ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ବିରାଟଙ୍କ ଠାରୁ ବୁମ୍ରା...ଶେଷରେ ପାଣ୍ଡ୍ୟା; ରୋମାଞ୍ଚକର ମୁକାବିଲାରେ ୧୭ ବର୍ଷ ପରେ ଟି-୨୦ ବିଶ୍ବକପ୍‌ ଚାମ୍ପିୟନ ଭାରତ

ବାର୍ବାଡୋସ୍‌,୨୯/୦୬: ୩୦ ବଲ୍‌ରେ ୩୦ ରନ୍‌। ଦକ୍ଷିଣ ଆଫ୍ରିକା ଜିତିବା ଅଭିମୁଖେ। ଦର୍ଶକ ନିରାସ ହୋଇ ଆସୁଥିଲେ। ତଥାପି ଥିଲା ଆମ ଖେଳାଳୀଙ୍କ ଉପରେ ଭରସା। ଆଉ ସେହି ଭରସା ଆଜି ୧୪୧ କୋଟି ଭାରତୀୟଙ୍କ ସ୍ବପ୍ନ ପୂରା କରିଛି ଆମ କ୍ରିକେଟ ଟିମ୍‌ଙ୍କ ବଳରେ। ଆଇସିସି ଟି ୨୦ ବିଶ୍ବକପ୍‌ ୨୦୨୪ର ଚାମ୍ପିୟନ ହୋଇଛି ଭାରତ।ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ମହାମୁକାବିଲା ହୋଇଥିଲା। ମ୍ୟାଚ୍‌ ଥିଲା ଅତ୍ୟନ୍ତ ରୋମାଞ୍ଚକର। ଆଉ ଶେଷରେ ପାଣ୍ଡ୍ୟାଙ୍କ କମାଲ୍‌ ଭାରତକୁ ବିଶ୍ବବିଜୟୀ କରିଛି।  ପ୍ରଥମ ଇନିଂସରେ ବିରାଟଙ୍କ ବ୍ୟାଟିଂ ଓ ଦ୍ବିତୀୟ ଉଭୟରେ ପାଣ୍ଡ୍ୟାଙ୍କ ବୋଲିଂ ଭାରତକୁ ଭେଟି ଦେଇଛି ବିଜୟ। 

ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ  ଟି ୨୦ ବିଶ୍ୱକପ ହାତେଇଛି। ଏହି ମ୍ୟାଚରେ ବିରାଟ କୋହଲି ୭୬ ରନ୍‌ର ଇନିଂସ ଖେଳିଥିଲେ, ଏହା ପରେ ବୋଲରମାନେ ଡେଥ୍‌ ଓଭରରେ ଜୋରଦାର ବୋଲିଂ କରି ଦକ୍ଷିଣ ଆଫ୍ରିକା ଠାରୁ ବିଜୟ ଛଡ଼ାଇ ଆଣିଥିଲେ। ଶେଷ ୪ ଓଭରରେ ଦ. ଆଫ୍ରିକାକୁ ୨୬ ରନ୍‌ର ଆବଶ୍ୟକ ଥିଲା, ତଥାପି ଭାରତୀୟ ବୋଲରମାନେ ଜୋରଦାର ବୋଲିଂ କରି ଦଳକୁ ୭ ରନ୍‌ରେ ଜିତିବାରେ ବେଶ ସହାୟକ ହୋଇଥିଲେ।


ଭାରତ ଦେଇଥିଲା ୧୭୭ ରନ୍‌ର ବିଜୟ ଲକ୍ଷ୍ୟ: 

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ରୋହିତ ଶର୍ମା, ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ବଡ଼ ଇନିଂସ ଖେଳିପାରିନଥିଲେ। କିନ୍ତୁ ପରେ ବିରାଟ କୋହଲି ଏବଂ ଅକ୍ଷର ପଟେଲଙ୍କ ମଧ୍ୟରେ ୭୨ ରନ୍‌ର ଭାଗିଦାରୀ ଟିମ୍ ଇଣ୍ଡିଆକୁ ଫର୍ମକୁ ଫେରାଇ ଆଣିଥିଲା। ଆକ୍ଷର ପଟେଲ ୩୧ ଟି ବଲରେ ୪୭ ରନ୍ ଏବଂ ବିରାଟ କୋହଲି ୫୯ ବଲରେ ୭୬ ରନ୍ ସଂଗ୍ରହ କରିଥିଲେ। ଶିବମ୍ ଦୁବେ ମଧ୍ୟ ୧୬ ବଲରେ ୨୭ ରନ୍‌ରେ ଇନିଂସ ଖେଳି ଭାରତକୁ ୧୭୬ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ।

ଡି କକ୍‌ ଓ ଷ୍ଟବ୍ସଙ୍କ ପାର୍ଟନରସିପ୍‌: 

ଦକ୍ଷିଣ ଆଫ୍ରିକା ପାଇଁ ଆରମ୍ଭ ଭଲ ନଥିଲା କାରଣ ରିଜା ହେଣ୍ଡ୍ରିକ୍ସ ଏବଂ ଅଧିନାୟକ ଆଡେନ ମାର୍କ୍ରାମ ଉଭୟ ଚାରି ରନ୍‌ ଲେଖାଏଁ କରି ଆଉଟ୍ ହୋଇଥିଲେ। କିନ୍ତୁ ଏଠାରୁ କ୍ୱିଣ୍ଟନ୍ ଡି କକ୍ ଏବଂ ଟ୍ରିଷ୍ଟନ ଷ୍ଟବ୍ସ ୬୮ ରନ୍‌ର ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ଫର୍ମକୁ ଆଣିଥିଲେ। ଷ୍ଟବ୍ସ ୨୧ ବଲରେ ୩୧ ରନ୍ ଏବଂ ଡି କକ୍ ୩୧ ବଲରେ ୩୯ ରନ୍ ସ୍କୋର କରିଥିଲେ।

ହେନ୍‌ରିଚ କ୍ଳାସେନ୍‌ଙ୍କ ପରିଶ୍ରମ ବୃଥା: 

ଦକ୍ଷିଣ ଆଫ୍ରିକାର ସ୍କୋର ୩ ୱିକେଟ୍ ହରାଇ ୭୦ ରନ୍ ଥିବାବେଳେ ହେନ୍ରିଚ୍ କ୍ଲାସେନ୍ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ। କ୍ଲାସେନ୍ ଏଠାରୁ ଦ୍ରୁତ ବ୍ୟାଟିଂ ଆରମ୍ଭ କରିଥିଲେ ଏବଂ ମାତ୍ର ୨୩ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨ ଟି ଚୌକା ଓ ୫ ଟି ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କ୍ଲାସେନ୍ ୨୭ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ। ଶେଷ ୩୦ ବଲ୍‌ରେ ୩୦ ରନ୍‌ ଥିବା ବେଳେ ପାଣ୍ଡ୍ୟାଙ୍କ ଧୁଆଁଧାର ବୋଲିଂ ଦଳକୁ ଚାମ୍ପିୟନ କରିବାରେ ସହାୟକ ହୋଇଥିଲା। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.