ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାକ୍ଷାତକାରରେ ରାଜ୍ୟ ସରକାରଙ୍କୁ ମୋଦିଙ୍କ କଟାକ୍ଷ; ୧୦ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮/୫:ଓଡିଶାରେ ସରକାର ଗଠନ କରିବାକୁ ଯାଉଛି ‘ଭାରତୀୟ ଜନତା ପାର୍ଟି’। ଆସନ୍ତା ୧୦ ତାରିଖରେ ବିଜେପି ସରକାର ଶପଥ ଗ୍ରହଣ କରିବାକୁ ଯାଉଛି । ଓଡିଶାରେ ଭାଗ୍ୟ ହେବ ପରିବର୍ତ୍ତନ । ଓଡିଶାକ ରାଜନୀତିକୁ ନେଇ ଏଭଳି କିଛି ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ଏଥିସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ଦେଶରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି। ସେହିପରି ୪ ତାରିଖରେ ଫଳାଫଳ ଜଣାପଡିବ । ତେବେ ଏହି ସମୟରେ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଓଡିଶାର ଭାଗ୍ୟ ବଦଳିବାକୁ ଯାଉଛି, ଏଥର ନିଶ୍ଚିତ ସରକାର ବଦଳୁଛି । ବର୍ତ୍ତମାନର ଓଡିଶା ସରକାରଙ୍କ କାର୍ଯ୍ୟକାଳ ଜୁନ 4 ତାରିଖରେ ଏକ୍ସପାଏରୀ ହେବାକୁ ଯାଉଛି । ସେହିପରି ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ  ବୋଲି କହିଛନ୍ତି । ସେହିପରି ସେ ସାମ୍ପ୍ରଦାୟିକ ଆରକ୍ଷଣ ମାମଲାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସାମ୍ପ୍ରଦାୟିକ ତୁଷ୍ଟୀକରଣ ଦେଶକୁ ବରବାଦ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ନିର୍ବାଚନରେ ବ୍ୟକ୍ତିଗତ ଟିପ୍ପଣୀ ଓ କଟାକ୍ଷପୂର୍ଣ୍ଣ ସମାଲୋଚନା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖି, ସେ ସର୍ବାଧିକ ସମାଲୋଚନାର ଶିକାର ହୋଇଥିବା କହିଛନ୍ତି । ଯାହା ବିରୋଧୀଙ୍କ ନିରାଶାର ଭାବନା ବୋଲି ମୋଦି କହିଛନ୍ତି  ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.