ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ମଙ୍ଗଳ ଗ୍ରହରେ ଲକ୍ଷ ଲକ୍ଷ ବୁଢିଆଣୀ, ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ଫଟୋ ଦେଖି ଦୁନିଆ ଚକିତ

ନୂଆଦିଲ୍ଲୀ,୨୯।୪: ମଙ୍ଗଳ ଗ୍ରହରେ ବୁଢିଆଣୀ। ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ। ଏହି ଫଟୋ ଯେତେବେଳେ ପ୍ରଥମ ଥର ବୈଜ୍ଞାନିକମାନେ ଦେଖିଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଫଟୋ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି(ଇଏସ୍‌ଏ)ର ଏକ୍ସୋମାର୍ସ ଟ୍ରେସ୍‌ ଗ୍ରେସ୍ ଅର୍ବିଟର (ExoMars Trace Gas Orbiter) ରେ ଲାଗିଥିବା କଲର ଆଣ୍ଡ ଷ୍ଟିରିଓ ସରଫେସ୍‌ ଇମେଜିଂ ସିଷ୍ଟମ (CaSSIS) ନେଇଛି।  

ସାଧାରଣ ଲୋକ ଏହି ଫଟୋ ଦେଖି ନିହାତି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ଗ୍ରହରେ ଜୀବନ ସମ୍ଭବ ନୁହେଁ, ସେମାନେ ବୁଢିଆଣୀ କିଭଳି ପହଁଞ୍ଚିଲା ? କ’ଣ କୌଣସି ଏଲିଅନ ପ୍ରଜାତିର ଜୀବ ରହିଛି କି? ଯାହାକି ମଙ୍ଗଳ ଗ୍ରହରେ ରହୁଛି। ଫଟୋଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି। ଯାଞ୍ଚ ପରେ ବୈଜ୍ଞାନିମାନେ ଯେଉଁ ଖୁଲାସା କରିଛନ୍ତି, ତାହା ଖୁବ୍ ଆଶ୍ଚର୍ଯ୍ୟଜନକ କଥା।

କୁହାଯାଉଛି ଯେ, ବସନ୍ତ ଋତୁରେ ଯେତେବେଳେ ସୂର୍ଯ୍ୟ କିରଣ ମଙ୍ଗଳ ଗ୍ର୍ରହର ଦକ୍ଷିଈ ମେରୁରେ ପଡେ, ସେତେବେଳେ ଶୀତଦିନେ ଜମା ହୋଇଥିବା କାର୍ବନ ଡାଇଅକ୍ସାଇଡ୍ (CO2) ଏଭଳି ବୁଢିଆଣୀ ଭଳି ଆକାର ନେଇଥାଏ। ସୂର୍ଯ୍ୟ କିରଣ କାର୍ବନ ଡାଇଅକ୍ସାଇଡ୍‌ର ନିମ୍ନ ସ୍ତରକୁ ତରଳାଇ ଦେଇଥାଏ। ତା ଉପରେ ଥିବା ସ୍ତରରେ ଏଭଳି ଆକୃତି ତିଆରି ହୋଇଥାଏ, ଯେପରିକ ବୁଢିଆଣୀ।

ମାଟି ଭିତରୁ ବାହାରୁଥିବା CO2 ଗ୍ୟାସ୍ ଉପରେ ଗଭୀର ରଙ୍ଗର ଧୂଳି ଜମି ଯାଇଥାଏ। ଯେତେବେଳେ ସୂର୍ଯ୍ୟଙ୍କ କିରଣ ପଡୋ, ସେତେବେଳେ ମାଟି ତଳେ ଥିବା ଫାଟରୁ ବାହାରିବାରେ ଲାଗିଥାଏ। ପରେ ତାହା ତରଳିଥାଏ। ତେଣୁ ଦେଖାଯାଇଥାଏ ଏହାର ପୃଷ୍ଠରେ ଏକାଠି ଲକ୍ଷାଧିକ ବଢୁଆଣୀ ରହିଛି। ଏହି ବୁଢିଆଣୀ ଆକାରରେ ବୁଲିବା ଭଳି ଦେଖାଯାଏ। ପ୍ରକୃତରେ ସୂର୍ଯ୍ୟ କିରଣ ପଡିବା କାରଣରୁ ତାହା ତରଳିଥାଏ, ତେଣୁ ବୁଲିବା ଭଳି ଲାଗିଥାଏ।ପ୍ରଥମ ଥର ଏଭଳି ଫଟୋ ୪ ଅକ୍ଟୋବର ୨୦୨୦ ରେ ନିଆ ଯାଇଥିଲା। ଏହାପରେ ଲଗାତାର ସବୁ ବର୍ଷ ଏଭଳି ଫଟୋ ସାମନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.