ପ୍ରମୂଖ ଖବର
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ବ୍ୟକ୍ତିଙ୍କ ଅଜବ ପାସନ୍‌, ୩,୬୧୫ ମୋବାଇଲ ଫୋନ୍‌ ସଂଗ୍ରହ କରି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ ୨୨/୦୮: ମୋବାଇଲ ଫୋନ୍‌ ପ୍ରତି ଅଜବ ପାସନ୍‌ ପାଇଁ ଜଣେ ବ୍ୟକ୍ତି ନୂଆ ଉପଲବ୍ଧି ହାସଲ କରିଛନ୍ତି । ୱେନ୍‌ସେନ୍‌ ପାଲୋ ଫର୍ନାଣ୍ଡିଜ୍‌ ସର୍ବବୃହତ ମୋବାଇଲ ଫୋନ୍‌ ସଂଗ୍ରହ ପାଇଁ ବିଶ୍ୱ ରେକର୍ଡ କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଅଦ୍ୟାବଧି ସେ ୩,୬୧୫ଟି ସ୍ୱତନ୍ତ୍ର ମୋବାଇଲ ଫୋନ୍‌ ମଡେଲ ସଂଗ୍ରହ କରିଛନ୍ତି । ଏହି ଉପଲବ୍ଧି ଜରିଆରେ ବାର୍ସିଲୋନା ବାସିନ୍ଦା ଫର୍ନାଣ୍ଡିଜ୍‌ ୨୦୨୩ ମସିହାରେ ରୋମାନିଆର ଆଣ୍ଡ୍ରି ବିଲ୍‌ବି ଆର୍ଜେଣ୍ଟିସ୍‌ଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ସେ ୩,୪୫୬ ମୋବାଇଲ ଫୋନ୍‌ ସଂଗ୍ରହ କରିଥିଲେ । 

ଗିନିଜ୍‌ ବିଶ୍ୱ ରେକର୍ଡ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରାଯାଇଛି । ଏଥିରେ ଫର୍ନାଣ୍ଡିଜ୍‌ ଗର୍ବର ସହିତ ନିଜର ବିଶାଳ ମୋବାଇଲ ଫୋନ୍‌ ସଂଗ୍ରହର ପ୍ରଦର୍ଶନ କରିଛନ୍ତି । ଏଥିରେ ସିମେନ୍ସ, ଏନ୍‌ଇସି, ମୋଟୋରୋଲା, ବ୍ଲାକ୍‌ବେରୀ, ସାମ୍‌ସଙ୍ଗ, ଏଚ୍‌ଟିସି, ଆପଲ ଓ ଅନେକ ଅନ୍ୟ ବ୍ରାଣ୍ଡ୍‌ର ଫୋନ୍‌ ରହିଛି । ତାଙ୍କ ସଂଗ୍ରହରେ ନୋକିଆ ୩୨୨୦ ଷ୍ଟାର୍‌ ୱାର୍ସ ଏପିସୋଡ୍‌ ୩ ଭଳି ବିରଳ, ଲିମିଟେଡ୍‌ ଏଡିସନ୍‌ ମଡେଲ ରହିଛି, ଯାହାର ଡିଜାଇନ୍‌ ୟୋଦା, ଷ୍ଟାର୍‌ଫାଇଟର, ଓବି-ୱାନ୍‌ କେନୋବି, ସାଇବର୍ଗ ଓ ପାଦାୱାନ ଦ୍ୱାରା ପ୍ରେରିତ । 

ଗିନିଜ୍‌ ବିଶ୍ୱ ରେକର୍ଡ ଅନୁସାରେ, ମୋବାଇଲ ପ୍ରତି ଫର୍ନାଣ୍ଡିଜ୍‌ଙ୍କ ପାସନ୍‌ ଗ୍ରେ ନୋକିଆ ୩୨୧୦ ମଡେଲରୁ ଆରମ୍ଭ ହୋଇଥିଲା । ୧୯୯୯ ମସିହାରେ ଏହା ତାଙ୍କୁ ଉପହାର ରୂପେ ମିଳିଥିଲା । ୨୦୦୮ ମସିହାରେ ସେ ନୋକିଆ ଫୋନ୍‌ ସଂଗ୍ରହ ଆରମ୍ଭ କଲେ । ଧୀରେ ଧୀରେ ତାଙ୍କ ସଂଗ୍ରହ ଏତେ ବଢ଼ିଗଲା ଯେ ଘର ଥାକ, ତା’ପରେ ପୂରା ଘର ଭର୍ତ୍ତି ହୋଇଗଲା । ୨୦୧୮ ମସିହା ସୁଦ୍ଧା ସେ ୭୦୦ ବିଭିନ୍ନ ମଡେଲର ନୋକିଆ ଫୋନ୍‌ ସଂଗ୍ରହ କରିଥିଲେ । ତା’ପରେ ଅନ୍ୟ ବ୍ରାଣ୍ଡ୍‌, ଏପରିକି ବଜାର ପ୍ରବେଶ ହୋଇନଥିବା ଫୋନ୍‌ ସଂଗ୍ରହ ଉପରେ ସେ ଧ୍ୟାନ ଦେଲେ । ନୋକିଆ ଡ୍ରିମ୍‌ ପ୍ରୋଜେକ୍ଟ ନାମକ ନିଜ ୱେବ୍‌ସାଇଟ୍‌ରେ ଫର୍ନାଣ୍ଡିଜ୍‌ ନିଜର ଏହି ଯାତ୍ରାକୁ ସ୍ଥାନ ଦେଇଛନ୍ତି । 

ଏଥିରେ ସେ ଉଲ୍ଲେଖ କରିଛନ୍ତି, ମୋ ସଂଗ୍ରହରେ ମୁଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ବିରଳ ଫୋନ୍‌ ମଡେଲ ରଖିଛି । ଏହି ପ୍ରୟାସ ପାଇଁ ଆବଶ୍ୟକ ଦୃଢ଼ ମନୋବଳ ଓ ଆର୍ଥିକ ନିବେଶ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ତାଙ୍କର ମୋବାଇଲ ଫୋନ୍‌ ସଂଗ୍ରହ ଏବେ ବି ଜାରି ରହିଛି । ଯଥା ସମ୍ଭବ ସେ ଏହି ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ, ନୋକିଆ ଅଦ୍ୟାବଧି ୧୦୦୦ରୁ କିଛି ଅଧିକ ଫୋନ୍‌ ମଡେଲ ଆଣିଛି । ଫର୍ନାଣ୍ଡିଜ୍‌ଙ୍କ ସଂଗ୍ରହରେ ନୋକିଆର ୭୦୦ଟି ସ୍ୱତନ୍ତ୍ର ମଡେଲ ରହିଛି । ଏହି ବ୍ରାଣ୍ଡ୍‌ର ପ୍ରତ୍ୟେକ ମଡେଲର ସଂଗ୍ରହ ଅତ୍ୟନ୍ତ ଆହ୍ୱାନଭରା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.