ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍‌ ୨୨ରେ ସ୍ନାନଯାତ୍ରା: ହାତୀ ବେଶରେ ଉଭା ହେବେ ଦାରୁବ୍ରହ୍ମ, ଚାଲିଛି ଟାହିଆ ଓ ବେଶ ପ୍ରସ୍ତୁତି

ପୁରୀ,୨୪/୦୫: ଆସନ୍ତା ଜୁନ ମାସ ୨୨ ତାରିଖ ଶନିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦିରେ ହାତୀ(ଗଜାନନ) ବେଶରେ ଉଭା ହେବେ ଦାରୁବ୍ରହ୍ମ । ଶ୍ରୀ ବଳଭଦ୍ରଙ୍କ ଧଳାରଙ୍ଗ ଓ ଶ୍ରୀଜଗନ୍ନାଥଙ୍କ କଳାରଂଗର ବେଶ । ଠାକୁରଙ୍କ ଶ୍ରୀଅଙ୍ଗ ପାଇଁ ତିଆରି  ହେବ ତରାସ, କିଆଫଳି, ଚନ୍ଦ୍ରସୂର୍ଯ୍ୟ,  ଛତି, କାନ, ଚିତା, ଥୋଡ଼ହସ୍ତ, ଅଧର, ତୋରଣା ଓ ଗଜଖୁମ୍ୱ ଆଦି  ବେଶ । ଦେବୀ ସୁଭଦ୍ରାଙ୍କ ପାଇଁ ପ୍ରସ୍ତୁତ ହେଉଛି ତଡ଼କୀ, ନାକୁଆସୀ, ତରାସ, ଛତି ଓ ଚୂଳ, ଚିତା ଆଦି ବେଶ  ଉପକରଣ । ସୁଦର୍ଶନ ପ୍ରଭୁଙ୍କ ପାଇଁ  ସବୁଜ ରଂଗର ଚକ୍ର, ଚୂଳ ଓ ଓଲାର ତିଆରି ହେଉଛି । ଏଣୁ ଠାକୁରଙ୍କ ପହଣ୍ଡି  ପାଇଁ ଟାହିଆ ଓ ବେଶ ପ୍ରସ୍ତୁତି ଚାଲିଛି । 

ଦୟଣାମାଳି ସେବକ ବସନ୍ତ  କୁମାର ରଣାଙ୍କ ତତ୍ତ୍ୱାବଧାନରେ ଚାଲିଛି  ଠାକୁରଙ୍କ ବେଶ ଓ ଟାହିଆ ପ୍ରସ୍ତୁତି ।  ରାଘବ ଦାସ ମଠରେ ଠାକୁରଙ୍କ  ବେଶ ତିଆରି ହେଉଛି । ପବିତ୍ର ଅକ୍ଷୟତୃତୀୟାରୁ ବେଶ ତିଆରି ଅନୁକୂଳ  ହୋଇଥିଲା । କାରିଗରମାନେ ହବିଷ୍ୟାନ୍ନ  ଖାଇ ଶୁଦ୍ଧପୂତଭାବେ ଠାକୁରଙ୍କ ବେଶ  ତିଆରୁଛନ୍ତି । ଶ୍ରୀ ରଣା କୁହନ୍ତି ବେଶ  ନିର୍ମାଣ ଶୈଳୀ ସବୁ ବିଧି ନିର୍ଦ୍ଦିଷ୍ଟ । ପ୍ରତିବର୍ଷ ବେଶର ମାପଚୁପ ସମାନ । ବାଉଁଶ, ବେତ, କନା, ସୋଲ, ଜରି, କଦଳୀ ପଟୁକା, ଜମ୍ୱୁରା, ଲେସ୍‌ ଓ  କଇଁଥ ଅଠା ଆଦି ବ୍ୟବହାର କରାଯାଇ  ପାରମ୍ପରିକ ପଦ୍ଧତିରେ ବେଶ ପ୍ରସ୍ତୁତ  ହୁଏ । ବର୍ତ୍ତମାନ ବେଶ ପାଇଁ କଦଳୀ  ପଟରେ ଫ୍ରେମ ବୁଣା ହେଉଛି ।  

ଟାହିଆ ପାଇଁ ସୋଲର ଫୁଲ ପ୍ରସ୍ତୁତ  କରାଯାଉଛି । ଶ୍ରୀ ରଣାଙ୍କ ସମେତ  ସତ୍ୟ ନାରାୟଣ ବେହେରା, ସନ୍ତୋଷ  କୁମାର ମିଶ୍ର ବେଶ ତିଆରୁଛନ୍ତି । ପରମ୍ପରା ଅନୁସାରେ ରାଘବ ଦାସ ମଠ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ମା'ସୁଭଦ୍ରାଙ୍କର ବେଶ ଓ  ବଡ଼ଠାକୁର ଶ୍ରୀବଳଭଦ୍ର, ଶ୍ରୀସୁଦର୍ଶନଙ୍କ  ବେଶ ବାଲିସାହିର ଗୋପାଳତୀର୍ଥ ମଠ  ଯୋଗାନ୍ତି । ଦେବ ସ୍ନାନପୂର୍ଣ୍ଣମୀରେ ବେଶ  ସଂସ୍କାର ହୋଇ ପଣା ଭୋଗ ଅର୍ପଣ  ହେବ । ଏହାପରେ ଘଣ୍ଟ ଘଣ୍ଟା କାହାଳୀର  ପଟୁଆରରେ ମଠ ପରିସରରୁ ବିଜେ  ହୋଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବ। ଜଳଲାଗି ହେବାପରେ ଠାକୁରଙ୍କ  ଗଜାନନ ବେଶ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.