ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

କୋଡ୍ ଓ୍ବାର୍ଡ ଜରିଆରେ ଭାରତରେ ହେଉଥିଲା ସାପ ତସ୍କରୀ, ଇଣ୍ଟର ନ୍ୟାସନାଲ ରାକେଟର ସମ୍ପୃକ୍ତି ନେଇ ମିଳିଲା ପ୍ରମାଣ

 ନୂଆଦିଲ୍ଲୀ,୪।୧୧: ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଫେମ୍‌ ଏଲଭିଶ ଯାଦବ ସାପ ଚୋରା ଚାଲାଣ ମାମଲାରେ ଜଡିତ ଅଛନ୍ତି। ଏହି ସମୟରେ, ଡ୍ରଗ୍ କାର୍ଟେଲର ଯାଞ୍ଚ କରୁଥିବା ଏଜେନ୍ସି ସାପ ଚୋରା ଚାଲାଣ ଓ ଏହାର ବିଷରୁ ତିଆରି ହେଉଥିବା ଡ୍ରଗ୍ସକୁ ନେଇ ଯାଞ୍ଚ ସମ୍ପର୍କରେ ଖୁଲାସା ହୋଇଛି। ଯାଞ୍ଚ ସମୟରେ, ଏଜେନ୍ସିମାନେ ଜାଣିବାକୁ ପାଇଲେ ଯେ ଡ୍ରଗ୍ ବେପାରୀମାନେ ଏଜେନ୍ସିକୁ ଚକମା ଦେବା ପାଇଁ ସ୍ୱତନ୍ତ୍ର କୋଡ୍‌ଓ୍ବାର୍ଡ ବ୍ୟବହାର କରିଥିଲେ।

କେଉଁ ପାସ୍ ଓ୍ବାର୍ଡର ହେଉଥିଲା ବ୍ୟବହାର ?

କିଙ୍ଗ: କୋବ୍ରା ସାପ୍

ଓ୍ବାଇଟ୍ କିଙ୍ଗ: ପାଉଡର କିମ୍ବା ବିଷରୁ ତିଆରି ଟାବଲେଟ୍‌

ଓ୍ବାଟର କିଙ୍ଗ୍ : ବିଷର ବୁନ୍ଦା

କିଙ୍ଗ: ୨୪ ସାପ୍‌ ବାଇଟ୍‌

ଯାଞ୍ଚରେ ଥାଇଲାଣ୍ଡରୁ ପରିଚାଳିତ ହେଉଥିବା ଇଣ୍ଟରନ୍ୟାସନାଲ ରାକେଟର ଖୁଲାସା ହୋଇଛି। ଥାଇଲାଣ୍ଡରୁ ସାପ କିମ୍ବା ଏହାର ବିଷ ଭାରତରେ ବାଂଲାଦେଶ କିମ୍ବା ନେପାଳ ବାଟ ଦେଇ ପହଞ୍ଚୁଥିଲା। ସେଭଳି ଲୋକାଲ ନେଟଓ୍ବର୍କର ସାପ ଓ ଏହାର ବିଷ ପାଇଁ ଗୁଜରାଟ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ଲୋକାଲ ସ୍ନେକ୍ ଚାର୍ମର ସୋର୍ସ ରହିଥାଏ। ଏଜେନ୍ସି ଅନୁସାରେ, ଇଣ୍ଟରନ୍ୟାସନାଲ ରାକେଟ ସାପ ବିଷ ପାଇଁ କୋଡଓ୍ବାର୍ଡ(ଡ୍ରାଗନ୍, କେ-୭୨, ଓ କେ-୭୬)ର ବ୍ୟବହାର କରୁଥିଲା। ସେଭଳି ଭାରତରେ ଡ୍ରଗ୍ସ ରାକେଟ୍‌ର କୋଡଓ୍ବାର୍ଡ କିଙ୍ଗ୍ ରହିଥାଏ।

ଉଲ୍ଲେଖନୀୟ ଯେ, ସାପକୁ ନେଇ ଲୋକଙ୍କ ମନରେ ଏକ ଭୟ ରହିଥାଏ, ତାହା ହେଲା ସବୁ ସାପ ବିଷାକ୍ତ, ତେବେ ସତ ହେଉଛି ଯେ, ଅଧିକାଂଶ ସାପ ବିଷାକ୍ତ ନୁହେଁ। ରିପୋର୍ଟ ଅନୁସାରେ, ମାତ୍ର ୩୦% ସାପ ଦେହରେ ବିଷ ରହିଥାଏ। ଏହି ସାପ ଭିତରୁ କିଛି ସାପର ବିଷ ମଣିଷ ମସ୍ତିଷ୍କରେ ଥାଏ ଓ ମସ୍ତିଷ୍କ ନିଷ୍କ୍ରିୟ ହୋଇଯାଇଥାଏ। ସେଭଳି କିଛି ସାପ ବିଷର ପ୍ରଭାବ ମଣିଷର ରକ୍ତରେ ଥାଏ, ଯେଉଁଥିରେ ରକ୍ତ ଜମି ଯାଇଥାଏ। ସଧାରଣତଃ ଯେଉଁ ଲୋକ ନିଶାରେ ସାପ ବିଷ ବ୍ୟବହାର କରିଥାନ୍ତି, ସେ ସେହି ସାପ ବିଷ ନେଇଥାନ୍ତି, ଯାହାକି ମସ୍ତିଷ୍କକୁ ନିଷ୍କ୍ରିୟ କରିଦେଇଥାଏ। ତେବେ ଏହି ବିଷର ଡୋଜ୍ ବହୁତ ହାଲକା ଥାଏ, କାରଣ ଏହାର ଡୋଜ୍‌ ପାରାଲାଇସେସ୍‌ ଆଟାକ୍‌ ଆଣିପାରେ। ଏହି ବିଷର ହାଲକା ଡୋଜ୍‌ ମଣିଷ ମୁଣ୍ଡରେ ଯିବା ପରେ କିଛି ଘଣ୍ଟା ପର୍ଯ୍ୟନ୍ତ ନିଷ୍କ୍ରିୟ ହୋଇଯାଇଥାଏ। ସାପ ବିଷୟରେ ତିଆରି ନିଶା, ବାକି ନିଶାଠାରୁ ଖୁବ୍ ଅଧିକ ହୋଇଥାଏ ଓ ଏହାର ପ୍ରଭାବ ମଧ୍ୟ ବିପଦଜନକ ହୋଇପାରେ। ଏହାର ଅଧିକ ମାତ୍ରା ଦ୍ବାରା ମୃତ୍ୟୁ ହୋଇପାରେ।

Copyright © 2022 - Summa Real Media Private Limited. All Rights Reserved.