ନୂଆଦଲ୍ଲିୀ/ଭୁବନେଶ୍ୱର, ୧୮।୯ - କେନ୍ଦ୍ର କ୍ୟାବିନେଟ ଦ୍ୱାରା ମଞ୍ଜରୁ ହୋଇଥିବା 'ୱାନ୍ ନେସନ-ୱାନ୍ ଇଲେକ୍ସନ ପ୍ରସ୍ତାବକୁ ସ୍ୱାଗତ କରଛିନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ଦେଶ -ଗୋଟିଏ ନିର୍ବାଚନ ନେଇ ମୋଦୀ ୩.୦ କ୍ୟାବିନେଟ ମଞ୍ଜୁରୀକୁ ଐତିହାସିକ ନିଷ୍ପତ୍ତି କହିବା ସହ କେନ୍ଦ୍ର ମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ 'ୱାନ୍ ନେସନ-ୱାନ୍ ଇଲ୍ଲେକ୍ସନ ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିସ ଗ୍ରହଣ କରିବା ନେଇ କେନ୍ଦ୍ର କ୍ୟାବିନେଟ ନେଇଥିବା ସାହସିକ ନିଷ୍ପତ୍ତିକୁ ସ୍ୱାଗତ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଏ ସରକାର ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ତଥା ଶାସନକୁ ବ୍ୟବସ୍ଥିତ କରିବା ପାଇଁ କ୍ରମାଗତ ଭାବେ ନଜିର ପ୍ରତଶ୍ରୁତି ପାଳନ କରିଆସୁଛନ୍ତି । ଏକକାଳୀନ ନିର୍ବାଚନ ଆମର ନିର୍ବାଚନ ପ୍ରକ୍ରିୟାକୁ ସହଜ କରିବା ସହିତ ସମଗ୍ର ଦେଶର ନିରନ୍ତର ବିକାଶକୁ ସୁନଶ୍ଚିତ କରିବ । ଏକ ସମନ୍ବିତ, ଦକ୍ଷ ଏବଂ ବିକଶିତ ଭାରତ ଦିଗରେ ଏକ ଐତିହାସିକ ପଦକ୍ଷେପ । ଭାରତକୁ ଆଗକୁ ନେବା ପାଇଁ ‘ମୋଦୀ ଗ୍ୟାରେଣ୍ଟିର ଆଉ ଏକ ପ୍ରତଶ୍ରୁତି ପୂରଣ ହୋଇଛି। ଏହି ନିଷ୍ପତ୍ତିକୁ ବିରୋଧ କରଥିବା କଂଗ୍ରେସର ଟିପ୍ପଣୀ ଉପରେ ଶ୍ରୀ ପ୍ରଧାନ କହିଛନ୍ତି 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳର ଆଭିମୁଖ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏହା ଦେଶ ଓ ଲୋକଙ୍କ ସ୍ୱାର୍ଥର ପ୍ରସଙ୍ଗ, ନିବାଚର୍ନୀ ପ୍ରସଙ୍ଗ ନୁହେଁ। ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠତି ହୋଇଥିଲା। ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କଂଗ୍ରେସ ଦଳ ଏହି ପରମ୍ପରାକୁ ଭାଙ୍ଗିଥିଲା। । ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ କରି ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡାଇ ନେଇ ଜରୁରୀକାଳୀନ ପରସ୍ଥିତି ଲାଗୁକରି ସମସ୍ତ ଦେଶକୁ ଜେଲରେ ପରିଣତ କରିଥିବା କଂଗ୍ରେସ ଦଳ ପ୍ରଥମେ ନିଜ କଳଙ୍କିତ ଇତିହାସରୁ ଶିକ୍ଷା ଗ୍ରହଣ କରିବା ଉଚିତ ।