ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାପ ବିଷ ମାମଲା: ଏଲ୍‌ଭିସ ଯାଦବଙ୍କ ବିରୋଧରେ ୧୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ,୦୭/୦୪: ସାପ ବିଷ ଯୋଗାଣ ମାମଲାରେ ନୋଏଡା ପୁଲିସ ୟୁଟ୍ୟୁବର ଏଲ୍‌ଭିସ ଯାଦବଙ୍କ ବିରୋଧରେ ୧୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସେଥିରେ ସାପୁଆଙ୍କ ସହ ଏଲ୍‌ଭିସଙ୍କ ସମ୍ପର୍କ ରହିଥିବା ଉଲ୍ଲେଖ କରାଯିବା ସହ ୨୪ ଜଣ ସାକ୍ଷୀଙ୍କ ବୟାନ ମଧ୍ୟ  ସାମିଲ କରାଯାଇଛି । ସେହିଭଳି ଚାର୍ଜସିଟ୍‌ରେ  ଏଲ୍‌ଭିସଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆଇନର  ବିଭିନ୍ନ ଦଫା ଲାଗିଥିବା ବେଳେ ମୁମ୍ବାଇସ୍ଥିତ ଡିପାର୍ଟମେଣ୍ଟ ଅଫ୍‌ ଫୋରେନସିକ ମେଡିସିନ  ଟକ୍ସିକୋଲୋଜିର ବିଶେଷଜ୍ଞଙ୍କ ପରାମର୍ଶ ରହିଛି ।  ଏଲଭିସଙ୍କ ସମେତ ତାଙ୍କର ଅନ୍ୟ ୭ ଜଣ  ସହଯୋଗୀଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ରହିଛି ।  

ଗତବର୍ଷ ନଭେମ୍ବର ୩ରେ ନୋଏଡା ପୁଲିସ  ଏକ ରେଭ ପାର୍ଟିରେ ଚଢ଼ାଉ କରି ସେଠାରୁ ୫  ଜଣଙ୍କୁ ଗିରଫ କରିବା ସହ ୯ଟା ସାପ ଓ ୨୦  ମି.ଲି ସାପ ବିଷ ଜବତ କରିଥିଲା । ସେମାନଙ୍କୁ  ପଚରାଉଚୁରା କରିବା ବେଳେ ଏଲ୍‌ଭିସଙ୍କ ନାମ  ସାମ୍‌ନାକୁ ଆସିଥିଲା । ନୋଏଡାର ସେକ୍ଟର-୨୯  ଥାନାରେ ମାମଲା ରୁଜୁ କରାଯାଇଥିଲା । ଗତ ମାର୍ଚ୍ଚ  ୧୭ ତାରିଖରେ ପୁଲିସ ତାଙ୍କୁ ପଚରାଉଚୁରା  ଲାଗି ଡାକିଥିଲା । ପଚରାଉଚୁରା କରିବା  ପରେ ତାଙ୍କୁ ଗିରଫ କରିଥିଲା । ଦୀର୍ଘ ୫  ଦିନ ଜେଲ୍‌ରେ ରହିବା ପରେ ସେ ଜାମିନରେ  ମୁକୁଳିଥିଲେ । ମାମଲା ରୁଜୁର ୧୫୫ ଦିନରେ  ଚାର୍ଜସିଟ୍‌ ଦାଖଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.