ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ପତି-ପତ୍ନୀ ହେଲେ ସୋନାକ୍ଷୀ-ଜହିର, ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ କଲେ ରେଜିଷ୍ଟର ମ୍ୟାରେଜ୍‌

ମୁମ୍ବାଇ ୨୪/୦୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରିଛନ୍ତି । ସୋନାକ୍ଷୀଙ୍କର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ଦମ୍ପତିଙ୍କର ରେଜିଷ୍ଟର ବାହାଘର ହୋଇଛି । ଏହି ସମୟରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ ଥିଲେ । କନ୍ୟା ସୋନାକ୍ଷୀଙ୍କୁ ପାରମ୍ପରିକ ରୂପରେ ଦେଖିବାକୁ ମିଳିଥିଲା । ସେ କ୍ରିମ ରଙ୍ଗର ଏକ ଶାଢ଼ି ପିନ୍ଧିଥିଲେ । ସେହିପରି ଜହିର ଧଳା ରଙ୍ଗର ଶେରୱାନିରେ ନଜର ଆସିଥିଲେ । ବିବାହ ସମୟରେ ପିତା ଶତ୍ରୁଘ୍ନଙ୍କର ହାତକୁ ଧରିଥିଲେ ସୋନାକ୍ଷୀ । ପରବର୍ତ୍ତୀ ସମୟରେ ଶତ୍ରୁଘ୍ନ ସିହ୍ନା ଓ ପତ୍ନୀ ପୁନମ୍‌ ଜ୍ୱାଇଁ ଜହିରଙ୍କୁ ତିଳକ ଲଗାଇଥିଲେ । 

ବିବାହ ସଂପର୍କରେ ନିଜେ ସୋନାକ୍ଷୀ ଆନୁଷ୍ଠାନିକ ଭାବେ ଘୋଷଣା କରିବା ସହିତ କିଛି ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । କ୍ୟାପସନ୍‌ରେ ସେ ଲେଖିଛନ୍ତି, ୭ ବର୍ଷ ପୂର୍ବରୁ ଆଜିର ଦିନରେ ଆମେ ପରସ୍ପରର ଆଖିରେ ପ୍ରେମର ସବୁଠାରୁ ଶୁଦ୍ଧ ରୂପ ଦେଖିଥିଲୁ । ସେହି ସଂପର୍କକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲୁ । ଆଜି ସେହି ପ୍ରେମ ଆମକୁ ସବୁ ଚାଲେଞ୍ଜ ମଧ୍ୟରେ ରାସ୍ତା ଦେଖାଇଛି, ଏହି ମୂହୁର୍ତ୍ତ ଯାଏ ପହଞ୍ଚାଇଛି । ଉଭୟଙ୍କ ପରିବାରର ଆଶୀର୍ବାଦରୁ ଏବେ ଆମେ ପତି-ପତ୍ନୀ । ବିବାହ ପରେ ସନ୍ଧ୍ୟାରେ ଦମ୍ପତି ରିସେପସନ୍‌ ପାର୍ଟି ଦେଇଛନ୍ତି । ମୁମ୍ବାଇର ଦାଦରସ୍ଥିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ରେସ୍ତୋରାଁରେ ଏହି ପାର୍ଟି ଆୟୋଜିତ ହୋଇଛି । ସେଥିରେ ପ୍ରାୟ ୧୦୦୦ ଅତିଥି ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.