ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଚାଲିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା

ବାରିପଦା, ୨୨/୦୬ : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ର ସହ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନକୁ ମହାପ୍ରଭୁ କାଳିଆ ସାଆନ୍ତଙ୍କ ଜନ୍ମ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଖୁବ୍ ଆଡ଼ମ୍ବରରେ ପାଳନ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। 

ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ତାଙ୍କ ଭାଇ ଭଉଣୀଙ୍କ ସହ ବିରାଜମାନ କରିଛନ୍ତି। ମହାପ୍ରଭୁଙ୍କ ଅଲୌକିକ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହେଉଛି। ଚଳିତ ବର୍ଷ ଏହି ଅପୂର୍ବ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସକାଳ ସାଢେ ୪ଟାରେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ଜନ୍ମବେଦୀକୁ ଅଣାଯାଇଥିଲା। ପ୍ରତି ଦିଅଁଙ୍କୁ ପ୍ରଥମେ ପଇଡ ଜଳ, ଗଙ୍ଗା ଜଳ ସହ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଉଛି। ଏହାପରେ ଚନ୍ଦନ ଲାଗି ପରେ ସକାଳ ଧୂପ ଅର୍ପଣ କରିଥିଲେ ପୂଜକ ସେବକ । ମହାପ୍ରଭୁଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନକରି କୋଟି ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଥିବା ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ଭକ୍ତ ତ ଭକ୍ତ, ସ୍ଵର୍ଗର ଦେବତାମାନେ ମଧ୍ୟ ଏହି ଦିବ୍ୟ ସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତି।


୧୫୭୫ ମସିହାରେ ଭଞ୍ଜବଂଶ ଦାୟଦ ବୈଦ୍ୟନାଥ ଭଞ୍ଜଙ୍କ ଦ୍ବାରା ନିର୍ମିତ ଏହି ମନ୍ଦିରରେ କାହିଁ କେଉଁ ଅମଳରୁ ଚାଲିଆସୁଅଛି ଏହି ସ୍ନାନ ପରମ୍ପରା। ପୂର୍ବ ପରମ୍ପରା ଓ ରୀତିନୀତି ଅନୁସାରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜିଉଙ୍କ ଆଜି ସ୍ନାନ ପର୍ବ ଓ ଦେବ ନୀତି ସୁରୁଖୁରୁରେ ପାଳନ ସରିଥିବା ନେଇ ସୂଚନା ଦେଇଛନ୍ତି ମନ୍ଦିର ପୂଜକ କାମେଶ୍ବର ତ୍ରିପାଠୀ । ସେହିପରି ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଜଣେ ଆଡିସନାଲ ଏସପି, ୪ଜଣ ଡିଏସପି, ୩ଜଣ ଅଫିସରଙ୍କ ସହ ୬ପ୍ଲାଟୁନ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ଭକ୍ତଗଣଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.