ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ପତ୍ନୀ, ୯ ସନ୍ତାନ ଏବଂ ୬ ପ୍ରେମିକାଙ୍କ ସହ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଏହି ଠକ ସୋସିଆଲ ମିଡିଆ ଷ୍ଟାର, ଗିରଫ କଲା ପୋଲିସ...

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମାଧ୍ୟମରେ ନିଜକୁ ବେସ୍ ଜଣାଶୁଣା କରିଥିବା ଅଜିତ୍ କୁମାର ମୌର୍ଯ୍ୟ ନାମକ ଜଣେ ୪୧ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିବା ପରେ ତାର ଅସଲ ପରିଚୟ ସାମ୍ନାକୁ ଆସିଛି । ବୁଧବାର ଲକ୍ଷ୍ନୌର ସରୋଜିନୀ ନଗର ପୋଲିସ ତାଙ୍କୁ ଗିରଫ କରିଛି । ଧର୍ମେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର ପଚରାଉଚରାରେ ସେ ସ୍ବିକାର କରିଛି ଯେ, ତାର ଦୁଇ ପତ୍ନୀ ଏବଂ ୯ ଜଣ ସନ୍ତାନଙ୍କୁ ପୋଷିବା ପାଇଁ ଅପରାଧ କରିବାକୁ ସେ ବାଧ୍ୟ ହୋଇଥିଲା । 

ସୂଚନା ଅନୁସାରେ ସେ ସୋସିଆଲ ମିଡିଆ ସାଇଟ୍‌ରେ ରିଲ୍‌ସ ବନାଇବା ସହ ଟଙ୍କା ଜମା କରିବାର ବିଭିନ୍ନ କାମ କରୁଥିଲା । ପୁଞ୍ଜି ଭଳି ବିଭିନ୍ନ ଯୋଜନା, ଅନଲାଇନ ମାଧ୍ୟମରେ ଟଙ୍କାକୁ ଦ୍ବିଗୁଣ କରିବା ସହ ବିମା ଯୋଜନା ମାଧ୍ୟମରେ ଲୋକଙ୍କୁ ଠକୁଥିଲା । ଆଉ ଲୋକଙ୍କ ଠାରୁ ଠକି ନେଇଥିବା ଏହି ଟଙ୍କାରେ ଦୁଇଟି ବଙ୍ଗଳା ବ୍ୟତୀତ ରାଜକୀୟ ଜୀବନ ବିତାଇବା ପାଇଁ ସମସ୍ତ ଉପାଦାନକୁ ଏକାଠି କରୁଥିଲା । ପୋଲିସକୁ ଜଣାପଡିଛି ଯେ, ଅଭିଯୁକ୍ତର ୨ ପତ୍ନୀ ଏବଂ ୯ ସନ୍ତାନ ବ୍ୟତୀତ ୬ ଜଣ ପ୍ରେମିକା ମଧ୍ୟ ଅଛନ୍ତି । ଏହି ସମସ୍ତଙ୍କ ସହ ଅଭିଯୁକ୍ତ ବେସ୍ ଆରାମରେ ସମୟ କାଟୁଥିଲା ।  

ଅଭିଯୁକ୍ତ ଅଜିତର ଶିକ୍ଷାଗତ ଯୋଗ୍ୟତା ଷଷ୍ଠ ଶ୍ରେଣୀ ହୋଇଥିଲେ ବି ଲୋକଙ୍କୁ ଠକିବାରେ ସେ ଥିଲା ବେସ୍ ମାହିର୍ । ସରୋଜିନୀ ନଗର ପୋଲିସର ସୂଚନା ମୁତାବକ ଅଜିତ୍ ପ୍ରଥମେ ମୁମ୍ବାଇରେ କିଛି ଚାକିରି କରୁଥିଲା । ୨୦୦୦ ମସିହାରେ ସଙ୍ଗୀତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ସେମାନଙ୍କର ୭ ସନ୍ତାନ ଅଛନ୍ତି । ଏହାରି ଭିତରେ ୨୦୧୦ରେ ତାର ଚାକିରି ଚାଲିଯାଇଥିଲା । ଏହି କାରଣରୁ ସେ ତାର ଘର ଗୋଣ୍ଡାକୁ ଚାଲି ଆସିଥିଲା । ପରିସ୍ଥିତିରେ ପଡି ସେ ଅପରାଧିକ ଗତିବିଧି ଆଡକୁ ମୁହାଁଇଥିଲା । ଏଥିରେ ବହୁତ ଆର୍ଥିକ ଫାଇଦା ହୋଇଥିଲା । ଆଉ ଏହି ଧନ୍ଦାକୁ ସେ ବଢାଇବାକୁ ଲାଗିଲା । 

 ୨୦୧୮ ରେ ସେ ସୁଶୀଲା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ସୁଶୀଲାଙ୍କ ଠାରୁ ମଧ୍ୟ ଦୁଇଟି ଛୁଆ ଅଛନ୍ତି । ସୁଶୀଲା ଏହି ଅପରାଧିକ ଧନ୍ଦାରେ ସ୍ବାମୀଙ୍କୁ ସାହାଯ୍ୟ କରୁଥିଲେ । ସେ ନକଲି ନୋଟ୍ ମଧ୍ୟ ପ୍ରସ୍ତୁତ କରିବାରେ ନିଜକୁ ସାମିଲ କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.