ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ, ଆଜି ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ଭୁବନେଶ୍ୱର, ୧୦/୬: ଏକାମ୍ରର ମୁଖ୍ୟ ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ଗୌରୀଙ୍କ  ବିବାହ ନିମନ୍ତେ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ରବିବାର ସନ୍ଧ୍ୟାରେ ମଙ୍ଗଳକୃତ୍ୟ ନୀତି ସମ୍ପନ୍ନ ହୋଇଛି । ରବିବାର ମଙ୍ଗଳକୃତ୍ୟର ସମସ୍ତ ନୀତି  ସନ୍ଧ୍ୟାଧୂପ ପରେ ଆରମ୍ଭ ହୋଇଥିଲା । ୩୫ଟି ଘୃତାଘ୍ନ  କୁଡୁଆ ସମର୍ପଣ କରାଇ ନିମନ୍ତ୍ରିତ ହେବାକୁ ଥିବା  ଦେବଦେବୀଙ୍କ ଉଦ୍ଦେଶ୍ୟରେ ଖେଚୁଡି ଭୋଗ ଲାଗି ହୋଇଥିଲା । 

ଚଣ୍ଡୀମାନଙ୍କ ନିମନ୍ତ୍ରଣ ପାଇଁ ଶୋଭାଯାତ୍ରାରେ ଘଣ୍ଟ ଓ ମଶାଲ ସହ ପୂଜାପଣ୍ଡା, ମହାସୁଆର, ପତ୍ରୀ,  ବଡୁ ଓ ଅନ୍ୟ ସେବକମାନେ ଯାଇଥିଲେ । ନିମନ୍ତ୍ରୀତ  ହୋଇଥିବା ଅଷ୍ଟଚଣ୍ଡୀମାନେ ହେଲେ କପାଳୀ, ଅମ୍ବିକା,  ଗୌରୀ, ଉତ୍ତରାୟଣୀ, ବିନ୍ଧ୍ୟବାସିନୀ, ମହିନୀ, ଦ୍ୱାରବାସିନୀ ଏବଂ ରାମାୟଣୀ । ଏହି ଚଣ୍ଡୀମାନଙ୍କ  ଉପସ୍ଥିତିରେ ସୋମବାର ପଞ୍ଚମୀ ତିଥିରେ ବୈଦିକ  ନୀତି ଅନୁଯାୟୀ ଦେବଦେବୀଙ୍କ ବିବାହ ଅନୁଷ୍ଠିତ  ହେବ । ଶେଷରେ କେଦାରଗୌରୀ ମନ୍ଦିରରେ  ନବବିବାହିତ ଦମ୍ପତି ଅବସ୍ଥାପିତ ହେବା ପରେ  ମଙ୍ଗଳବାର ଶୀତଳଷଷ୍ଠୀରେ ବିରାଟ ପଟୁଆର  ସହ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି  ମହୋତ୍ସବ ନିମନ୍ତେ ଏକାମ୍ରରେ ମନ୍ଦିର ପ୍ରଶାସନ  ଏବଂ ସେବାୟତମାନଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା  କରାଯାଇଛି । ଆଲୋକୀକରଣ, ଭୋଜିଭାତ ସହ  ସୁସଜ୍ଜ୍ୱିତ ରୋସଣି ଓ ପାରମ୍ପରିକ ବାଦ୍ୟ, ନୃତ୍ୟାଦି  ଶୀତଳଷଷ୍ଠୀ କମିଟି ଦ୍ୱାରା ବନ୍ଦୋବସ୍ତ ହୋଇଛି ।  ଏଥର ଶୋଭାଯାତ୍ରାରେ ଡିଜେ ଏବଂ ବାଣ ଉପରେ  ପୁଲିସ ପ୍ରଶାସନ ଦ୍ୱାରା କଟକଣା ଲାଗୁ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.