ପୁରୀ,୦୨/୦୯: ଚଳିତ ୬ ତାରିଖ ବୁଧବାର ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି । ଏଥିପାଇଁ ପ୍ରସ୍ତୁତ ହୋଇଛି ଦୁଇଟି ଲେଖାଏଁ ବେଡ଼ି, ଶାମୁକା ଓ ଛୁରି । ଏହାକୁ ବଡ଼ଠାକୁରଙ୍କ ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା ତିଆରିଛନ୍ତି ।
ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ବିଧି ପାଳନରେ ଏସବୁ ଲୌହ ସାମଗ୍ରୀ ଆବଶ୍ୟକ ହେବ । ବସୁଦେବଙ୍କ ଗୋଡ଼ରେ ବେଡ଼ି ପଡ଼ିବ । ଛୁରି ଓ ଶାମୁକା ଜନ୍ମ ବିଧିରେ ବ୍ୟବହାର ହେବ । ବଂଶାନୁକ୍ରମିକ ଭାବେ ଏହି ସେବା କରାଯାଉଥିବା କହିଛନ୍ତି ଜଗନ୍ନାଥ । ଜନ୍ମାଷ୍ଟମୀ ପୂର୍ବରୁ ଉକ୍ତ ସାମଗ୍ରୀ ସବୁ ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଆଯିବ ବୋଲି ସେ କହିଛନ୍ତି ।