ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଅଭିଯୋଗ, ତଦନ୍ତ ଲାଗି ଏସ୍‌ଆଇଟି ଗଠନ

ତିରୁଅନନ୍ତପୁରମ,୨୬/୦୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ବରିଷ୍ଠ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ  ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବ ଏସ୍‌ଆଇଟି । କେରଳ ସରକାର ଏସ୍‌ଆଇଟି ଗଠନ କରିବା ଲାଗି ଘୋଷଣା  କରିଛନ୍ତି । ପୁଲିସ ଆଇଜି ସ୍ପାରଜନ କୁମାର ଏସ୍‌ଆଇଟିର ମୁଖ୍ୟ ରହିବା ସହ ଏଥିରେ ଅନ୍ୟ ମହିଳା ଅଫିସରମାନଙ୍କୁ ସାମିଲ  କରାଯିବ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ କରାଯିବା  ସହ ବିଭିନ୍ନ ପ୍ରକାର ହଇରାଣ, ଦୁର୍ବ୍ୟବହାର, ଅସଦାଚରଣ ଓ  ସେମାନଙ୍କ ମାନବିକ ଅଧିକାରକୁ କ୍ଷୂଣ୍ଣ କରାଯାଉଛି ବୋଲି ଜଷ୍ଟିସ୍‌  କେ. ହେମା କମିଟି ତାଙ୍କ ରିପୋର୍ଟରେ ଦର୍ଶାଇବା ପରେ ତାକୁ  ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । 

କଂଗ୍ରେସ  ନେତୃତ୍ୱାଧୀନ ୟୁଡିଏଫର ଏକ ଟିମ୍‌ ଗତକାଲି ମୁଖ୍ୟମନ୍ତ୍ରୀ ପିନରାୟୀ  ବିଜୟନଙ୍କୁ ଭେଟି କମିଟିର ରିପୋର୍ଟ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ  କରିବାକୁ ଦାବି କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ପୁଲିସ  ଅଧିକାରୀଙ୍କୁ ଡାକି ସେମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା  କରିଥିଲେ । ଏସ୍‌ଆଇଟି ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ଗ୍ରହଣ  କରିବା ସହ ସେମାନଙ୍କ ବୟାନ ରେକର୍ଡ କରିବ ଏବଂ ବିଭିନ୍ନ ସୋସିଆଲ  ମିଡିଆରେ ଆସିଥିବା ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ  ନେବ । 

ଇତିମଧ୍ୟରେ ରବିବାର ପୁରସ୍କାର ବିଜୟୀ ଫିଲ୍ମ ନିର୍ମାତା ରଞ୍ଜିତ କେରଳ  ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ବେଙ୍ଗଲୀ  ଅଭିନେତ୍ରୀ ଶ୍ରୀଲେଖା ମିତ୍ର ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ  ଆଣିଥିଲେ । ଅନ୍ୟପକ୍ଷରେ ରଞ୍ଜିତ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.