହଂସରାଜ ହଂସଙ୍କ ଏହି ଖୁଲାସାରେ କୃଷକ ନେତା ସୁରଜିତ ସିଂହ ଫୁଲ୍‌ କହିଛନ୍ତି କି, ପ୍ରଦର୍ଶନକାରୀଙ୍କ ପାଖରେ ହତିଆର ନଥିଲା , ପତାକା ଥିଲା। ଆମେ ହିଁ ତାଙ୍କୁ ସେଠାରୁ ବାହାର କଲୁ। କିଛି ବି ହୋଇ ଯାଇ ଥାନ୍ତା । ତାଙ୍କୁ ବି ଭାବିବା ଉଚିତ୍‌ କି କୃଷକ ଏତେ ଅସନ୍ତୁଷ୍ଟ କାହିଁକି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.