ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ; ମତାଧିକାର ସାବ୍ୟସ୍ତ କଲେ ୧୧.୧୩ କୋଟି ଲୋକ

Image source: NDTV

ନୂଆଦିଲ୍ଲୀ,୨୫/୦୫: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଛଅ ରାଜ୍ୟ ଏବଂ ଦୁଇ କେନ୍ଦ୍ର ଶାସିତ ପ୍ରଦେଶର ୫୮ଟି ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଦିଲ୍ଲୀର ସମସ୍ତ ୭ ଆସନ ସହ ଉତ୍ତର ପ୍ରଦେଶର ୧୪, ହରିୟାଣାର ସମସ୍ତ ୧୦, ବିହାର ଏବଂ ପଶ୍ଚିମବଙ୍ଗର ୮-୮, ଓଡ଼ିଶାର ୬, ଝାଡ଼ଖଣ୍ଡର ୪ ଏବଂ ଜାମ୍ମୁ କାଶ୍ମୀର ଗୋଟିଏ ଆସନ ପାଇଁ ମତଦାନ ହୋଇଛି। ଏହାସହ ଓଡ଼ିଶାର ୪୨ ବିଧାନସଭା ଆସନରେ ମତଦାନ ସମ୍ପୁର୍ଣ୍ଣ ହୋଇଛି। ଏହି ପର୍ଯ୍ୟାୟରେ ୧୧.୧୩ କୋଟିରୁ ଅଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ରାତି ୭ଟା ୪୫ ସୁଦ୍ଧା ୫୯.୦୬% ମତଦାନ ହୋଇଛି । ତେବେ ରାଜ୍ୟଗୁଡ଼ିକ ମଧ୍ୟରେ ବିହାରର ୮ ଆସନରେ ୫୩.୩୦%, ହରିୟାଣାର ୧୦ ଆସନରେ ୫୮.୩୭%, ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ୫୨.୨୮%, ଝାଡଖଣ୍ଡରେ ୬୨.୭୪%, ଦିଲ୍ଲୀର ୭ ଆସନରେ ୫୪.୪୮%, ଓଡ଼ିଶାର ୬ ଆସନରେ ୬୦.୦୭%, ଉତ୍ତର ପ୍ରଦେଶର ୧୪ ଆସନରେ ୫୪.୦୩% ଏବଂ ପଶ୍ଚିମବଙ୍ଗର ୮ ଆସନରେ ୭୮.୧୯% ମତଦାନ ହୋଇଛି ।

ନିର୍ବାଚନ ଆୟୋଗଙ୍କ ଡାଟା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ ୬୬.୧୪%, ଦ୍ୱିତୀୟ ପର୍ଯ୍ୟାୟରେ ୬୬.୧୭% ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୬୮% ମତଦାନ ହୋଇଛି । ଏହାପରେ ଚତୁର୍ଥ ପର୍ଯ୍ୟାୟରେ ୬୯.୧୬% ଏବଂ ପଞ୍ଚମ ପର୍ଯ୍ୟାୟରେ ୬୨.୨୦% ଭୋଟିଂ ରେକର୍ଡ ହୋଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.