ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ରଥଯାତ୍ରାର ନିଆରା ପରମ୍ପରା, ଛାଡ଼ି ଆସିଲା ବେଳେ ମହାଲକ୍ଷ୍ମୀଙ୍କୁ ଦେଇଆସନ୍ତି ଶାଗ, ନଡ଼ିଆ,କିଛି ଚାଉଳ ଓ ପନିପରିବା

ପୁରୀ,୧୧/୦୭: ଚତୁର୍ଦ୍ଧାମୂର୍ତ୍ତି ଏବେ ଆଡ଼ପମଣ୍ଡପରେ । ଗୁଣ୍ଡିଚା ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା  ଲାଇନ୍‌ । ବୁଧବାର ବାହାରିଛି ଆଡ଼ପ ଅବଢ଼ା । ଷାଠିଏ ପଉଠି ଭୋଗ ଖାଇଲେ  ମହାବାହୁ । ଜଗତର କଲ୍ୟାଣ କଥା ଚିନ୍ତା  କରୁଥିବା କୋଟି ପ୍ରାଣର ଦେବତା କିନ୍ତୁ  ତାଙ୍କ ଦାୟିତ୍ୱ ଭୁଲି ନାହାନ୍ତି । ସବୁବେଳେ ଘର ଚଳାଉଥିବା କାଳିଆ ଠାକୁର ଘର ଛାଡିବା ବେଳେ ପତ୍ନୀଙ୍କ ପାଇଁ ଚାଙ୍ଗଡାରେ ଦେଇ ଆସିଛନ୍ତି ଦୁଇବିଡା କଳମ ଶାଗ ଓ ନଡିଆ, କିଛି ଚାଉଳ ଓ ପନିପରିବା । ଏହାକୁ ନେଇ ୯ ଦିନ  ଚଳିବେ ମା’ ମହାଲକ୍ଷ୍ମୀ । ରଥଯାତ୍ରାକୁ  ନେଇ ଯୋଡି ହୋଇ ରହିଛି ଏଭଳି ଏକ  ନିଆରା ପରମ୍ପରା । ଠାକୁର ରଥଯାତ୍ରାରେ ଯିବା ପରେ ଶ୍ରୀମନ୍ଦିର ଜଗମୋହନରେ  ଶ୍ରୀଦେବୀ (ଲକ୍ଷ୍ମୀ), ଭୂଦେବୀ, ମାଧବ  ପୂଜା ପାଇଥାନ୍ତି ।  

ଏ ସମ୍ପର୍କରେ ଜଗନ୍ନାଥ ଗବେଷକମାନେ କୁହନ୍ତି, କଥିତ ରହିଛି  ମହାପ୍ରଭୁ ଘୋଷଯାତ୍ରାରେ ବାହାରିବା  ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ଖାଇବା  ପିଇବା ବ୍ୟବସ୍ଥା କରିଯାଇଥାନ୍ତି । ତାଙ୍କ  ପାଇଁ କଳମ ଶାଗ, ଚାଉଳ ଓ ନଡିଆ  ଦେଇ ଯାଇଥାନ୍ତି । କିନ୍ତୁ ଯିବା ସମୟରେ ୭  ଦିନ କହି ଯାଇଥିବା ବେଳେ ଜନ୍ମବେଦିରେ  ୯ ଦିନରେ ଫେରିଥାନ୍ତି ବୋଲି  କୁହାଯାଇଥାଏ । ବାସ୍ତବିକ ମହାପ୍ରଭୁଙ୍କ  ପାଖରେ ନ ପାଇଁ ବିରହ ବେଦନାରେ  ରହିଛନ୍ତି ମା’ ଲକ୍ଷ୍ମୀ । ମା’ ଲକ୍ଷ୍ମୀ ବିଳାସରେ  ନ ରହି ସାଧାରଣ ଜୀବନଯାପନ କରୁଛନ୍ତି ।  ସବୁବେଳେ ଖାଉଥିବା ସ୍ୱାଦିଷ୍ଟ ବ୍ୟଞ୍ଜନ  ପରିତ୍ୟାଗ କରି କଳମ ଶାଗ, ନଡିଆରେ  କାମ ଚଳାଇଥାନ୍ତି । ଏହା କେବଳ ଲୋକ  ମୁଖରେ ରହି ଆସିଛି, କିନ୍ତୁ କୌଣସି ଶାସ୍ତ୍ରରେ ଉଲ୍ଲେଖ ନାହିଁ ବୋଲି ଗବେଷକ  ମତ ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.