ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ମାଲକାନଗିରିର ସୋନାକ୍ଷୀ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲା 'ପ୍ରିନ୍ସେସ'

ମାଲକାନଗିରି,୨୭/୬ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସୋନାକ୍ଷୀ ମହାପାତ୍ର ୪୦ଜଣ ପ୍ରତିଯୋଗୀଙ୍କୁ ଟପି ଅବିଭକ୍ତ କୋରାପୁଟ ଜିଲ୍ଲା 'ପ୍ରିନ୍ସେସ' ମୁକୁଟ ପିନ୍ଧିଛନ୍ତି । କୋରାପୁଟ ଜିଲ୍ଲା ସଦର ମହକୁମାସ୍ଥିତ ହୋଟେଲ ଆଲିଶାନରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ମିଷ୍ଟର ଏବଂ ମିସ(ଅବିଭକ୍ତ କୋରାପୁଟ)ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।'କେରିସ' ଗ୍ରୁପ ମୁଖ୍ୟ ସୁମନ ଖିଲଙ୍କ ଉଦ୍ୟମରେ ଗତ ଦୁଇ ମାସ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ଜଣ ପ୍ରତିଯୋଗୀ ଫାଇନାଲକୁ ମନୋନୀତ ହୋଇଥିଲେ ।

ପ୍ରିନ୍ସେସ ବିଭାଗରେ ମାଲକାନଗିରିର ସୋନାକ୍ଷୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରି ବିଜୟିନୀ ହୋଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସ୍ୱତନ୍ତ୍ର ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ସମ୍ମାନୀତ ଅତିଥି ଭାବେ କୋରାପୁଟ ଏସଡ଼ିପିଓ ଶ୍ରାବଣୀ ନାୟକ ଏବଂ କୋରାପୁଟ ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ମାଲକାନଗିରିର ସୋନାକ୍ଷୀ ମହାପାତ୍ର ନିଜ ଅଭିନୟ ମାଧ୍ୟମରେ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

କାର୍ଯ୍ୟକ୍ରମରେ ବିଚାରକ(ଜୁରୀ)ଭାବେ ଆଦର୍ଶ ମାଝୀ, ସାନ୍ତ୍ୱନା ବି. ସିମ୍ରନ, ସୌମ୍ୟ ବୈରାଗୀ, ଅରୁଣୀମା ଗୌଡ଼, କେ.ଆର ସନ୍ତୋଷିନୀ ଏବଂ ଡ଼ିଜାଇନର ଭାବେ ସାଲେନା ଓ ସ୍ୱାତୀ ଯୋଗଦେଇଥିଲେ । ଫ୍ୟାଶନ ଭିଲ୍ଲା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଯୋଜକ ଭାବେ ଗୋ କ୍ୟାମ୍ପ ଫାଏ, ହୋଟେଲ ଆଲିଶାନ, ଆଫତାଵ ପ୍ୟାରିସ ଟାୱାର ଏବଂ ସ୍ନାପ କ୍ୟୁ ରହିଛନ୍ତି।କୋରାପୁଟର ପ୍ରତିଟି ଲୁକ୍କାୟିତ ପ୍ରତିଭାକୁ ବିଶ୍ୱ ଦରବାରରେ ପହଞ୍ଚାଇବା 'କେରିସ'ର ଲକ୍ଷ୍ୟ ବୋଲି କହିଛନ୍ତି ଏହାର ମୁଖ୍ୟ ସୁଶ୍ରୀ ସୁମନ ଖିଲ । କୋରାପୁଟ ଭଳି ସ୍ଥାନରେ ଏପରି ପ୍ରତିଭା ଚୟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଯୁବପୀଢୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ପାତ୍ରଗୁଡା ସାହିରେ ରହୁଥିବା ଶିକ୍ଷକ ଦମ୍ପତି ସୁଲୋଚନା ମହାପାତ୍ର ଏବଂ ପ୍ରଦୀପ ମହାପାତ୍ରଙ୍କ ଝିଅ ସୋନାକ୍ଷୀମହାପାତ୍ର(୧୩) ସେ ଆଇଏମଏସଟି ସ୍କୁଲରେ ୮ମ ଶ୍ରେଣୀରେ ଅଧୟନ କରୁଛନ୍ତି । ତୁଳସୀ ଦୁଇପତ୍ରରୁ ବସିଲା ପରି ପିଲାଟି ବେଳୁ ତାଙ୍କର ଭଲ ଗୁଣ ଜଣାପଡିଯାଉଥିଲା । ସ୍କୁଲରେ ନୃତ୍ୟ, ସଙ୍ଗୀତ ଓ ସୁନ୍ଦର ପ୍ରତିଯୋଗିତାରେ ସେ ପ୍ରଥମ ହେଉଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.