ନୂଆଦିଲ୍ଲୀ,୨୨/୦୯: ଶ୍ରୀଲଙ୍କାରରେ ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ ଚାଲିଛି ଭୋଟ୍ ଗଣତି। ଶ୍ରୀଲଙ୍କାର ହେବେ ନୂଆ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ଅଛନ୍ତି। ତାଙ୍କୁ ୫୩% ମିଳିଥିବା ସୂଚନା ରହିଛି।
ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ, ବାମମେଣ୍ଟ ନ୍ୟାସନାଲ ପିପୁଲ୍ସ ପାଓ୍ବାର (ଏନପିପି) ନେତା ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ନିର୍ବାଚିତ ହୋଇପାରନ୍ତି । ଅନ୍ୟ ଦୁଇ ନିକଟତମ ପ୍ରୀର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଓ ବିରୋଧୀ ଦଳ ନେତା ସାଜିତ ପ୍ରେମଦାସାଙ୍କଠାରୁ ଅନୁରା ଭଲ ବ୍ୟବଧାନରେ ଆଗରେ ରହିଛନ୍ତି । ଏହି ଟ୍ରେଣ୍ଡ ବଜାୟ ରହିଲେ, ସେ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ।
୫୬ ବର୍ଷୀୟ ଅନୁରା ଦିସାନାୟକେ ହେଉଛନ୍ତି ଜଣେ ବାମପନ୍ଥୀ ନେତା । ସେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ମେଣ୍ଟରେ ମାର୍କ୍ସବାଦୀ-ଜନତା ବିମୁକ୍ତି ପେରୁମୁନା ଦଳ ମଧ୍ୟ ସାମିଲ ହୋଇଥିଲା । ଦିସାନାୟକେଙ୍କ ସିଧା ପ୍ରତିଦ୍ବନ୍ଦ୍ବିତା ବର୍ତ୍ତମାନର ରାଷ୍ଟ୍ରପତି ତଥା ସଂଯୁକ୍ତ ଜାତୀୟ ଦଳ ପ୍ରାର୍ଥୀ ରାନିଲ ବିକ୍ରମସିଙ୍ଘେ ଓ ବିରୋଧୀ ଦଳ ପ୍ରାର୍ଥୀ ସାଜିତ ପ୍ରେମଦାସାଙ୍କ ସହ ହୋଇଥିଲା । ଏବେ ଦାସନାୟକେଙ୍କ ନେତୃତ୍ବାଧୀନ ବାମ ମେଣ୍ଟର ପ୍ରାର୍ଥୀମାନେ ଆଗରେ ରହିଛନ୍ତି । କିଛି ସ୍ଥାନରେ ନିର୍ବାଚନୀ ଫଳାଫଳ ମଧ୍ୟ ସ୍ପଷ୍ଟ ହୋଇସାରିଛି । ଅପରାହ୍ନ ସୁଦ୍ଧା ସ୍ଥାନୀୟ ନିର୍ବାଚନ ପ୍ରାଧିକରଣ ଔପଚାରିକ ଘୋଷଣା କରିପାରନ୍ତି ।
ଏବେ ଶ୍ରୀଲଙ୍କାରେ ଭୋଟ ଗଣତି ଜାରି ରହିଛି । ଆଉ କିଛି ଘଣ୍ଟା ମଧ୍ୟରେ ଚୂଡାନ୍ତ ସ୍ପଷ୍ଟତା ଆସିବ । ମାତ୍ର ଟ୍ରେଣ୍ଡ ଅନୁସାରେ, ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ ୫୨% ଭୋଟ ସହ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାର ନିକଟତର ହେଉଛନ୍ତି । ୨୨ପ୍ରତିଶତ ଭୋଟ ସହ ସାଜିତ ପ୍ରେମଦାସା ଦ୍ୱିତୀୟ ସ୍ଥାନରେ ଓ ବିଦାୟୀ ରାଷ୍ଟ୍ରପତି ରାନିଲ ବିକ୍ରେମି ସିଂଙ୍ଘେ ମାତ୍ର ୧୬ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଟ୍ରେଣ୍ଡରେ ଫଳାଫଳରେ ପରିଣତ ହେଲେ ଶାସକ ଦଳ କ୍ଷମତାରୁ ହଟିବା ସହ ପ୍ରେମଦାସା ପୁଣି ଥରେ ମୁଖ୍ୟ ବିରୋଧୀ ଦଳର ନେତା ଭୂମିକାରେ ନଜର ଆସିବା ନିଶ୍ଚିତ । ଶ୍ରୀଲଙ୍କା ନିର୍ବାଚନ ଆୟୋଗର ମୁଖ୍ୟ ଆର.ଏମ.ଏଲ ରାଥନାୟାକେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଗତକାଲି ମୋଟ ୧୩ ହଜାର ବୁଥରେ ମତଦାନ ଶେଷ ହୋଇଥିଲା । ୨୫ ହଜାର କର୍ମଚାରୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଥିଲେ । ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ । ସକାଳ ୭ଟାରୁ ସଂଧ୍ୟା୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଆଜି ଭୋଟଗଣତି ଜାରି ରହିଥିବା ବେଳେ ଆଉ କିଛି ଘଣ୍ଟା ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।