ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ହରିଣୀ ଅମରସୂର୍ଯ୍ୟା ହେଲେ ଶ୍ରୀଲଙ୍କାର ଦ୍ବିତୀୟ ମହିଳା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦିସାନାୟକେ କରାଇଲେ ଶପଥ ପାଠ...

ନୂଆଦିଲ୍ଲୀ: ଅନୁରା କୁମାରା ଦିସାନାୟକ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ଏବେ ନୂତନ ପ୍ରଧାନମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମଙ୍ଗଳବାର ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ହରିଣୀ ଅମରସୂର୍ଯ୍ୟା ଶପଥ ଗ୍ରହଣ କରିଛନ୍ତି । ୨୦୦୦ ମସିହାରେ ସିରିମାଭୋ ଭଣ୍ଡାରନାୟକଙ୍କ ପରେ ଅମରସୂର୍ଯ୍ୟା ପ୍ରଧାନମନ୍ତ୍ରୀ ଭାବରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା ଦ୍ୱିତୀୟ ମହିଳା ନେତା। ସୂଚନାଥାଉକି,ଯେ 'ନ୍ୟାସନାଲ ପିପୁଲ୍ସ ପାୱାର'(ଏନପିପି) ର ୫୪ ବର୍ଷିୟ ନେତା ଅମରସୂର୍ଯ୍ୟାଙ୍କୁ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଶପଥ ପାଠ କରାଇଛନ୍ତି । 

ଦିସାନାୟକେ ନିଜ ସମେତ ଚାରିଜଣ ସଦସ୍ୟଙ୍କ କ୍ୟାବିନେଟ ନିଯୁକ୍ତ କରିଛନ୍ତି। ଅମରସୂର୍ଯ୍ୟାଙ୍କୁ ନ୍ୟାୟ, ଶିକ୍ଷା, ଶ୍ରମ, ଶିଳ୍ପ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଏବଂ ବିନିଯୋଗ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ସେ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନଙ୍କ ସ୍ଥାନ ନେଇଛନ୍ତି, ଯିଏକି ରାଷ୍ଟ୍ରପତି ନିର୍ବାଚନ ପରେ ପଦରୁ ଇସ୍ତଫା ଦେଇଥିଲେ । ଏନପିପି ସାଂସଦ ବିଜିତା ହେରାଥ ଏବଂ ଲକ୍ଷ୍ମଣ ନିପୁରନାଚି କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସଂସଦ ଭଙ୍ଗ ହେବା ପରେ ସେ ଜଣେ କାର୍ୟ୍ୟବାହକ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । 

ଶ୍ରୀଲଙ୍କା ନୂତନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାଇବା ପରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମ୍ପର୍କରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ବର୍ତ୍ତମାନ ଶ୍ରୀଲଙ୍କା ସହ ଆଲୋଚନା କରିବ । ଆଇଏମ୍ଏଫ୍ ମଙ୍ଗଳବାର ଦିନ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ନେତୃତ୍ୱରେ ଶ୍ରୀଲଙ୍କାର ନୂତନ ସରକାରଙ୍କ ସହ କାମ କରିବାକୁ ଆଗ୍ରହର ସହ ଅପେକ୍ଷା କରିଛି ଏବଂ ଦେଶର ଋଣ କାର୍ଯ୍ୟକ୍ରମର ପରବର୍ତ୍ତୀ ସମୀକ୍ଷା ସମୟ ବିଷୟରେ ଆଲୋଚନା କରିବ ବୋଲି କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.