ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ବିଗ୍ ବିଙ୍କୁ ପ୍ରଶଂସା କଲେ ଶ୍ରଦ୍ଧା କପୁର, କହିଲେ-‘ନିଜେ ନିଜ ମଧ୍ୟରେ ଏକ ସିନେମାଟିକ୍‌ ୟୁନିଭର୍ସ’

ମୁମ୍ବାଇ ୦୧/୦୭: ବିଗ୍‌ ବି ଅମିତାଭ ବଚ୍ଚନ, ସାଉଥ୍‌ ସୁପରଷ୍ଟାର ପ୍ରଭାସ, ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଫିଲ୍ମ ‘କଲ୍‌କୀ ୨୮୯୮ଏଡି’ ଗୁରୁବାର ରିଲିଜ୍‌ ହୋଇଛି । ଫିଲ୍ମଟିକୁ ଦର୍ଶକଙ୍କ ନିକଟରୁ ସକରାତ୍ମକ ପ୍ରତିକ୍ରିୟା ମିଳୁଥିବାବେଳେ ସମସ୍ତଙ୍କର ଧ୍ୟାନର କେନ୍ଦ୍ର ରହିଛନ୍ତି ଅମିତାଭ ବଚ୍ଚନ । ଇତିମଧ୍ୟରେ ଫିଲ୍ମକୁ ଦେଖି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଅମିତାଭଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ସବୁ ସିନେମା ଗୋଟିଏ ପଟେ ଓ ଅମିତାଭ ବଚ୍ଚନ ଗୋଟିଏ ପଟେ । ଆପଣ ନିଜେ ନିଜ ମଧ୍ୟରେ ଏକ ସିନେମାଟିକ୍‌ ୟୁନିଭର୍ସ ।'

କଲ୍‌କି ୨୮୯୮ଏଡି’ରେ ୮୧ ବର୍ଷୀୟ ଅମିତାଭଙ୍କର ଦମ୍‌ଦାର ଆକ୍ସନକୁ ଦେଖିବାକୁ ମିଳୁଛି । ସେ ଅଶ୍ୱତ୍ଥାମାଙ୍କର ଚରିତ୍ର ନିର୍ବାହ କରିଛନ୍ତି । ଶ୍ରଦ୍ଧା କପୁରଙ୍କ ବ୍ୟତୀତ ନିର୍ଦ୍ଦେଶକ ଅନୀଲ ଶର୍ମା, କେଜିଏଫ୍‌ ଷ୍ଟାର ୟଶ୍‌ ମଧ୍ୟ ଅମିତାଭଙ୍କୁ ପ୍ରଶଂସା କରିଛନ୍ତି । ଫିଲ୍ମଟି ତେଲଗୁ, ତାମିଲ, ମାଲାୟଲମ, କନ୍ନଡ, ହିନ୍ଦୀ ଓ ଇଂରାଜୀ ଭଳି ୬ଟି ଭାଷାରେ ରିଲିଜ୍‌ ହୋଇଛି । ନାଗ ଅଶ୍ୱିନୀ ଏହାର ନିର୍ଦ୍ଦେଶନାରେ ଅଛନ୍ତି । ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ୍‌ରେ ଏହା ୧୯୧.୫ କୋଟି ଟଙ୍କା ରୋଜଗାର କରିଥିଲା । ଏଥିସହିତ ଏହା ଚଳିତବର୍ଷର ସବୁଠୁ ବଡ଼ ଓପନର ଫିଲ୍ମ ହୋଇଛି । ସେହିପରି ତିନିଦିନ ପରେ ବିଶ୍ୱ ବକ୍ସ ଅଫିସ୍‌ରେ ଏହାର ରୋଜଗାର ୪୧୫ କୋଟିରେ ପହଞ୍ଚିଛି ବୋଲି ନିର୍ମାତାମାନେ ରବିବାର ସୂଚନା ଦେଇଛନ୍ତି ।

 

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.