ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍ ୧୨ରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଛୁଟି ଘୋଷଣା

ସମ୍ବଲପୁର,୦୬/୦୬: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜୁନ୍‌ ୧୨ ତାରିଖକୁ ସମ୍ବଲପୁର ଉତ୍ତରାଞ୍ଚଳର ରାଜସ୍ୱ ଆୟୁକ୍ତ(ଆର୍‌ଡିସି) ଆଞ୍ଚଳିକ ଛୁଟି ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ୧୩ ତାରିଖ ଛୁଟି ଘୋଷଣା  କରାଯାଇଥିଲା । ହେଲେ ଏହାକୁ ବଦଳାଇ ଜୁନ୍‌ ୧୨  ତାରିଖ କରାଯାଇଛି । ଏନେଇ ଆର୍‌ଡିସି ବୁଧବାର  ସମ୍ବଲପୁର, ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ,  ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ନୂଆପଡ଼ା,  ସୁବର୍ଣ୍ଣପୁର, ସୁନ୍ଦରଗଡ଼ର ଜିଲ୍ଲାପାଳଙ୍କୁ ଚିଠିଲେଖି  ଜଣାଇଛନ୍ତି । ବିଭିନ୍ନ ବିଭାଗକୁ ମଧ୍ୟ ଏନେଇ ଅବଗତ  କରାଇଛନ୍ତି । ପ୍ରତିବର୍ଷ ଶୀତଳ ଷଷ୍ଠୀକୁ ଆଞ୍ଚଳିକ  ଛୁଟି ଘୋଷଣା କରାଯାଇଥାଏ । ଏଥିପାଇଁ ଚଳିତ ବର୍ଷ ମଧ୍ୟ ଛୁଟି ଘୋଷଣା କରାଯାଇଥିବା ଆର୍‌ଡିସିଙ୍କ ଚିଠିରୁ ସ୍ପଷ୍ଟ ହୋଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.