ମୁମ୍ୱାଇ,୧୨/୦୮: ବିଗତ ଦିନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଶୋଭିତା ଧୁଲିପାଲା ଏବଂ ନାଗା ଚୈତନ୍ୟ । ଦୁହେଁ ଚଳିତ ମାସ ୮ ତାରିଖରେ ଏନଗେଜମେଣ୍ଟ କରିଛନ୍ତି । ଏନେଇ ଉଭୟ ନିଜ ନିର୍ବନ୍ଧର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଯୋଡ଼ି । ଦୁହେଁ ଇଣ୍ଡିଆନ ଏଣ୍ଟରଟେନମେଣ୍ଟ ୱାର୍ଲ୍ଡରେ ନିଜର ଦକ୍ଷତା ଦେଖାଇ ଖୁବ୍ ନାଁ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଉଭୟଙ୍କ ନେଟୱର୍ଥ ବିଷୟରେ ।
ରିପୋର୍ଟ ଅନୁଯାୟୀ, ନାଗା ଚୈତନ୍ୟଙ୍କ ସମ୍ପତ୍ତି ପାଖାପାଖି ୧୫୪ କୋଟି ଟଙ୍କା ହେବ । ଲାଇଫଷ୍ଟାଇଲ ଏସିଆ ଏବଂ ଏସିଆନେଟ ନ୍ୟୁଜ ଅନୁଯାୟୀ, ଶୋଭିତା ଧୁଲିପାଲାଙ୍କର ୭ ରୁ ୧୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଉଭୟ ୧୬୪ କୋଟି ଟଙ୍କାର ମାଲିକ । ଡିଏନଏ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ନାଗା ଚୈତନ୍ୟଙ୍କ ବାପା ନାଗାର୍ଜୁନ ୩,୧୦୦କୋଟି ଟଙ୍କା ସମ୍ପତ୍ତିର ମାଲିକ ବୋଲି ଜଣାପଡିଛି । ତାଙ୍କୁ ଦକ୍ଷିଣ ଭାରତର ସବୁଠାରୁ ଧନୀ ଅଭିନେତା ବୋଲି ଗଣନା କରାଯାଉଛି ।
ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଉଭୟ ଫିଲ୍ମ ଜରିଆରେ ଭଲ ରୋଜଗାର କରନ୍ତି । ଇଣ୍ଡିଆ ଟୁଡେ ଅନୁଯାୟୀ, ନାଗା ଚୈତନ୍ୟ ପ୍ରତ୍ୟେକ ଫିଲ୍ମ ଏବଂ ୱେବ ସିରିଜରେ ଅଭିନୟ କରିବା ପାଇଁ ୫ ରୁ ୧୦ କୋଟି ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି । ଏହା ଛଡ଼ା ଅମିର ଖାନଙ୍କ ଲାଲ ସିଂ ଚଡ୍ଡା ଫିଲ୍ମରେ ଖୁବ କମ୍ ସମୟ ପାଇଁ ଅଭିନୟ କରିଛନ୍ତି ନାଗା ଚୈତନ୍ୟ । ତାଙ୍କର ଏହି ତରିତ୍ର ପାଇଁ ଅଭିନେତା ନେଇଥଲେ ପାଖାପାଖି ୫୦ ଲକ୍ଷ ଟଙ୍କା ।
ଲାଇଫଷ୍ଟାଇଲ ଏସିଆ ଏବଂ ଏସିଆନେଟ ନ୍ୟୁଜ ଅନୁଯାୟୀ, ସେ କୋଣସି ଫିଲ୍ମ କରୁଛନ୍ତି ନା ୱେବ ସିରିଜ, ତାହା ଉପରେ ଶୋଭିତାଙ୍କ ପାରିଶ୍ରମିକ ନିର୍ଭର କରେ । ସେ ପାଖାପାଖି ୭୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ କରିଥାନ୍ତି । ଅନ୍ୟପଟେ ପୋନ୍ନିୟିନ ସେଲଭାନ ଫିଲ୍ମର ଏକ ଅଂଶ ହେବାପାଇଁ, ଶୋଭିତାଙ୍କୁ ୧ କୋଟି ତଙ୍କାର ଚେକ୍ ମିଳିଥିଲା ।
ଏହି ଯୋଡ଼ି କିଛି ସମୟ ଧରି ରିଲେସନସିପରେ ରହିଥିଲେ । ହାଇଦ୍ରାବାଦର ଜୁବଲୀ ହିଲ୍ସରେ ଅଭିନେତାଙ୍କର ୪୫ କୋଟି ଟଙ୍କାର ଏକ ଆଲିସାନ ମହଲ ରହିଛି । ସେହିଠାରେ ହିଁ ଦୁହେଁ ତାଙ୍କ ଏନଗେଜମେଣ୍ଟ ପାର୍ଟିର ଆୟୋଜନ କରି ନିଜ ସମ୍ପର୍କକୁ ସାର୍ବଜନିକ କରିଛନ୍ତି । ଏହି କାର୍ଯ୍ୟକ୍ରମର ବିବରଣୀ ନାଗାର୍ଜୁନଙ୍କ ଆକାଉଣ୍ଟରେ ସେୟାର କରାଯାଇଛି ।